ଗୁଣପୁର ତା:୨୨-୦୮-୨୦୨୫ତାରିଖ, ଚଳିତ ବର୍ଷ ପାର୍ବଣ ଋତୁରେ ମୂର୍ତ୍ତି ତିଆରି, ମଣ୍ଡପ ତିଆରି, ବିର୍ସଜନ, ଶୋଭାଯାତ୍ରା, ସାସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଉପଖଣ୍ଡ ମାଜିଷ୍ଟ୍ରେଟଙ୍କ ତରଫରୁ ଜାରି କରାଯାଇଛି । ମୂର୍ତ୍ତି ତିଆରି କରୁଥିବା କାରିଗର ସେମାନେ ସମ୍ପୃକ୍ତ ତହସିଲଦାର କିମ୍ବା ନିର୍ବାହୀ ଅଧିକାରୀଙ୍କ ଠାରେ ନିଜର ନାମ ପଞ୍ଜିକରଣ କରିବେ । ପ୍ରତିଟି ମୂର୍ତ୍ତି ମାଟି, ସାଧାରଣ ରଙ୍ଗରେ ବ୍ୟବହାର ହେବ ଓ ମୂର୍ତ୍ତି ୨୦ଫୁଟରୁ ଉଚ୍ଚ ହେବନାହିଁ । ମଣ୍ଡପ ଗୁଡିକ ସାଧାରଣ କପଡା, ଫୁଲରେ ସଜେଇ ହେବ । ସମସ୍ତ ପୂଜା କମିଟି ସଂପୃକ୍ତ ତହସିଲଦାର କିମ୍ବା ନିର୍ବାହୀ ଅଧିକାରୀଙ୍କ ଠାରେ ପଞ୍ଜିକରଣ କରିବେ । ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା, ଟିପିଏସଓଡ଼ିଏଲଙ୍କ ଠାରୁ ଅନୁମତି ନେବା, ରାସ୍ତା ଓ କୋଠାବାଡିଙ୍କ ଠାରୁ ଅନୁମତି ନେବା, ପୂଜା ମଣ୍ଡପ ୪୦ଫୁଟରୁ ଅଧିକ ନକରିବା, କପଡା, ସାଧାଫୁଲ ବ୍ୟବହାର କରିବା, ପରିବେଶ ସଫାସୁତୁରା ରଖିବା, ସକାଳ ୦୮ ଘଟିକାରୁ ରାତି ୧୦ଘଟିକା ପର୍ଯ୍ୟନ୍ତ ଡ଼ାକବାଜି ଯନ୍ତ୍ର ବ୍ୟବହାର କରିବା, ବିର୍ସଜନ ରାସ୍ତା ପୋଲିସଙ୍କୁ ଅବଗତ କରିବା, ବିର୍ସଜନ ନିମନ୍ତେ ପ୍ରଶାସନ ତରଫରୁ ସ୍ଥିରୀକୃତ ନିର୍ଦ୍ଧିଷ୍ଟ ସ୍ଥାନରେ ମୂର୍ତ୍ତି ବିର୍ସଜନ କରିବା ଆଦି କାର୍ଯ୍ୟ ପୂଜା କମିଟି କରିବା ସହ ଏକ ସ୍ବୀକାରକ୍ତି ସଂପୃକ୍ତ ନିର୍ବାହୀ ଅଧିକାରୀ କିମ୍ବା ତହସିଲଦାରଙ୍କ ଠାରେ ଦାଖଲ କରିବେ । ବ୍ଲକ ସ୍ତରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ପୋଲିସ, ଶିକ୍ଷା ବିଭାଗ ଭଳି ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ କମିଟି ଗଠନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ଯେଉଁମାନେ ଘରେ ମୂର୍ତ୍ତି ପୂଜା କରୁଛନ୍ତି ସେମାନଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରିବା ନିମନ୍ତେ ସଂପୃକ୍ତ ତହସିଲଦାର ମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ପୋଲିସ ବିଭାଗ ତରଫରୁ ଆବଶ୍ୟକ ଆଇନ ଶୃଙ୍ଖଳା ରକ୍ଷା କରିବା ସହ ଓଡ୍ରାଫ ଦଳକୁ ପ୍ରସ୍ତୁତ ରଖିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ତହସିଲଦାର, ନିର୍ବାହୀ ଅଧିକାରୀ ମାନେ ମୂର୍ତ୍ତି ବିର୍ସଜନ ସ୍ଥାନ ନିରୂପଣ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଖିଲାପ କଲେ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରାଯିବ । ରାଜ୍ୟ ସରକାରଙ୍କ ସମୟାନୁକ୍ରମେ ଦିଆଯାଉଥିବା ନିର୍ଦ୍ଦେଶ ଗୁଡିକୁ ଅନୁପାଳନ କରିବା ସହ ପୂଜା କମିଟି, ମୂର୍ତ୍ତି କାରିଗର, ବିଭାଗୀୟ ଅଧିକାରୀ ଯତ୍ନବାନ ହେବାକୁ ଉପ ଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ଦୁଧାଳ ଅଭିଷେକ ଦିଲିପ ସୂଚନା ଦେଇଛନ୍ତି ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି