ବିଜେପୁର :-ବରଗଡ ଜ଼ିଲ୍ଲା ଗୁଦେରପାଲି ଯୁକ୍ତ ଦୁଇ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରୀତିଶ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମେଲଛାମୁଣ୍ଡା ମହାବିଦ୍ୟାଳୟର ପ୍ରାଧ୍ୟାପକ ପ୍ରଦୀପ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ପରିଚାଳନା କମିଟିର ସଭାପତି କିଶୋର ପାତ୍ର, ସଂପାଦକ କିଶୋର ଚନ୍ଦ୍ର ଦେବତା, ସରପଞ୍ଚ ରାମଚନ୍ଦ୍ର ପାତ୍ର, ମୁକେଶ ମୁରାରୀ କେଡିଆ ଓ ଅଧ୍ୟାପକ ଚମ୍ପେଶ୍ବର ସେଠ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ହୋଇଥିଲେ।
ନିମନ୍ତ୍ରିତ ମୁଖ୍ୟ ଅତିଥି ଗଙ୍ଗାଧର ମେହେରଙ୍କ ଜୀବନୀ, କାବ୍ୟ, କବିତା ଓ ବିଶେଷ କରି ତପସ୍ଵିନୀ, ପ୍ରଣୟ ବଲ୍ଲରୀ ଓ ବର୍ତ୍ତମାନ ସାହିତ୍ୟର ଉପଯୋଗିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ଅତିଥି ଗଣ ଗଙ୍ଗାଧର ମେହେରଙ୍କ କାବ୍ୟ ଓ ଜୀବନୀ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସଭା ପରିଚାଳନା ଇଂରାଜୀ ଅଧ୍ୟାପକ ମୁକେଶ କୁମାର ସାହୁଙ୍କ ଦ୍ୱାରା ହୋଇଥିବାବେଳେ, ଅଧ୍ୟାପକ ପ୍ରତାପ ହଂସ, ନରେନ୍ଦ୍ର ଦେହେରୀ, ଅଧ୍ୟାପିକା ଲୋପାମୁଦ୍ରା ପ୍ରଧାନ, ହେତୁ ପାତ୍ର, ଲିଙ୍ଗ ହାତୀ ଓ କୁଶ ପାତ୍ର ଏଥିରେ ସହଯୋଗ କରିଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଗଙ୍ଗାଧର ମେହେରଙ୍କ "ବିଶ୍ବଦେଖ ମଧୁମୟରେ ଜୀବନ" ଓ "ମଙ୍ଗଳେ ଅଇଲା ଉଷା" ଗୀତ ରେ ସମଗ୍ର କଲେଜ୍ ପ୍ରକମ୍ପିତ ହୋଇଥିଲା । ସଭା ଶେଷରେ ଅଧ୍ୟାପିକା ଅର୍ଚ୍ଚନା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ଗୁଦେରପାଲି କଲେଜରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ
- Hits: 231