ଜଗତସିଂହପୁର ଜିଲ୍ଲା ପରିଷଦ ର ଷଷ୍ଠ ସାଧାରଣ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଜଗତସିଂହପୁର,ତା-୨୨.୦୮.୨୦୨୫/ସୁମନ୍ତ କୁମାର ଦାସ

ଜଗତସିଂହପୁର-ତା ୨୨.୦୮.୨୦୨୫ରିଖ ଆଜି ପୂର୍ବାହ୍ନରେ ଜଗତସିଂହପୁର ଷଷ୍ଠ ଜିଲ୍ଲା ପରିଷଦ ର ଷଷ୍ଠ ସାଧାରଣ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ଅଧ୍ଯକ୍ଷତା କରିଥିଲେ । ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଶିଳ୍ପ,ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଲେ ଯେ, ସମାଜ ର ଶେଷ ବର୍ଗ ର ଲୋକର ବିକାଶ ହୋଇପାରିଲେ ହିଁ ଜିଲ୍ଲା ତଥା ରାଜ୍ୟର ବିକାଶ ଦ୍ଵିଗୁଣିତ ହୋଇପାରିବ। ସଂଭାବନା ର ଜିଲ୍ଲା ଆମ ଜିଲ୍ଲା ଜଗତସିଂହପୁର କୁ ବିକାଶ ପଥ ରେ ଆଗେଇ ନେବାପାଇଁ ସେ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ ।ଦଳମତ ନିର୍ବିଶେଷରେ ସମସ୍ତଙ୍କର ସମନ୍ଵୟ ରେ କାର୍ଯ୍ୟ ସମ୍ପାଦନ ପାଇଁ ପରାମର୍ଶ ଦେଇଥିଲେ। ସରକାର ଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର କର୍ଯ୍ୟନ୍ଵୟନ ବିଷୟରେ ଗୁରୁତ୍ୱାରୋପ କରିଥିଲେ।ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ଜନ ପ୍ରତିନିଧି ଓ ପ୍ରଶାସନ ମଧ୍ୟରେ ସମନ୍ଵୟ ରକ୍ଷା କରି ପ୍ରଗତିମୂଳକ କାର୍ଯ୍ୟ କରି ଜିଲ୍ଲା କୁ ବିକାଶ ଦିଗରେ ଆଗେଇ ନେବାକୁ କହିଥିଲେ। ସ୍ଥାନୀୟ ସମସ୍ୟାକୁ ସଠିକ୍ ଭାବେ ପ୍ରଶାସନ ନିକଟ ରେ ପହଞ୍ଚାଇବା ସହ ରାଜନୈତିକ ଇଚ୍ଛାଶକ୍ତି ଏବଂ ପ୍ରଶାସନିକ କଳ ର ସମନ୍ଵୟ ରେ ଜିଲ୍ଲା ର ଅଗ୍ରଗତି ହେବ ବୋଲି ସେ କହିଥିଲେ।ବୈଠକ ରେ ଯୋଗଦେଇ ବାଲିକୁଦା ଏରସମା ବିଧାୟକ ଶ୍ରୀ ସାରଦା ପ୍ରସନ୍ନ ଜେନା ମଧ୍ୟ ଲୋକପ୍ରତିନିଧି ମାନଙ୍କ ଦ୍ଵାରା ଲୋକଙ୍କ ସମସ୍ୟାକୁ ପ୍ରଶାସନ ପାଖରେ ସଠିକ୍ ଭାବେ ପହଞ୍ଚାଇ ବିଭାଗ କୁ ତ୍ୱରାନ୍ୱିତ କରିପାରିଲେ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ବୈଠକ ରେ ଯୋଗଦେଇ ତିର୍ତ୍ତୋଲ ବିଧାୟକ ଡ ରମାକାନ୍ତ ଭୋଇ ଲୋକପ୍ରତିନିଧି ମାନେ ସକାରାତ୍ମକ ଚିନ୍ତାଧାରା ସହ ପ୍ରଶାସନ ସହ ମିଶି କାମକଲେ ନିଶ୍ଚିତ ଭାବେ ସମସ୍ୟା ର ସମାଧାନ ହୋଇପାରିବ। ଯୋଜନା ପ୍ରଣୟନ ଏବଂ ଏହାର କାର୍ଯ୍ୟକାରିତା ସଠିକ୍ ଭାବରେ ହୋଇପାରିଲେ ବିକାଶ ସୁନିଶ୍ଚିତ। ଏହାପରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ମଧ୍ୟ ଜନପ୍ରତିନିଧି ଓ ପ୍ରଶାସନ ର ମିଳିତ ଉଦ୍ୟମ ରେ ଜିଲ୍ଲା ର ଉନ୍ନତି ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ସଭା ର ସଭାପତି କାର୍ଯ୍ୟସୂଚୀ ଅନୁଯାୟୀ ଗୃହକୁ ଆଗେଇ ନେଇଥିଲେ। ବୈଠକ ର ପ୍ରାରମ୍ଭ ରେ ଜିଲ୍ଲା ପରିଷଦ ସାଧାରଣ ବୈଠକ ର ବିଳମ୍ବ ନେଇ ସଦସ୍ୟ ମାନେ କ୍ଷୋଭ ପ୍ରକାଶ କରିଥିଲେ। ଶେଷ ରେ ସର୍ଵ ସମ୍ମତି କ୍ରମେ ନିୟମିତ ବ୍ୟବଧାନ ରେ ବୈଠକ ଡାକିବା ପାଇଁ ନିଷ୍ପତ୍ତି ନିଆଗଲା।ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୌଳିକ ସୁବିଧା ଯୋଗାଣ ବିଷୟରେ ଆଲୋଚନା ହୋଇଥିଲା। ଫିଜିଓ ଥେରପି ନିଯୁକ୍ତି , ରେଡ଼ିଓ ଲୋଜିଷ୍ଟ, ଆନାସ୍ତେସିଆ ଡାକ୍ତର ନିଯୁକ୍ତିବିଷୟ ରେ ଆଲୋଚନା କରାଯାଇଥିଲା।ଜଳ ସେଚନ ବ୍ୟବସ୍ଥା ବିଷୟ ରେ ଆଲୋଚନା ହୋଇଥିଲା। ନିୟମିତ ଭାବେ କେନାଲ ସଫେଇ, ଖନନ, ଜଳ ଯୋଗାଣ ଓ ଆବଣ୍ଟନ ବିଷୟ ରେ ଆଲୋଚନା ହୋଇଥିଲା। ଦେବୀ ତାଳଦା ଆଇ ଲ୍ୟାଣ୍ଡ ର ପ୍ରକଳ୍ପ ଉନ୍ନତିକରଣ, ହଁସୁଆ କୁ ନଦୀ ର ମାନ୍ୟତା ଦିଆଯିବା ଉପରେ ଗୁରୁତ୍ବ ଦିଆ ଯାଇଥିଲା ଯାହା ଫଳରେ ର ଏହାଦ୍ବାରା ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ ରେ ଲୋକମାନେ କ୍ଷତିପୂରଣ ପାଇପାରିବେ।ଦେବୀ ନଦୀ ଶିଖର ଘାଟ ରେ ଇଣ୍ଟେରିମ୍ ଷ୍ଟୋରେଜ ସିଷ୍ଟମ ସ୍ଥାପନ ଦ୍ୱାରା ପାନୀୟ ଜଳ ସମସ୍ୟା ଦୂରୀକରଣ ପାଇଁ ପ୍ରସ୍ତାବ ରଖିଥିଲେ ବିଧାୟକ ବାଲିକୁଦା ଏରସମା। ସୀଙ୍ଗିଟାଳି ଠାରେ କଲଭର୍ଟ ନିର୍ମାଣ, ପାରାଦ୍ଵୀପ ଗଡ ଜୋନ୍ ଓ କୁଜଙ୍ଗ ଜୋନ୍ ର କିଛି ଗ୍ରାମ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରେ ଶିକ୍ଷକ ନିଯୁକ୍ତି, ବିପଦ ସଙ୍କୁଳ ଅବସ୍ଥା ରେ ଥିବା ବିଦ୍ୟାଳୟ ଗୃହ ର ମରାମତି ବା ଆବଶ୍ୟକ ସ୍ଥଳେ ସମ୍ପୂର୍ଣ ଭାଙ୍ଗି ନୂତନ ଗୃହ ନିର୍ମାଣ ଓ ପରେ କୃଷି ବିଭାଗ ର ବିଭିନ୍ନ କାର୍ଯ୍ୟାବଳୀ ଉପରେ ଆଲୋଚନା ହୋଇଥିଲା। ସାର, ଖତ ଆଦି କ୍ରୟ ବିକ୍ରୟ ରେ ଜନପ୍ରତିନିଧି, ଚାଷୀ ଓ କୃଷିବିଭାଗ ମିଶି କାମ କରିବାକୁ କହିଥିଲେ। ରାଜ୍ୟ ସରକାର ଙ୍କ ବିଭିନ୍ନ କୃଷି ଭିତ୍ତିକ ଯୋଜନା କୁ କୃଷି ମନ୍ତ୍ରୀ ଙ୍କ ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଇବା, ଜିଲ୍ଲା ରେ ମୃତ୍ତିକା ସର୍ବେକ୍ଷଣ କରାଯାଇ କେଉଁ ଠାରେ କେଉଁ ଚାଷ କରାଯିବ ତାହାର ତାଲିକା ପ୍ରସ୍ତୁତ ଆଦି ଉପରେ ବୈଠକ ରେ ଆଲୋଚନା ହୋଇଥିଲା।
ଜଳସେଚନ ବିଭାଗ,ଉଠା ଜଳସେଚନ ବିଭାଗ,ଡ୍ରେନେଜ୍ ବିଭାଗ, ମହାନଦୀ ଦକ୍ଷିଣ ବିଭାଜନ, କଟକ,ଉପ-ନିର୍ଦ୍ଦେଶକ ଉଦ୍ୟାନ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ ବିଷୟରେ ଆଲୋଚନା ହୋଇଥିଲା। ଜିଲ୍ଳା ର ପ୍ରାଣୀ ଚିକିତ୍ସା ବିଭାଗ ,ମତ୍ସ୍ୟ ବିଭାଗ, ସାଧାରଣ ବଣ୍ଟନ ବିଭାଗ ର ବିଭିନ୍ନ ଯୋଜନା ର କାର୍ଯ୍ୟକାରିତା ସଂପର୍କ ରେ ବୈଠକ ରେ ଆଲୋଚନା ହୋଇଥିଲା।
ଛତୁଆ ର ମାନ ନିର୍ଦ୍ଧାରଣ କରିବା ପାଇଁ ଜିଲ୍ଲାପାଳ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଗ୍ରାମ୍ୟ ପରିମଳ ଓ ପାନୀୟ ଜଳ ଯୋଗାଣ , ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ,
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା , ପୂର୍ତ୍ତ, ଗୃହ ନିର୍ମାଣ ଓ ଗ୍ରାମ ଉନ୍ନ‌ୟନ ବିଭାଗ,ସମବାୟ ବିଭାଗ,ଶ୍ରମ,ବିଦ୍ୟୁତ୍ ଜଙ୍ଗଲ ବିଭାଗ,ଖଣିଜ ପଦାର୍ଥ ବିଭାଗ ବିଷୟ ରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ଥିବା ବେଳେ ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀମତୀ ସୁଜାତା ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକ ରେ ଜିଲ୍ଲା ପରିଷଦ ସଭ୍ୟସଭ୍ୟା, ପଂଚାୟତ ସମିତି ଅଧକ୍ଷ ଅଧ୍ଯକ୍ଷା,ବି.ଡି.ଓ, ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault