ହେଡଲାଇନସ୍:

 ଗାନ୍ଧୀ ଜୈବ ବିଜ୍ଞାନ ଅନୁଷ୍ଠାନର କୃଷି ମହାବିଦ୍ୟାଳୟ ଆନୁକୂଲ୍ୟରେ ଜାତୀୟ ଛତୁ ଦିବସ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣୁପୁର/ ସିଦ୍ଧାର୍ଥ ଦାଶ : ରାୟଗଡ଼ା ଜିଲ୍ଲା ଗୁଣପୁରର ଜି.ଆଇ.ଇ.ଟି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା ଗାନ୍ଧୀ ଜୈବ ବିଜ୍ଞାନ ଅନୁଷ୍ଠାନର କୃଷି ମହାବିଦ୍ୟାଳୟ ଆନୁକୂଲ୍ୟରେ ଆଜି ଜାତୀୟ ଛତୁ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କୃଷି ମହା ବିଦ୍ୟାଳୟ ର ଡ଼ିନ୍ ସନ୍ତୋଷ କୁମାର ପଣ୍ଡା  ଯୋଗ ଦେଇ ଛତୁ ଚାଷ ଓଡିଶା ରେ ଆବଶ୍ୟକତା ରହିଛି ବୋଲି ମତ ବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଦିଲ୍ଲୀପ କୁମାର ଦୋରା ଓ ମନୋଜ ଦାସ ଯୋଗ ଦେଇ ଛତୁର ଗୁଣା ବଳି ଓ ଛତୁ ଦ୍ୱାରା ବିଭିନ୍ନ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରାଯାଇ ପାରିବା ବିଷୟ ରେ ଆଲୋକପାତ କରିଥିଲେ ।

ଓଡିଶା ର ପିପିଲି , ଜୟପୁର , ଢେଙ୍କାନାଳ, ବାରିପଦା ଭଳି ରୁ ଛତୁ ଚାଷୀ ମାନେ ଯୋଗ ଦେଇ ନିଜ ଅନୁଭବ ଓ ବ୍ୟବସାୟୀକ ସଫଳତା ବିଷୟରେ ସୁଚନା ଦେଇ ଗୁଣପୁର ଓ ପଦ୍ମପୁର ଅଞ୍ଚଳର ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ଚାଷୀ ମନକୁ ଉତ୍ତରିୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।

ମହାବିଦ୍ୟାଳୟ ର ପ୍ରଫେସର କୈଳାସ ବିହାରୀ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ  ଅନୁଷ୍ଠାନ ର ଅଧ୍ୟାପିକା ଗଙ୍ଗୋତ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ସମସ୍ତ ଅଧ୍ୟାପକ , ଅଧ୍ୟାପିକା , ଛାତ୍ର ଓ ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।

 

0
0
0
s2sdefault