ହେଡଲାଇନସ୍:

ଔଷଧ ଶିଳ୍ପରେ ବିଦେଶୀ ପୁଞ୍ଜି ବିନିଯୋଗ ବରଦାସ୍ତ କରାଯିବ ନାହିଁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀରରେ ଓଶ୍ରୁ ର ୩୪ତମ ରାଜ୍ୟ ସମ୍ମିଳନୀ ଉଦ୍ଘାଟିତ 

ବଲାଙ୍ଗୀର-ଭାରତରେ ଔଷଧ ଶିଳ୍ପର ସମ୍ପୁର୍ଣ୍ଣ ବିକାଶ ପାଇଁ ସମସ୍ତ ଭିତ୍ତିଭୂମି ରହିଛି  । ଏହାର ଭବିଷ୍ୟତ ମଧ୍ୟ ଖୁବ ଉଜ୍ୱଳ  । ଭାରତରେ ଔଷଧ ଶିଳ୍ପକୁ ସମ୍ପୁର୍ଣ୍ଣ ସରକାରୀ ପ୍ରୋତ୍ସାହନ  ମିଳିଲେ ସାଧାରଣ ଜନତା ଜୀବନରକ୍ଷାକରୀ ଔଷଧ ଭଳି ଅନ୍ୟାନ୍ୟ ଔଷଧ ମଧ୍ୟ ଖୁବ କମ ଦାମରେ ସହଜରେ ପାଇପାରିବେ  । କିନ୍ତୁ ପୁଞ୍ଜିବାଦି ସରକାର ଏହାର ବିକାଶ କରିବା ପରବର୍ତ୍ତେ  ନିଜସ୍ୱ ଭିତ୍ତିଭୁମିକୁ ଦୁର୍ବଳ କରିବାରେ ଲାଗିଛନ୍ତି  । ଏହି ଛଳରେ  ସରକାର ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କୁ ଭାରତରେ ପୁଞ୍ଜିନିବେଶ କରିବାରର ସୁଯୋଗ ଦେଇ ଜନସାଧାରଣଙ୍କୁ ଶୋଷଣ କରିବାର ଅଭିନବ ଉପାୟ ଦେଖାଇଛନ୍ତି  । ଜନ ଔଷଧରେ ଦିଆଯାଉଥିବା ଔଷଧର ଠିକ୍ ଭାବେ ମାନ ନିର୍ଦ୍ଧାରଣ କରାନଯାଇ ପ୍ରଚୁର ପରିମାଣରେ ଦଳୀୟ ପାଣ୍ଠି ସଂଗ୍ରହ କରିବା ସଙ୍ଗେସଙ୍ଗେ ଜନସାଧାରଣଙ୍କୁ ନିମ୍ନମାନର ଔଷଧ ଯୋଗାଉଛନ୍ତି  । ତେବେ ଔଷଧ ଶିଳ୍ପ କ୍ଷେତ୍ରରେ ପ୍ରତ୍ୟକ୍ଷ ବୈଦଶିକ ପୁିଞ୍ଜି ବିନିଯୋଗ( ଏଫଡିଆଇ ) ଓ ଗରୀବ ଜନସାଧାରଣ ତଥା ଶ୍ରମିକ ମାରଣା ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ବଲାଙ୍ଗୀରରେ  ଅନୁଷ୍ଠିତ ହେଉଥିବା ଅଶ୍ରୁର ୩୪ ତମ ରାଜ୍ୟସ୍ତରୀୟ ଉଦ୍ଘାଟନ ସମ୍ମିଳନୀରେ ଯୋଗଦେଇ ରାଜ୍ୟ ସିଟୁର ଉପସଭାପତି ତଥା ବିଶିଷ୍ଟ ସାମ୍ୟବାଦି ନେତା କମ୍ରେଡ ଜନାର୍ଦ୍ଧନ ପତି କହିଛନ୍ତି   । ଏହି ସମ୍ମିଳନୀର ଅର୍ଭ୍ୟଥନା କମିଟିର ଅଧ୍ୟକ୍ଷ ତଥା ରାଜ୍ୟ ବିରୋଧିଦଳତ ନେତା ନରସିଂହ ମିଶ୍ର  ମଂଚାସୀନ ହୋଇ ବିଭିନ୍ନ ଜିଲ୍ଲାରୁ ଆସିଥିବା ଅଶ୍ରୁ କର୍ମକର୍ତ୍ତା ଓ ବିଭିନ୍ନ ଗଣ ସଙ୍ଗଠନର କର୍ମକର୍ତ୍ତାଙ୍କୁ ସ୍ୱାଗତ କରିଥିଲେ  । ଏହି ଅବସରରେ ଶ୍ରୀ ମିଶ୍ର କହିଥିଲେ , ଅତୀତରେ ବଲାଙ୍ଗୀର ଏକ ସମୃଦ୍ଧଶାଳୀ ଅଞ୍ଚଳ ଥିଲା  । ଏଠାରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା  ହୋଇଥିଲା  । କିନ୍ତୁ ରାଜତନ୍ତ୍ର ଶାସନ ପ୍ରତିଷ୍ଠା  ପରେ ଏହି ଅଞ୍ଚଳର ଅଧୋଗତି ଆରମ୍ଭ ହେଲା  । ବର୍ତ୍ତମାନ ବଲାଙ୍ଗୀର ଭାରତ ବର୍ଷର ସବୁଠାରୁ ଏକ ପଛୁଆ ଅଞ୍ଚଳ ଭାବେ ବିବେଚିତ  । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ବାଚନ ସମୟରେ ପ୍ରକାଶିତ କରିଥିବା ଇସ୍ତାହାର ପାଳନ କରିବାରେ ସମ୍ପୁର୍ଣ୍ଣ ବିଫଳ ହୋଇଛନ୍ତି  । କୃଷକମାନଙ୍କୁ ସେମାନଙ୍କ ଫସଲ ଉତ୍ପାଦନ  ପାଇଁ ଖର୍ଚ୍ଚ ହେଉଥିବା ପରିମାଣରେ ଦୁଇଗଣା ଅଧିକା ଦେବା , ପ୍ରତିବର୍ଷ ୨ କୋଟି ଯୁବକଙ୍କୁ ନିଯୁକ୍ତି ଦେବା ,  ଅତ୍ୟାବଷ୍ୟକ ସାମଗ୍ରୀର ଦରଦାମ ନିୟନ୍ତ୍ରଣ କରିବା ଓ ବିଦେଶରୁ କଳାଧନ ଫେରାଇ ଆଣି ପ୍ରତ୍ୟେକ ପରିବାରକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ମିଥ୍ୟା ପ୍ରତିଶୃତି ଦେଇ ମୋଦି ଶାସନ କ୍ଷମତାକୁ ଆସିଥିଲେ  । ମିଥ୍ୟା ପ୍ରତିଶୃତି ଦେଇ କ୍ଷମତ୍ାକୁ ଆସିଥିବା ଏନଡିଏ ସରକାରକୁ ନିକଟରେ  ଅନୁଷ୍ଠିତ ହୋଇଥିବା ୩ ରାଜ୍ୟର ନିର୍ବାଚନରେ ଜନସାଧାରଣ ଉଚିତ ଜବାବ ଦେଇଛନ୍ତି ବୋଲି ଶ୍ରୀ ମିଶ୍ର କହିବା ସହିତ ଆଗକୁ ମଧ୍ୟ ଜନସାଧାରଣ ଏଭଳି ଜବାବ ଦେବେ ବୋଲି ଶ୍ରୀ ମିଶ୍ର ଦୃଢୋକ୍ତି ପ୍ରକାଶ କରିଥିଲେ  । ସେହିପରି ରାଜ୍ୟ ସରକାରଙ୍କ ଭୁଲ କୃଷି ଓ ଶ୍ରମନୀତି ତଥା ଭୁଷୁଡି ପଡିଥିବା ଶିକ୍ଷା ଓ ସ୍ୱାସ୍ଥ୍ୟବସ୍ଥାକୁ ମଧ୍ୟ ସେ ଦୃଢ ସମାଲୋଚନା କରିଥିଲେ  । କେନ୍ଦ୍ର ସରକାରଙ୍କ ଭୁଲ ଔଷଧ ନୀତିକୁ ତୀବ୍ର ସମାଲୋଚନା କରିବା ସହିତ ଔଷଧ ଶିଳ୍ପର ସରକାର ହଜାର ହାଜର କୋଟି ଟଙ୍କା ଆଦାୟ କରୁଥିଲେ ଏହି କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କୁ ଅସୁରକ୍ଷାରେ ବଳୟ ଭିତରେ ରଖିଛନ୍ତି ବୋଲି ଏଫଏମଆରଆଇର ଯୁଗ୍ମ ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟ କହିଥିଲେ  । ଏଫଏମଆରଆଇର ସମ୍ପାଦକ ସଞ୍ଜୟ ଚାଟାର୍ଜୀ କହିଥିଲେ , ମୋଦି ସରକାର ଶ୍ରମିକ ନୀତିକୁ ଦୁର୍ବଳ କରିଦେଇ ପୁଞ୍ଜିପତିଙ୍କୁ ପ୍ରଚୁର ମୁନାଫା ପହଞ୍ଚାଇବା ପ୍ରୟାସକୁ ତୀବ୍ର ନିନ୍ଦା କରିଥିଲେ  । ଏହି ଉଦ୍ଘାଟନ ସମ୍ମିଳନୀର ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସଭ୍ୟ ସମରେନ୍ଦ୍ର ମିଶ , ୟୁଜିବି କର୍ମଚାରୀ ସଂଘର ସାଧାଣର ସମ୍ପାଦକ ପୁଲିନ ମିଶ୍ର , ୟୁଟୁ୍ୟବ ସଭାପତି ବିଭୁତି ଭୂଷଣ ମିଶ୍ର , ଆଇଏନଟିୟୁସିର ଜିଲ୍ଲା ସଭାପତି ଜିଲ୍ଲା ସଭାପତି ଦେବାଶୀଷ ବାବୁ , ଲିଆର ଅସୀମ ପଟ୍ଟନାୟକ , ୍ର ଓ ହୀରାଖଣ୍ଡ ବିଦୁ୍ୟତ କର୍ମଚାରୀ ସଂଘର ପବିତ୍ର ଖୁଣ୍ଟିଆ ପ୍ରମୁଖ ବକ୍ତବ୍ୟ ରଖି ଆସନ୍ତା ଜାନୁଆରୀ ୮ ଓ ୯ ତାରିଖରେ କେନ୍ଦ୍ର ସରକାରଙ୍କ କୃଷି ଓ ଶ୍ରମିକ ମାରଣା ନୀତି ବିରୁଦ୍ଧରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ଆନେ୍ଦାଳନରେ ସମସ୍ତେ ସହଯୋଗ ଯୋଗାଇଦେବା  ତଥା ଏହି ସମ୍ମିଳନୀର ସମ୍ପୁର୍ଣ୍ଣ ସଫଳତା ପାଇଁ ଶୁଭ କାମନା ଦେଇଥିଲେ। ସମ୍ମିଳନୀରେ ଯୋଗ ଦେଇଥିବା ପ୍ରତିନିଧିମାନଙ୍କ ଦ୍ୱାରା ଏକ ବିଶାଳ ଶୋଭଯାତ୍ରା ସହରରେ  ଅନୁଷ୍ଠିତ ହୋଇଥିଲା  । ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ସକାଳେ ଓଶ୍ରୁର ରାଜ୍ୟ ସଭାପତି ବିଜୟ କୃଷ୍ଣ ଦାଶ ଓଶ୍ରୁ ପତାକା ଉତ୍ତୋଳନ କରିଥିବା ବେଳେ  ସହୀଦସ୍ତମ୍ଭରେ ସମସ୍ତ କାର୍ଯ୍ୟକର୍ତ୍ତା ଶ୍ରଦ୍ଧାଞ୍ଜଳି ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳାରେ ରାଜ୍ୟ ଉପ ସଭାପତି ଅନୀରୁଦ୍ଧ ମହାପାତ୍ର , ଅଭ୍ୟର୍ଥନା ସମିତିର ଆବହାକ ସୁରୁଲାଲ ମଟାରୀ , ଜିଲ୍ଲା ସଭାପତି ଦେବାଶୀଷ ମିଶ୍ର  , ଉପ ସଭାପତି ଅମିତ ରାଉତ , କୋଷାଧ୍ୟକ୍ଷ  ସତ୍ୟନାରାୟଣ ରଥ , ବରିଷ୍ଠ  ସଭ୍ୟ ସତବନ୍ଦ ସାହୁ  , ଶେଷଦେବ ବେଦବାକ , ସୌମିତ୍ରୀ ବାବୁ , ବୃନ୍ଧାବନ ଭୋଇ , ତପନ ମିଶ୍ର , ଅଶ୍ୱିନୀ ରାଉତ ଓ ସୁନୀଲ ଲେଙ୍କା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ  ।  

0
0
0
s2sdefault