
ଓଡ଼ଗାଁ,୨୯।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଓଡ଼ଗାଁ ଏନ୍ଏସି ଅଞ୍ଚଳର ଜଣେ ନାବାଳିକାଙ୍କୁ ଭୁବନେଶ୍ୱର ଖାରବେଳ ନଗର ପୋଲିସ ଭୁବନେଶ୍ବର ରେଲଷ୍ଟେସନର ୪ ନମ୍ବର ପ୍ଳାଟଫର୍ମରୁ ସୋମବାର ରାତି ୯ ସମୟରେ ଉଦ୍ଧାର କରି ଓଡ଼ଗାଁ ଥାନାକୁ ଜଣାଇଥିଲେ । ଓଡ଼ଗାଁ ପୋଲିସ ଖାରବେଳ ନଗର ଥାନାରେ ପହଁଞ୍ଚିବା ପରେ ନାବାଳିକା ସହିତ ଅପହରଣକାରୀ ଯୁବକକୁ ଓଡ଼ଗାଁ ପୋଲିସକୁ ହସ୍ତାନ୍ତର କରିଥିଲେ । ପୋଲିସ ଭୟଙ୍କୁ ନେଇ ମଙ୍ଗଳବାର ସକାଳେ ଓଡ଼ଗାଁରେ ପହଁଞ୍ଚିଥିଲେ । ନାବାଳିକାଙ୍କ ଅଭିଭାବକ ଏନେଇ ଅଭିଯୋଗ କରିବା ପରେ ପୋଲିସ ୨୨୧/୨୫ ମାମଲା ରୁଜୁ କରି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ପଞ୍ଚଭୁତି ଗ୍ରାମର ପ୍ରସାନ୍ତ କୁମାର ପଣ୍ଡାଙ୍କ ପୁଅ ଅପହରଣକାରୀ ଅଭିଯୁକ୍ତ ଯୁବକ ଶୁଭମ୍ ପଣ୍ଡା (୧୮)କୁ ଗିରଫ କରିଥିଲେ । ବର୍ତ୍ତମାନ ଶୁଭମ୍ ପଣ୍ଡାଙ୍କ ପରିବାର ଓଡ଼ଗାଁ ଏନ୍ଏସି ବିଜୟ ମଣ୍ଡପ ସାହିରେ ରହୁଥିବା ଜଣାପଡିଛି । ଘଟଣାରୁ ଜଣାଯାଏ ସୋମବାର ସନ୍ଧ୍ୟା ୬.୩୧ ମିନିଟ୍ ସମୟରେ ନାବାଳିକା ଘରକୁ ଏକ ଫୋନକଲ ଆସିଥିଲା । ୩ ଲକ୍ଷ ଟଙ୍କା ଦେଲେ ତୁମ ଝିଅକୁ ଫେରାଇବି । ନଚେତ୍ ତାର ଅଶ୍ଳୀଳ ଫଟୋ ଭାଇରାଲ କରିଦେବି ବୋଲି ଧମକ ଦେଇଥିଲା । ନାବାଳିକାଙ୍କ ଅଭିଭାବକ ଏନେଇ ୧୧୨ କୁ ଫୋନ କରିଥିଲେ । ଖାରବେଳ ନଗର ଥାନା ପିସିଆର ନମ୍ବର ୩ ଭୁବନେଶ୍ୱର ରେଳଷ୍ଟେସନରୁ ଅଭିଯୁକ୍ତ ଶୁଭମ୍ ପଣ୍ଡା ସହିତ ପିଡିତାକୁ ହେପାଜତକୁ ନିଜ ଆଣିଥିଲେ । ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡିବ।