ହେଡଲାଇନସ୍:

ହତ୍ୟା ନାଁ ଆତ୍ମହତ୍ୟା ତାହା ସନ୍ଦେହ ଘେରରେ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାରସକଣା ( ଦିପୁ ମହାପାତ୍ର )ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ତିନି ରାଜ୍ୟ ସୀମାନ୍ତ ଜାମଶଳା ନିକଟରେ ଥିବା ଜଙ୍ଗଲର ଏକ ଗଛରେ ଜଣେ ଯୁବକଙ୍କ ମୃତ ଦେହ ଝୁଲୁଥିବା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ଜନକ ହେଲେ ପୁରୁଣା ପାଣି ଗ୍ରାମର ସଦାଶିବ ଦେହୁରୀ ବାପା ରଘୁନଥ ଦେହୁରୀ, ବୟସ (୨୫ ) | ଝାରପୋଖରିଆ ଥାନରେ ହତ୍ୟା ଅଭିଯୋଗ ଆଣିବା ସହିତ ଲିଖିତ ଅଭିଯୋଗ ଦେଲେ ପରିବାର ଲୋକ। ଲିଖିତ ଅଭିଯୋଗ ଅନୁଯାଇ ସୋମବାର ଦିନ ୧୧: ୩୦ ସମୟରେ ସଦାଶିବ ବାଇକ ଯୋଗେ ବେଙ୍ଗଲ ଯାଇଥିବା ବେଳେ ୧୨ଟା ୩୦ ସମୟରେ ତାଙ୍କ ସ୍ତ୍ରୀଙ୍କ ସହିତ ଭିଡିଓ କଲ ଯୋଗେ କଥା ହେଇ ସେ ଘରକୁ ଫେଉଥିବା କହିଥିଲେ। କିନ୍ତୁ ଆଉ ଫେରି ନଥିଲେ, ମଙ୍ଗଳବାର ସକାଳୁ ଜାମଶଳା ନିକଟରେ ଥିବା ପୁରୁଣାପାଣି ଗାଁର କିଛି ଲୋକ ଜଙ୍ଗଲକୁ ଯାଇଥିଵା ବେଳେ ଯୁବକର ମୃତ ଦେହ ଏକ ଗଛରେ ଝୁଲୁଥିଵା ଦେଖିବାକୁ ପାଇଥିଲେ। ଘଟଣା ବିଷୟରେ ଅଞ୍ଚଳରେ ତୀବ୍ର ବେଗରେ ଖେଳିଯାଇଥିଲା ଯାହାଫଳରେ ଖବର ଟି ମୃତ ଯୁବକଙ୍କ ପରିବାର ପାଖକୁ ପହଁଞ୍ଚି ଥିଲା। ପରିବାର ଲୋକ ଶଵ ପାଖକୁ ଆସିବା ସହିତ ଥାନା କୁ ଖବର ଦେଇଥିଲେ,ଖବର ପାଇ ଝାରପୋଖରିଆ ପୋଲିସ ସହିତ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିଥିଲେ । ତଦନ୍ତ ପରେ ମୃତ ଶରୀରକୁ ପୋଷ୍ଟମାର୍ଟମ ପାଇଁ ପିଆରଏମ ମେଡିକାଲ [ ବାରିପଦା ]କଲେଜକୁ ପଠାଇ ଦିଆଯାଇଛି। ଅଭିଯୋଗ କୁ ଭିତ୍ତି କରି ୧୮୬/୨୫ରେ ଏକ ହତ୍ୟା ମାମଲା ରୁଜୁ କରାଯଇ ଅଧିକ ତଦନ୍ତ ଜାରି ରଖିଛି ବୋଲି ଝାରପୋଖରିଆ ଭାରପ୍ରାପ୍ତ ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ତଦନ୍ତ ପରେ ଜଣା ପଡିବ ଏହା ହତ୍ୟା କି ଆତ୍ମହତ୍ୟା | ମୃତ ସଦାଶିବ ଦେହୁରୀ ଜଣେ ମିଷ୍ଟ ଭାସି ସହିତ ଶାନ୍ତ ସରଳ ମଣିଷ ଥିଲେ, ବୋଲି ଅଞ୍ଚଳ ବାସି ପ୍ରକାର କରିଥିଲା ତାଙ୍କ ବାହାଘର ପ୍ରେମ କାରଣରୁ ହୋଇଥିଲା ତେଣୁ କେହି ଶତ୍ରୁତା କରି ତାଙ୍କୁ ମାରି ଥାଇ ପାରନ୍ତି ବଲି ଅଞ୍ଚଳରେ ଚୋର୍ଚ୍ଚା ଜେର ଧରିଛି | ଅନ୍ୟ ପଟେ ଝାରପୋଖରିଆ ପୋଲିସ ଠିକ ଭାବରେ କାର୍ଯ୍ୟ କରୁ ନଥିବାରୁ ଏହିପରି ଘଟଣା ଦିନକୁ ଦିନ ବଢ଼ି ଚାଲିଛି ବଲି ଅଞ୍ଚଳର ବୁଦ୍ଧିଜିବି ମାନେ ମତ ପ୍ରକାଶ କରିଛନ୍ତି |

0
0
0
s2sdefault