ହେଡଲାଇନସ୍:

ହାତୀ ଆକ୍ରମଣରେ ଗାଇଆଳ ଯୁବକ ଗୁରୁତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଓଡ଼ଗାଁ,୨୯।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିର କଦଳୀ ବନ୍ଧ ସନ୍ନିକଟ ରଗଡ଼ିସାହି ଗ୍ରାମର କୃଷ୍ଣଚନ୍ଦ୍ର ବିଶୋଇ(୨୦) ହାତୀ ଆକ୍ରମଣରେ ଗୁରୁତର ହୋଇ ପଡିବାରୁ ତାଙ୍କୁ ପ୍ରଥମେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ନୟାଗଡ଼ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଦୃଘଟଣା ଅନୁସାରେ କୃଷ୍ଣ ବିଶୋଇ ସକାଳ ବେଳା ବିଲବାଡ଼ି କାମସାରି ଗାଈଗୋରୁ ଧରି ଚରାଇବାକୁ ଜଙ୍ଗଲ ତଳକୁ ଯାଇଥିଲେ । ମୁହଁ ସନ୍ଧ୍ୟାବେଳେ ଗାଈଗୋରୁ ମାନଙ୍କୁ ବାଟେଇ ଗୋଠ ଆଗେ ଆଗେ ଘରକୁ ଫେରୁଥିବା ବେଳେ ହଠାତ୍ ଜଙ୍ଗଲ ମଧ୍ୟରୁ ଏକ ହାତୀ ଝପଟି ଆସି କୃଷ୍ଣ ବିଶୋଇଙ୍କୁ ଆକ୍ରମଣ କରିଥିଲା । ଏହି ସମୟରେ ଅନ୍ୟ ୨ ସାଥି ମାନେ ଗାଈମାନଙ୍କୁ ଜଗି ପଛରେ ଆସୁଥିଲେ । ତେବେ ଆକ୍ରମଣ ବେଳେ ଦନ୍ତାର ଦାନ୍ତ କୃଷ୍ଣର ଜଙ୍ଘ ସନ୍ଧିରେ ଗଳି ଯାଇଥିଲା । ଏହି ସମୟରେ ସାଥୀମାନେ ନିଜକୁ ସୁରକ୍ଷିତ ରଖି ପାଟିତୁଣ୍ଡ କରିଥିବା ବେଳେ ପାଟିଶୁଣି ସ୍ଥାନୀୟ ଲୋକେ ପହଞ୍ଚି ସହଯୋଗ କରିବାରୁ ହାତୀ କୃଷ୍ଣକୁ ଛାଡି ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲା । ପରେ କୃଷ୍ଣକୁ ସେଠାରୁ ଉଦ୍ଧାର କରି ଓଡ଼ଗାଁ ଡାକ୍ତରଖାନାକୁ ଅଣାଯାଇଥିଲା । ଘଟଣା ସଂପର୍କରେ ଖବର ପାଇ ଓଡ଼ଗାଁ ବନାଞ୍ଚଳର ବନକର୍ମଚାରୀ ମାନେ ଡାକ୍ତର ଖାନାରେ ପହଁଚି ଗୁରୁତର ଆହତ କୃଷ୍ଣର ଚିକିତ୍ସା ପାଇଁ ସହଯୋଗ କରିଥିଲେ ।

0
0
0
s2sdefault