ବିଜେପୁର :-ପାର୍ବତୀଗିରି ବୃଦ୍ଧାଶ୍ରମ ରେ ଝିଅମାନଙ୍କ ଜନ୍ମଦିନ ପାଳନ କଲେ ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ ଗଡ଼ତିଆ ମାନବିକତା ଓ ସମ୍ବେଦନଶୀଳତାର ଏକ ଅଦ୍ୱିତୀୟ ଉଦାହରଣ ସ୍ଥାପନ କଲେ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ସୁଶାନ୍ତ ଗଡ଼ତିଆ। ତାଙ୍କ ଝିଅ ଧରିତ୍ରୀ ଗଡ଼ତିଆ ଓ କୁନମୁନ ଗଡ଼ତିଆଙ୍କ ଜନ୍ମଦିନକୁ ଗୃହସୀମା ଭିତରେ ନୁହେଁ, ବରଂ ପାର୍ବତୀଗିରି ବୃଦ୍ଧାଶ୍ରମରେ ଥିବା ଅନ୍ତେବାସୀଙ୍କ ସହ ବାଣ୍ଟି ଅନନ୍ୟ ଢଙ୍ଗରେ ପାଳନ କଲେ।
ଏହି ଅବସରରେ ଶ୍ରୀ ଗଡ଼ତିଆ ବୃଦ୍ଧାଶ୍ରମ ର ଅନ୍ତେବାସୀ ମାନଙ୍କୁ ଫଳ, ମିଠା, ବସ୍ତ୍ର ଓ ଆବଶ୍ୟକ ଉପକରଣ ବଣ୍ଟନ କରି ସେମାନଙ୍କୁ ଅଭିନନ୍ଦନ ଓ ସମ୍ମାନ ଜଣାଇଥିଲେ। ବୃଦ୍ଧମାନେ ତାଙ୍କ ଭାବନାପୂର୍ଣ୍ଣ ଉପସ୍ଥିତିକୁ ଦେଖି ଆନନ୍ଦରେ ଅଶ୍ରୁପୁର୍ଣ୍ଣ ହୋଇପଡ଼ିଥିଲେ।ସୁଶାନ୍ତ ଗଡ଼ତିଆ କହିଛନ୍ତି, “ମୋ ଝିଅମାନଙ୍କୁ ଏଭଳି ଏକ ଦାୟିତ୍ୱପୂର୍ଣ୍ଣ ଓ ମାନବିକ ଶିକ୍ଷା ଦେବାକୁ ମୁଁ ଚାହେଁ। ଜନ୍ମଦିନ ମାନେ କେବଳ ଆନନ୍ଦ ନୁହେଁ, ଦୟା, ସେବା ଓ ସମ୍ବେଦନାର ଅଭିବ୍ୟକ୍ତି ହେବା ଉଚିତ।”
ଏହି ପ୍ରଶଂସନୀୟ କାର୍ଯ୍ୟରେ ତାଙ୍କ ସହ ପରିବାରର ଅନ୍ୟାନ୍ୟ ସଦସ୍ୟ ଓ ସ୍ଥାନୀୟ ସଭ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।
ଜିଲ୍ଲା ପରିଷଦ ସୁଶାନ୍ତ ଗଡତିଆ ଙ୍କ ଏପରି ଉଦ୍ୟମ ନିଶ୍ଚୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ଓ ଏହା ଦ୍ୱାରା ସମାଜରେ ମାନବିକତାର ଅନୁଭୂତି ଅଧିକ ମଜବୁତ ହେବ।
ରାଜ୍ୟ
ନିଆରା ଢଙ୍ଗରେ ଜନ୍ମଦିନ ପାଳନ,ମାନବିକତାର ଅନୁପମ ଦୃଶ୍ୟ:
- Hits: 2376