ହେଡଲାଇନସ୍:

ବୟସ୍କମାନେ ମୁଖ ସ୍ୱାସ୍ଥ୍ୟ ପାଇଁ ଆୟୁର୍ବେଦ ଆଧାରିତ ଉପାୟକରନ୍ତୁ ଅନୁସରଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୟସ ବଢ଼ିବା ସହିତ ଦାନ୍ତ ଓ ମାଢ଼ିର ଯତ୍ନ ଅତ୍ୟାବଶ୍ୟକ: ଡା. ସୋନିଆ ଦତ୍ତ

ଭୁବନେଶ୍ୱର, ୨୮ ଜୁଲାଇ ୨୦୨୫:ବୟସ ବଢ଼ିବା ସହିତ ଦାନ୍ତ ଓ ମାଢ଼ି ସମ୍ପର୍କିତ ସମସ୍ୟା ବଢ଼ିଥାଏ, ଯାହା ମୁଖ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଏ। ଏହି ସମସ୍ୟାକୁ ଅଣଦେଖା କଲେ ଦୀର୍ଘକାଳୀନ ହାନି ହେବାର ସମ୍ଭାବନା ରହିଥାଏ। ଏହି ବିଷୟରେ ଜଣାଇଛନ୍ତି ଡା. ସୋନିଆ ଦତ୍ତ, MDS, PhD, ପ୍ରଫେସର, ଜନସ୍ୱାସ୍ଥ୍ୟ ଦନ୍ତଚିକିତ୍ସା।
ସେ କହିଛନ୍ତି, "ବୟସ ବଢ଼ିଲେ ମାଢ଼ି ଦୁର୍ବଳ ହୁଏ, ଦାନ୍ତ ମୂଳ ବାହାରି ଆସେ, ମୁଖ ଶୁଷ୍କତା ବଢ଼ିଯାଏ, ଏବଂ ସମ୍ବେଦନଶୀଳତା ବଢ଼ିବାକୁ ଲାଗେ। ଶୁଷ୍କ ପାଟି ବୟସ୍କମାନଙ୍କ ମଧ୍ୟରେ ଏକ ସାଧାରଣ ସମସ୍ୟା, ଯାହା ପ୍ରାୟତଃ କିଛି ଔଷଧ କିମ୍ବା ରୋଗ ଯୋଗୁଁ ହୋଇଥାଏ।କିଛି ଔଷଧ ପାଇଁ ମୁଖ ସଂକ୍ରମଣ, ସ୍ୱାଦ ରେ ପରିବର୍ତ୍ତନ ଓ ଦାନ୍ତ କ୍ଷୟ ମଧ୍ୟ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଅସୁବିଧାରେ ପକାଇପାରେ।
ଏହି ସମୟରେ ଆୟୁର୍ବେଦ ଆଧାରିତ ଉପାୟ ବ୍ୟବହାର କରିବା ଉପଯୁକ୍ତ। ଡାବର ରେଡ୍ ପେଷ୍ଟ ଏକ ପ୍ରମାଣିତ ଓ IDA ଦ୍ୱାରା ସ୍ୱୀକୃତ ଉତ୍ପାଦ।ଯାହା ମଧ୍ୟରେ ଥିବା ଲବଙ୍ଗ ଓ ନିମ ଭଳି ଉପାଦାନ ଦାନ୍ତ ଓ ମାଢ଼ିକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।
ବୟସ୍କ ବ୍ୟକ୍ତିମାନେ ସେମାନଙ୍କ ଦାନ୍ତର ବିଶେଷ ଯତ୍ନ ନେବା ଉଚିତ। ଡାବର ରେଡ୍ ପେଷ୍ଟ ଭଳି ବିଶ୍ୱସ୍ତ ଉତ୍ପାଦ ସହିତ ଦିନକୁ ଦୁଇଥର ବ୍ରଶ୍ କରିବାଦ୍ଵାରା ଆପଣଙ୍କ ଦାନ୍ତରୁ ଜୀବାଣୁ ଏବଂ ପ୍ଲାକ୍ ଦୂର କରିବାରେ ସାହାଯ୍ୟ କରିଥାଏ । ସମ୍ବେଦନଶୀଳ ମାଢ଼ି ପାଇଁ ଏକ ନରମ ଟୁଥବ୍ରଶ୍ ବ୍ୟବହାର କରନ୍ତୁ। ଏହା ସହିତ, ଶୁଷ୍କ ପାଟିର ସମସ୍ୟାର ସମାଧାନ ପାଇଁ ହାଇଡ୍ରେଟେଡ୍ ରୁହନ୍ତୁ। ନିୟମିତ ବ୍ୟବଧାନରେ ଦାନ୍ତକୁ ଯାଞ୍ଚ କରାଇବା , ଯାହା ଦ୍ଵାରା ଯେକୌଣସି ସମସ୍ୟାର ଯଥାଶୀଘ୍ର ଚିକିତ୍ସା କରାଯାଇପାରିବ। ଯଦି ଆପଣ କୁତ୍ରିମ ଦାନ୍ତ ବ୍ୟବହାର କରନ୍ତି, ତେବେ ସେଗୁଡ଼ିକୁ ପ୍ରତିଦିନ ସଫା କରନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେପରି ସେଗୁଡ଼ିକ ଠିକ୍ ଭାବରେ ଫିଟ୍ ହୋଇ ରହିଥିବ । ଆପଣଙ୍କ ପାଟିରେ ଯେକୌଣସି ପ୍ରକାରର ସଂକ୍ରମଣକୁ ରୋକିବା ପାଇଁ ଆପଣଙ୍କ ଦାନ୍ତର ସଠିକ୍ ଯତ୍ନ ଗୁରୁତ୍ୱପୂର୍ଣ୍ଣ।
ବୟସ ବଢ଼ିବା ସହିତ ମୁଖ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ନିୟମିତ ଯତ୍ନ ଓ ଅନୁଶାସନ ଦ୍ୱାରା ଦାନ୍ତ ଓ ମାଢ଼ିର ସ୍ୱାସ୍ଥ୍ୟକୁ ଦୀର୍ଘ ସମୟ ଧରି ସୁସ୍ଥ ରଖାଯାଇପାରିବ।

 

0
0
0
s2sdefault