-
ଟାଟା ପାୱାର ବିଦ୍ୟୁତ ଯୋଗାଣ ନେବା ଦିନଠୁ ବିଦ୍ୟୁତ କାଟ ଏକ ବଡ଼ ସମସ୍ୟା
-
ଅଞ୍ଚଳରେ ଲୋକଙ୍କ ଆକ୍ରୋଶ ବଢୁଥିବା ବେଳେ ଲୋକଙ୍କ ରହୁଛି ବିଭିନ୍ନ ପ୍ରତିକ୍ରିୟା
କୁଚିଣ୍ଡା(ଲିପନ ନାଏକ ): ଓଡ଼ିଶାରେ ଡବଲ ଇଂଜିନ ସରକାର ଗଠନ ପରେ ସରକାର ଜନତା ଙ୍କୁ ବିଭିନ୍ନ ମାଧ୍ୟମରେ ସୁବିଧା ଯୋଗାଇବା ପାଇଁ ପ୍ରତିବଦ୍ଧ ରହିଛି। ରାସନ, ପେଟ୍ରୋଲ, ଖାଇବା ତେଲ, ରାସ୍ତାଘାଟ, ପାନୀୟଜଳ ତଥା ବିଦ୍ୟୁତ ଯୋଗାଣ l କିନ୍ତୁ ସରକାର ଏହି ସବୁ ଜିନିଷ କୁ ପୂରଣ କରିପାରୁ ନଥିବା ଜନତା ଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି। ଏହି ମଧ୍ୟରେ ଏକ ବଡ଼ ସମସ୍ୟା ରହୁଛି ବିଦ୍ୟୁତ ଯୋଗାଣ ସମସ୍ୟା l
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅଞ୍ଚଳରେ ବିଦ୍ୟୁତ ସମସ୍ୟା କୁ ନେଇ ପ୍ରତ୍ୟୋକ ଦିନ ଲୋକେ ହଇରାଣ ଭୋଗୁଥିବା ଦେଖିବାକୁ ମିଳୁଛି l ମୁଖ୍ୟତଃ ବର୍ଷା ସମୟରେ ଘଡଘଡି, ବିଜୁଳି ପାଇଁ ଲାଇନଚ୍ୟୁତ ବେଶୀ ପରିମାଣ ରେ ହେଉଥିବା ଦେଖିବାକୁ ମିଳିଥାଏ କିନ୍ତୁ ଏଠି ଖରା, ବର୍ଷା, ଶୀତ ସବୁ ସମୟରେ ଦିନକୁ ୪ ରୁ ୫ ଥର ୩ ରୁ ୪ ଘଣ୍ଟା ପାଇଁ ବିଦ୍ୟୁତ କାଟ ହେଉଥିବା କୁଚିଣ୍ଡା ଉପଖଣ୍ଡ ର ପ୍ରତ୍ୟୋକ ଅଞ୍ଚଳରୁ ଅଭିଯୋଗ ହେଉଛି l ବିଭିନ୍ନ ସମୟରେ ବିଦ୍ୟୁତ ବିଭାଗ ବିଦ୍ୟୁତ କାଟ କରୁଥିବା ବେଳେ ସରକାର ଙ୍କ ନିର୍ଦେଶ କ୍ରମେ ଯେଉଁ ଗରିବ ପରିବାର ଲାଇନ ବିଲ ଦେଇ ନ ପାରୁଛି ତାଙ୍କୁ ଜୋର ଜବରଦସ୍ତ ବିଦ୍ୟୁତ ବିଲ ନ ମଙ୍ଗା ଯିବାପାଇଁ କୁହା ଯାଉଥିବା ବେଳେ ଏଠିକାର ଅଧିକାରୀ ତାଙ୍କ ଠୁ ଜୋର ଜବରଦସ୍ତ ବିଲ ମାଙ୍ଗୁଥିବା ଅଭିଯୋଗ ହେଉଛି l ଏଠି ଅନେକ ସମୟରେ ବିଦ୍ୟୁତ ସରାବହ ବନ୍ଦ ରହୁଥିବା ବେଳେ ବିଦ୍ୟୁତ ବିଭାଗ କୁ ଜଣାଇଲେ ମଧ୍ୟ ବିଦ୍ୟୁତ ବିଭାଗ ଏହା ଉପରେ ଗୁରୁତ୍ୱ ଦେଉନାହାନ୍ତି l ଗତ କିଛିଦିନ ତଳେ ଜମନକିରା ବ୍ଲକ ଫାଶୀମାଲ ଅଞ୍ଚଳରେ ବିଦ୍ୟୁତ ତାର ଉପରେ ଏକ ଶୁଖିଲା ଗଛ ପଡିବା ଭଳି ଅବସ୍ଥାରେ ଥିବା ବେଳେ ବିଦ୍ୟୁତ ବିଭାଗ କୁ ଅନେକ ଥର ଜଣାଯିବା ପରେ ମଧ୍ୟ ସେ ତାର ସମାଧାନ କରି ନଥିଲେ l ସେହିପରି ଫାଶୀମାଲ ଅଞ୍ଚଳ ଲିମ ପଡା ରେ ଘଡଘଡି ବର୍ଷା ଯୋଗୁଁ ଲଗାତାର ବିଦ୍ୟୁତ ସରାବହ ବନ୍ଧ ରହିଥିବା ବେଳେ ଏହା ମଧ୍ୟ ବିଦ୍ୟୁତ ବିଭାଗ କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସେ ତତପରତା ଦେଖାଉ ନଥିଲେ l ପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ବିଦ୍ୟୁତ ବିଭାଗ ତରବରିଆ ଭାବରେ ବିଦ୍ୟୁତ ସଂଯୋଗ କରିବା ସହ ଗଛ ଟିକୁ କାଟିଥିଲେ l ସେହିପରି ଜମନକିରା ବ୍ଲକ ଟାଙ୍ଗରାଣୀ, ପାଲୋଖମନ ବାସିନ୍ଦା ଗିରି ମାଝୀ ଓ ବର୍ଣ୍ଣବାସ ଏକ୍କା ଙ୍କ ଅଭିଯୋଗ କ୍ରମେ ସେ ଘେରରେ ଉପସ୍ଥିତ ନ ଥିବା ବେଳେ ବିଦ୍ୟୁତ ବିଭାଗ ତାଙ୍କ ଘର କୁ ଆସି ଲାଇନ କାଟି ଦେଇଛନ୍ତି l ଅଜୀକୁ ଦୁଇ ମାସ ବିତିଯାଇଥିଲେ ମଧ୍ୟ ବିଭାଗ ତାଙ୍କ ଘର କୁ ଲାଇନ ସଂଯୋଗ କରୁନଥିବା ସେ ଅଭିଯୋଗ କରିଛନ୍ତି l ଏହା ଜମନକିରା ଅଞ୍ଚଳ ବଳି ନୁହଁ ଜମନକିରା, କୁଚିଣ୍ଡା, ବାମରା ବିଭିନ୍ନ ଅଞ୍ଚଳରେ ଏହି ସବୁ ଅସୁବିଧା ହେଉଥିଲେ ମଧ୍ୟ ବିଭାଗ ଏହାର କୌଣସି ସମଧାନ ପାଇଁ ଆଗକୁ ଆସୁନଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି l କୁଚିଣ୍ଡା ସଇଡା ୧୧ ନମ୍ବର ୱାର୍ଡ ରେ ରାତିସାରା ଲାଇନ କଟ ରହିଥିବା ବେଳେ ଅଂଚଳର ବିଭିନ୍ନ ଗ୍ରାମରେ ମଧ୍ୟ ଏହା ଦେଖିବାକୁ ମିଳିଥିଲା l କୁଚିଣ୍ଡା ଅଂଚଳ ଲାଡମପାଲି ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ସେ ବିଦ୍ୟୁତ ବିଭାଗ ବିଚାରପତି ଙ୍କୁ ଫୋନ କରି ବୁଝିବାରୁ ୩୩ କେଭି ଫିଡ଼ର୍ସ ବ୍ରେକଡାଉନ ହୋଇଛି ବୋଲି କହି କାଟି ଦେଇ ଥିଲେ l ଲୋକଙ୍କ ଅଭିଯୋଗ ଯେ ଟୋଲ ଫ୍ରି ନମ୍ବର ରେ ହାପ ଭୋଲ୍ଟେଜ ତଥା ଲାଇନ କାଟ ର ଅଭିଯୋଗ ଦିଆଗଲେ ମଧ୍ୟ ବିଭାଗ ପକ୍ଷରୁ ଘଣ୍ଟା ଘଣ୍ଟା ଧରି ସମଧାନ କରାଯାଉନଥିବା ଅଭିଯୋଗ ହେଉଛି l ଏହାର ସତ୍ୟତା ପ୍ରକାଶ ନିମନ୍ତେ ବିଦ୍ୟୁତ ବିଭାଗ ଏସ ଡି ଓ, କୁଚିଣ୍ଡା ବିଦ୍ୟୁତ ଯନ୍ତ୍ରୀ ଓ ଜମନକିରା ବିଦ୍ୟୁତ ଯନ୍ତ୍ରୀ ଙ୍କ ଏହି ନମ୍ବର ୯୪୩୭୦୫୭୯୯୫, ୯୪୩୭୨୬୭୬୯୦, ୭୦୦୮୬୫୫୪୨୨ ରେ ଦୁଇ ଦିନ ଧରି ଫୋନ କରିଥିଲେ ମଧ୍ୟ୍ୟ କେହି ଫୋନ ଉଠାଇନଥିଲେ l ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳୁଥିବା ବେଳେ ବିଭାଗ ପକ୍ଷରୁ କିଛି ପ୍ରତିକ୍ରିୟା ନା ପ୍ରତିକାର କରଯାଉଥିବାରୁ ବିଦ୍ୟୁତ ବିଭାଗ ଉପରେ ଲୋକଙ୍କ ଆକ୍ରୋଶ ବଢୁଛି l ତୁରନ୍ତ ସରକାର ପକ୍ଷରୁ ଟାଟା ପାୱାର ଅଧିକାରୀ ଙ୍କୁ ତାଗିତ କରିବା ସହ ଲୋକଙ୍କ ସହ ଆଲୋଚନା ପୂର୍ବକ କିପରି ଭାବରେ ଅଂଚଳରେ ଶାନ୍ତିଶୃଙ୍ଖଳା ଭାବରେ ବିଦ୍ୟୁତ ଯୋଗାଣ ଠିକ ଭାବରେ କରାଯିବା ନେଇ ବିଭିନ୍ନ ଅଂଚଳରୁ ଦାବୀ ହୋଇଛି l