ହେଡଲାଇନସ୍:

୧୫ବର୍ଷ ପରେ ଅନିତାଙ୍କୁ ନ୍ୟାୟ ମିଳିଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୨୭.୦୭.୨୦୨୫/ସୁମନ୍ତ କୁମାର ଦାସ: ୨୦୧୦ ମସିହାରେ ତିର୍ତ୍ତୋଲ ବ୍ଲକ୍ ଗୋପାଳପୁର ଗ୍ରାମ ପଞ୍ଚାୟତ ପ୍ଲଟିଙ୍ଗ ଗ୍ରାମ ଅଧିନ ୪ନଂ ୱାର୍ଡରେ ଅଙ୍ଗନବାଡିକେନ୍ଦ୍ର ପୂଟିଙ୍ଗ -୨ ଖୋଲାଯାଇଥିଲା । ଆବେଦନକାରୀଙ୍କ ମଧ୍ୟରେ ଅଞ୍ଜନା ସ୍ବାଇଁ ଏବଂ ଅନିତା ପରିଡା ସମେତ ଅନେକ ଆବେଦନକାରୀ ଥିଲେ। ଏହି ଦୁଇଜଣଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା । କିନ୍ତୁ ୨୦୧୦ ମସିହାରେ ଅଞ୍ଜନା ସ୍ବାଇଁଙ୍କୁ ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି ମିଳିଥିଲା। ସେହି ନିଯୁକ୍ତିକୁ ବିରୋଧ କରି ଅନିତା ପରିଡା ଜିଲ୍ଲା ବିଚାର ବିଭାଗ ଅଦାଲତକୁ ଯାଇ ନିରାଶ ହେବା ପରେ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିକଟରେ ଡଚ(ମ) ଘକ୍ଟ-୧୦୪୦୨/୨୦୧୧ରେ ଏକ କେସ କରିଥିଲେ । ଅଞ୍ଜନା ସ୍ୱାଇଁ ଯାଇ ଭିନ୍ନକ୍ଷମ ପ୍ରମାଣପତ୍ର ଆଧାରରେ ପାଞ୍ଚନମ୍ବର ଅଧିକ ପାଇ ନିଯୁକ୍ତି ପାଇଥିଲେ। କିନ୍ତୁ କୌଣସି କାରଣରୁ ଅନିତା ପରିଡା କେସକୁ ପରିଚାଳନା କରିବାରେ ପରବର୍ତ୍ତୀ ସମୟରେ ଆଗ୍ରହ ଦେଖାଇ ନଥିଲେ ତେଣୁ ଅଞ୍ଜନା ସ୍ମାଇଁ ଅଙ୍ଗନବାଡି କର୍ମୀ ଭାବେ କାର୍ଯ୍ୟ କରିଆସୁଥିଲେ। ୨୦୨୧ ମସିହାରେ ସେହି ପଞ୍ଚାୟତର ରଶ୍ମିରଞ୍ଜନ ଦାଶ ନାମକ ଜଣେ ଯୁବକ ସୂଚନା ଅଧିକାର ଆଇନ ବଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜଗତସିଂହପୁର ତଥ୍ୟ ଆଣି ଜାଣିବାକୁ ପାଇଲେ ଯେ ପ୍ରକୃତରେ ଅଞ୍ଜନା ସ୍ପାଇଁ ଦେଇଥିବା ପ୍ରମାଣ ପତ୍ର ଜାଲି ଅଟେ । ଏହାକୁ ଆଧାର କରି ରଶ୍ମି ରଞ୍ଜନ ଦାଶଙ୍କ ସମେତ ପ୍ରଭାତ ସ୍ବାଇଁ, କମଳଲୋଚନ ବିଶ୍ୱାଳ , ଗଗନ ସାହୁ, ଧିରେନ୍ଦ୍ର ବିଶ୍ଵାଳ, କେଦାରନାଥ ବିଶ୍ୱାଳ ଓ ଅନ୍ୟମାନେ ନିର୍ଦ୍ଦେଶକ ଦୁର୍ନିତି ନିବାରଣଙ୍କୁ ଏହି ସମ୍ବନ୍ଧରେ ଲିଖିତ ଅଭିଯୋଗ କରିଥିଲେ। ଭିଜିଲାନ୍ସ କିଛି ପଦକ୍ଷେପ ନନେବାରୁ ସେମାନେ ମାନ୍ୟବର ଉଚ୍ଚନ୍ୟାୟଳୟ,କଟକ ନିକଟରେ ଏହି ଅଭିଯୋଗ ଆଧାରରେ ୧୭୭୦/୨୦୨୧ କେସ ରୁଜୁ କରିଥିଲେ। କୋର୍ଟ ୮ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଭିଳିଲାନ୍ସ ଏହି ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। କ୍ରାଇମବ୍ରାଞ୍ଚର ଏକ ଦଳ ପୂଟିଙ୍ଗ ଗ୍ରାମରେ ପହଞ୍ଚି ତଦନ୍ତ କରିଥିଲେ । ତଦନ୍ତରୁ ଅଞ୍ଜନାଙ୍କ ଭିନ୍ନକ୍ଷମ ପ୍ରମାଣପତ୍ର ଜାଲି ବୋଲି ସ୍ପଷ୍ଟ କରିଥିଲେ। ଏହାପରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଚିଠି ନଂ-୪୫୪୬/୨୯.୦୩.୨୦୨୩ ରେ ତିର୍ତ୍ତୋଲ ଥାନା ଅଧିକାରୀଙ୍କୁ ଅନୁସନ୍ଧାନ ରିପୋର୍ଟ ପ୍ରଦାନ ସ‌ହ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାର ୧ବର୍ଷ ପରେ ଅର୍ଥାତ ୦୪.୦୧.୨୦୨୪ରେ ତିର୍ତ୍ତୋଲ ଥାନା ପକ୍ଷରୁ ସିଡିପିଓ ତିର୍ତ୍ତୋଲଙ୍କୁ ଅଞ୍ଜନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ହୋଇଥିଲା। ଏହାପରେ ତା ୧୩.୦୬.୨୦୨୪ ରିଖରେ ସବ୍‌କଲେକ୍ଟର, ଜଗତସିଂହପୁର ଅଞ୍ଜନା ସ୍ବାଇଁଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଥିଲେ । ପରେ ସମନ୍ବିତ ଶିଶୁବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ତିର୍ତ୍ତୋଲ ବିଜ୍ଞାପନ ସଂଖ୍ୟା ୭୩୧ ତା ୧୦.୦୩.୨୦୨୪ ମାଧ୍ୟମରେ ପୁଟିଙ୍ଗ-୨ ଅଙ୍ଗନବାଡିକର୍ମୀ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରିଥିଲେ। ଏହାକୁ ବିରୋଧ କରି ଅଞ୍ଜନା ସ୍କାଇଁ ମାନ୍ୟବର ଉଚ୍ଚନ୍ୟାୟାଳୟ କଟକଙ୍କ ନିକଟରେଡଚ(ମ୍) ଘକ୍ଟ ୨୯୬୪୭/୨୦୨୪ ମାଧ୍ୟମରେ ସିଡିପିଓ ତିର୍ତ୍ତୋଲଙ୍କ ବିଜ୍ଞାପନକୁ ବାତିଲ କରିବା ପାଇଁ ନିବେଦନ କରିଥିଲେ, କୋର୍ଟ ଏହାକୁ ଗ୍ରହଣ କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ କୋର୍ଟ ଜାଣିବାକୁ ପାଇଲେ ୨୦୧୧ ମସିହାରେ ଅନିତା ପରିଜା ୧୦୪୦୨/୨୦୧୧ରେ ଏକ ରେ ୨ୟ ପକ୍ଷ ଭାବେ କେସ୍ ଦାୟର କରିଥିଲେ । ଏହାକୁ ବିଚାର କରି ଜଷ୍ଟିସ ଶଶିକାନ୍ତ ମିଶ୍ର ତା ୧୫ ଜୁଲାଇ ୨୦୨୫ ତାଙ୍କ ରାୟରେ ପ୍ରକାଶ କଲେକି ଦ୍ଵିତୀୟ ପକ୍ଷ ଅନିତା ପରିଡାଙ୍କୁ ଅଙ୍ଗନବାତି କର୍ମୀଭାବେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଲେ। ପତ୍ର ସଂଖ୍ୟା ୩୧୯୨୪ (3) ତା୧୭.୦୭ ୨୦୨୫ ମାଧ୍ୟମରେ ଆଡଭୋକେଟ ଜେନେରାଲ, ଓଡିଶା, କଟକ, ସଚିବ ମହିଳା ଏବଂ ଶିଶୁ ବିକାଶ ବିଭାଗ ଓ ଜିଲ୍ଲାସରକାର, ଆଡିସିନାଲ ଡିଷ୍ଟିକ ମାଜିଷ୍ଟ୍ରୋ ଜଗତସିଂହପୁର ସିଜିପିଓ ତିର୍ତ୍ତୋଲଙ୍କୁ ପତ୍ର ଜରିଆରେ ଅନିତା ପରିତାଙ୍କୁ ପୂଟିଙ୍ଗ-୨ ଅଙ୍ଗନବାଡି କେନ୍ଦ୍ରର କର୍ମୀଭାବେ ନିଯୁକ୍ତି ଦେବାକୁ ନିର୍ଦେଶ ଦେଇଛନ୍ତି ।

0
0
0
s2sdefault