ହେଡଲାଇନସ୍:

ନୂତନ ନିୟମ ଯୋଗୁ ଚାଷୀଙ୍କ ଭିତରେ ହତାଶା : ପଞ୍ଜୀକରଣ ମନ୍ଥର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂତନ ନିୟମ ଦ୍ବାରା ଚାଷଜମିରେ କାମ କରୁଥିବା ପ୍ରକୃତ ଚାଷୀ ବଞ୍ଚିତ ହେବା ସହିତ ସେମାନଙ୍କ କଷ୍ଟପାର୍ଜିତ ଧାନକୁ ବେପାରୀ ହାତରେ ବିକ୍ରି କରିବା ପାଇଁ ବାଧ୍ୟ ହେବେ !


ବିଜେପୁର :-ଆଗାମୀ ଖରିଫ ଧାନ ବିକ୍ରି କରିବା ପାଇଁ ଚାଷୀ ଜମିର ପରିମାଣ ଓ ନିଜର ନାମ ପଞ୍ଜୀକରଣ ଲାଗି ସରକାର ଗତ ଜୁଲାଇ ୧୯ ତାରିଖରୁ ଅଗଷ୍ଟ ୨୦ ଯାଏ ସମୟ ନିରୂପଣ କରିଛନ୍ତି। ମାତ୍ର ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ସରକାରଙ୍କ ନୂତନ ନିୟମ ଯୋଗୁ ଚାଷୀ ପଞ୍ଜୀକରଣ ପୂରା ମନ୍ଥର ହୋଇଛି। ଏପର୍ଯ୍ୟନ୍ତ ବିଜେପୁର ବ୍ଲକର ବିଭିନ୍ନ ସେବା ସମବାୟ ସମିତିରେ ମାତ୍ର ୧୫୮ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ବିଜେପୁର ସମବାୟ ଉପନିବନ୍ଧକ ସୂଚନା ଅନୁସାରେ ରବିବାର ପର୍ଯ୍ୟନ୍ତ ବିଜେପୁର ସମବାୟ ସମିତିରେ ୫୦ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଏମ ଶ୍ରୀଗୀଡା ସମବାୟରେ ୧୯ଜଣ ଚାଷୀ, ଲାଉମୁଣ୍ଡା ସମବାୟରେ ୩୮ ଚାଷୀ,ବଡ ବାଉସେନ ସମବାୟରେ ୪ଚାଷୀ, ସାଇପାଲି ସମବାୟ ସମିତିରେ ୪୭ ଚାଷୀପଞ୍ଜୀକରଣ କରିଛନ୍ତି। ଗତ ୨୦୨୪-୨୫ଖରିଫ ପଞ୍ଜୀକରଣ ଦେଖିଲେ ସପ୍ତାହରେ ପ୍ରାୟ ୪୦ ପ୍ରତିଶତ ଞ୍ଜୀକରଣ ହେଉଥିବା ବେଳେ ଏଥର ମାତ୍ର ମାତ୍ର ୩ ପ୍ରତିଶତ ପଞ୍ଜୀକରଣ ହୋଇଛି। ଆଶାନୁରୂପ ଚାଷୀ ପଞ୍ଜୀକରଣ ନହେବା ପାଇଁ ସରକାରଙ୍କ ନୂତନ ନିୟମ ବଂଶାବଳୀ, ଆଇସ୍କାନ, ଓଟିପି ତଥା ଉତ୍ତରାଧିକାରୀଙ୍କ ପ୍ରମାଣପତ୍ର ଦାୟୀ ବୋଲି ଅଞ୍ଚଳର ଚାଷୀମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ପୂର୍ବ ବର୍ଷରେ ଏତେ କଟକଣା ନ ଥିବାରୁ ଅଧିକରୁ ଅଧିକ ଚାଷୀ ପଞ୍ଜୀକୃତ ହୋଇ ସେମାନଙ୍କ ଧାନ ବିକ୍ରି କରିପାରୁଥିଲେ, ମାତ୍ର ଏହି ନୂତନ ନିୟମ ଦ୍ବାରା ଚାଷଜମିରେ କାମ କରୁଥିବା ପ୍ରକୃତ ଚାଷୀ ବଞ୍ଚିତ ହେବା ସହିତ ସେମାନଙ୍କ କଷ୍ଟପାର୍ଜିତ ଧାନକୁ ବେପାରୀ ହାତରେ ବିକ୍ରି କରିବା ପାଇଁ ବାଧ୍ୟ ହେବେ ଏହି ନିୟମ ପରିବର୍ତନ ନ ହେଲେ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ବିଜେପୁର ଅଞ୍ଚଳର ଚାଷୀ ତଥା ବରିଷ୍ଠ ନେତା ଚେତାବନୀ ଦେଇଛନ୍ତି l ଆସନ୍ତା କାଲି ଏହି ସମସ୍ୟା ର ଶୀଘ୍ର ସମାଧାନ ପାଇଁ ଜିଲ୍ଲା ର ସମସ୍ତ ସୋସାଇଟି ମାନଙ୍କୁ ଅଭିଯୋଗ ପତ୍ର ଦିଆହେବା ପାଇଁ ନିଷ୍ପତ୍ତି ହୋଇଅଛି।ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର ସୂଚନା ଦେଇଛନ୍ତି

0
0
0
s2sdefault