ବିଜେଡି ସମର୍ଥିତ ସରପଂଚଙ୍କ ସମେତ ଅନେକ ବିଜେଡି କର୍ମୀଙ୍କ ବିଜେପିରେ ଯୋଗଦାନ
ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଲେ ବରିଷ୍ଠ ନେତୃବୃନ୍ଦ
ସ୍ଥାନୀୟ ଅଂଚଳର ବିକାଶକୁ ଆଗେଇ ନେବା ପାଇଁ ସହାୟକ ହେବା ସହିତ ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବ
ରାଜ୍ୟ ସରକାରଙ୍କ ଜନାଭୀମୁଖୀ କାର୍ଯ୍ୟ ପ୍ରତି ଓଡିଶାବାସୀଙ୍କ ସମର୍ଥନ ବୃଦ୍ଧି ପାଇଚାଲିଛି : ମନମୋହନ ସାମଲ
ଭୁବନେଶ୍ୱର,ତା.୨୭/୦୭: ରାଜ୍ୟ ସରକାରଙ୍କ ଜନାଭୀମୁଖୀ କାର୍ଯ୍ୟ ପ୍ରତି ଓଡିଶାବାସୀଙ୍କ ସମର୍ଥନ ବୃଦ୍ଧି ପାଇଚାଲିଛି । ଅନ୍ୟ ପଟେ ବିଜେଡି ଏବଂ କଂଗ୍ରେସର ଜନାଧାର ଆହୁରି ହ୍ରାସ ପାଇବାକୁ ଲାଗିଛି । ଏପରିକି ଦଳୀୟ କର୍ମୀମାନେ ମଧ୍ୟ ଆସ୍ଥା ହରାଉଛନ୍ତି । ଆଜିର ଏହି ମିଶ୍ରଣ ପର୍ବ ହେଉଛି ଏହାର ଏକ ପ୍ରତିଫଳନ । ଆଜିର ମିଶ୍ରଣ ସ୍ଥାନୀୟ ଅଂଚଳର ବିକାଶକୁ ଆଗେଇ ନେବା ପାଇଁ ସହାୟକ ହେବା ସହିତ ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବ ବୋଲି କହିବା ସହିତ ସ୍ଥାନୀୟ ପଂଚାୟତର ମୈାଳିକ ସମସ୍ୟାର ସମାଧାନ ଓ ବିକାଶ ପାଇଁ ସମସ୍ତେ ଏକାଠି ହୋଇ କାମ କରିବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି ।
ଓଡ଼ିଶାକୁ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ବିଜେପି ସରକାର ବଦ୍ଧପରିକର । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କେନ୍ଦ୍ର ସରକାର ଏବଂ ରାଜ୍ୟରେ ବିଜେପି ସରକାର ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । । ବିଜେଡି ଉପରୁ ଆସ୍ଥା ହରାଇ ଚାନ୍ଦବାଲୀ ନିର୍ବାଚନମଣ୍ଡଳୀର ଅନେକ ବିଜେଡି ନେତୃବୃନ୍ଦ ଓ କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି । ଚାନ୍ଦବାଲୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନାନ୍ଦପୁର ଗ୍ରାମ ପଂଚାୟତର ସରପଂଚ ଶାରଳା ବିଶ୍ୱାଳ, ବରିଷ୍ଠ ବିଜେଡି ନେତା ଗଣେଷ ବିଶ୍ୱାଳ, ଓ୍ôାର୍ଡ ମେମ୍ବର ରଂଜନ ପଣ୍ଡା, ବାବାଜୀ ଚରଣ ସେଠୀ, ଅମୁଲ୍ୟ ଦାସ, କୃଷ୍ଣ ଓଝା ପ୍ରମୁଖଙ୍କ ସମେତ ଶତାଧିକ ବିଜେଡି କର୍ମୀ ଓ ନେତା ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ ।
ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ଶାସକ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସଂପାଦକ ସରୋଜ କର ପ୍ରମୁଖ ଉପସ୍ଥିତ ଥିଲେ ।