ନାନୋ ୟୁନିକର୍ଣ୍ଣ ମୂଲ୍ୟାଙ୍କନ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ କ୍ଷୁଦ୍ର ଶିଳ୍ପ ସ୍ଥାପନ ପାଇଁ ସ୍ଥାନୀୟ ଆଶାୟୀ ଯୁବକ ଯୁବତୀ ମାନଙ୍କୁ ୧ ଲକ୍ଷ ଟଙ୍କା ସୁଧ ମୁକ୍ତ ଋଣ ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ଦୁଇ ଦିନିଆ ସାକ୍ଷାତକାର ଓ ପ୍ରମାଣ ପତ୍ର ଯାଞ୍ଚ ପ୍ରକ୍ରିୟା ସଫଳତା ସହ ଅନୁଷ୍ଠିତ ହୋଇଯାଇଅଛି।
ପ୍ରଥମ ଦିନ ୨୩.୦୭.୨୦୨୫ ରେ ୨୨ ଜଣ ଯୁବକ ଯୁବତୀ ଓ ଦ୍ୱିତୀୟ ଦିନ ୨୪.୦୭.୨୦୨୫ରେ ୨୫ ଜଣ ଯୁବକ ଯୁବତୀ ଉପସ୍ଥିତ ରହି ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ , ଜିଲ୍ଲା ସାଧାରଣ ପରିଚାଳକ ଶ୍ରୀ ସୁନାରାମ ସିଂ, ଲିଡ୍ ବ୍ୟାଙ୍କ ମ୍ୟାନେଜର ଶ୍ରୀ ମହେଶ୍ୱର ମଣ୍ଡଳ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault