ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ସଞ୍ଚୟ ଯୋଜନା ଆଲୋଚନା ଚକ୍ର ରେ Asst. Director saving & financial services ବିବେକାନନ୍ଦ ମହନନ୍ଦଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲପାଳ ତନ୍ମୟ କୁମାର ଦରୱାନ, ସମ୍ମାନିତ ଅତିଥି ଭାବେ Superintendent postal ସୁଶାନ୍ତ କୁମାର ପାଣିଗ୍ରାହୀ, NYK Co-dinator ପ୍ରସନ୍ନ ମେହେର, DIPRO ହଳଧର ନିଆଲ, SDFS କ୍ରୀଷ୍ଣା ପ୍ରସନ୍ନ ପଣ୍ଡା, ASP ଏମ୍. ସଞ୍ଜୟ କୁମାର ଦୋରା, DO.PLI ଅଭିଷେକ ପଣ୍ଡା, କାର୍ତ୍ତିକେଶ୍ୱର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ସ୍ଵଳ୍ପ ସଞ୍ଚୟ ଥିବା ବିଭିନ୍ନ ସ୍କିମ ଯଥା Saving, RD, M.I.S, Sukanya ଇତ୍ୟାଦି ଅନେକ ଉପକାରୀ ପୋଷ୍ଟଲ ସ୍କିମ ଗୁଡ଼ିକ ସମ୍ପର୍କରେ ଅତିଥିମନେ ଅତି ପ୍ରଞ୍ଜଳ ଭାବରେ ବୁଝାଇଥିଲେ । ଭବିଷ୍ୟତ କାର୍ଯ୍ୟପନ୍ଥା ତଥା ନିତିଦିନିଆ ଆର୍ଥିକ ଉନ୍ନତି ପାଇଁ ପ୍ରତ୍ୟେକ ପରିବାର ର ଆବଶ୍ୟକତା ଦୃଷ୍ଟିରୁ ସଞ୍ଚୟର ଭୂମିକା ଅତ୍ୟନ୍ତ ଜରୁରୀ ବୋଲି ବକ୍ତା ମାନେ ନିଜ ନିଜ ଅଭିଭାଷଣରେ କହିଥିଲେ । ଉପସ୍ଥିତ ICDS କର୍ମୀ ମାନଙ୍କୁ ଓ NYK ଯୁବବନ୍ଧୁ ମାନଙ୍କୁ ଏ ଦିଗରେ ଯତ୍ନବାନ ହେବାପାଇଁ ଅଧିକାରୀବୃନ୍ଦ ସଚେତନ କରିଥିଲେ । ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥିବୃନ୍ଦ ସମସ୍ତଙ୍କର ସହଯୋଗ ଓ ନିଷ୍ଟା ବଳରେ ଆମ ଜିଲ୍ଲାରେ ଚାଲିଥିବା ସଞ୍ଚୟ ଯୋଜନା ସୁକନ୍ୟା ଏକ ନମ୍ବର ହେବା ବିଷୟରେ ଗୌରବ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଆହୁରି କେମିତି ସଞ୍ଚୟ ର ଉନ୍ନତି ହେବ ସେଥିପ୍ରତି ଧ୍ୟାନଦେବା ପାଇଁ ଉପସ୍ଥିତ ସମସ୍ତ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ । ଆଲୋଚନା ଚକ୍ରରେ ସାମାଜିକ ଉନ୍ନତିରେ ସଞ୍ଚୟର ଭୂମିକା ଅତ୍ୟନ୍ତ ଜରୁରୀ ବୋଲି ମତପ୍ରକାଶ ପାଇଥିଲା । ଏଥିରେ postal agent ତରଫରୁ ଦିଲୀପ ରାଉତ , ଫକୀର ମୋହନ ପଧାନ, ଶରତ ଚନ୍ଦ୍ର ପଧାନ, ରାମଲିଙ୍ଗ ଆଚାରି, ପ୍ରଦୀପ ଆରୁଖ , କୈଳାଶ ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ DIPRO ହଳଧର ନିଆଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସଭାସାଙ୍ଗ କରାଯାଇଥିଲା ।

0
0
0
s2sdefault