ପ୍ରଶାସକ ଠାରୁ ନ୍ୟାୟ ନପାଇ ଗଣମାଧ୍ୟମର ସାହାରା ନେଲେ ପିଡିତ ମହିଳା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କେଉଁ ନେତା ଙ୍କ ଛତ୍ର ଛାୟା ତଳେ ବାଲି ମାଫିଆ !

  • ଏତଲା ଦେବାର ୩୦ଦିନ ପରେ ବି ମହିଳାଙ୍କୁ ମିଳିଲାନି ନ୍ୟାୟ ।

  • ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଜଣାଇବା ୧୫ ଦିନ ପରେବି କାର୍ଯ୍ୟାନୁଷ୍ଠାନ ଶୁନ ।

  • ଧାରଣା ଦେବାର ଧମକ ପରେ କାର୍ଯ୍ୟାନୁଷ୍ଠାନ ହେବାର ପ୍ରତିଶ୍ରୁତି ଦେଲେ ଡି ଆଇ ଜି


ମୟୂରଭଞ୍ଜ (ସାରସକଣା :)- ସାମ୍ବାଦିକଙ୍କ ଉପରେ ପ୍ରତିଶୋଧ ନେବାକୁ ଯାଇ ସାମ୍ବାଦିକ ଓ ତାଙ୍କ ସ୍ତ୍ରୀ ପରିବାର ନାମରେ ନାନାଦି ଅଶ୍ଳୀଳ ଭାଷା ପ୍ରୟୋଗ କରି ସାମାଜିକ ଗଣମାଧ୍ୟମରେ ଫେକ ଆଇଡି ବ୍ୟବହାର କରି ବଦନାମ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ସାମ୍ୱାଦିକ ଙ୍କ ପତ୍ନୀ ଥାନା ରେ ଅଭିଯୋଗ ଦେବା ଏବଂ ବିଭିନ୍ନ ବିଭାଗରେ ଲିଖିତ ଅଭିଯୋଗ କରିବାର ଗୋଟିଏ ମାସ ଅତିବାହିତ ହୋଇଥିଲେ ସୁଦ୍ଧା ନ୍ୟାୟ ନ ପାଇଁ ଶେଷରେ ଗଣମାଧ୍ୟମ ର ଆଶ୍ରୟ ନେଲେ ପିଡିତ ମହିଳା ।
ସୁଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ ତହସିଲ ଅଞ୍ଚଳରେ ବେଆଇନ ବାଲି ବ୍ୟବସାୟକୁ କେନ୍ଦ୍ର କରି ସାମ୍ବାଦିକ ମଳୟ ନାୟକ ବିଭିନ୍ନ ସମୟରେ ଖବର ପ୍ରସାରଣ କରିଥିବା ଯୋଗୁଁ ଅଞ୍ଚଳର ବାଲି ମାଫିଆ ଖୋଲା ଭାବରେ ସାମ୍ବାଦିକ ଙ୍କୁ ଧମକ ଦେଇଥିଲେ। ଧମକ ରେ ଖୁଲମ୍ ଖୁଲ୍ଲା କହିଥିଲେ କି ତମେ ଯେତେ ଖବର ପ୍ରସାରଣ କଲେବି ଆମର କିଛି କରିପାରିବ ନାହିଁ ବୋଲି ଗଣମାଧ୍ୟମକୁ ,କହିଛନ୍ତି ସାମ୍ବାଦିକ ମଳୟ ନାୟକ । ତାର ଓଡିଓ ମଧ୍ୟ ମୋ ପାଖରେ ଅଛି ,ତେବେ କିଛି ଦିନ ପରେ ଫେସବୁକରେ ଏକ ଫେକ ଆଇଡି ଖୋଲାଯାଇ ସାମ୍ବାଦିକଙ୍କ ନାମରେ ନାନାଦି ମିଥ୍ୟା କଥା ଏବଂ ନାନାଦି ଅଶ୍ଳୀଳ ଭାଷା ପ୍ରୟୋଗ କରି ଲେଖାଯିବା ସହିତ ତାଙ୍କ ସ୍ତ୍ରୀ, ଛୁଆ ଓ ଶ୍ୱଶୁର ଙ୍କ ନାମରେ ମଧ୍ୟ ଅଶ୍ଳୀଳ ଶବ୍ଦ ବ୍ୟବହାର କରି ଚରିତ୍ର ସଂଘାର କରାଯାଇଥିଲା। ତେବେ ଏହି ପୋଷ୍ଟକୁ ନେଇ ଗତ ଜୁନ ମାସ ୨୩ ତାରିଖ ଦିନ ସାମ୍ୱାଦିକ ଙ୍କ ପତ୍ନୀ ସାଇବର ଥାନାରେ ମଧ୍ୟ ଅଭିଯୋଗ କରିଥିଲେ । ୨୪ ତାରିଖ ଦିନ ଅଭିଯୋଗ ଅନୁସାରେ ସ୍ଥାନୀୟ ଝାରପୋଖରୀଆ ଥାନାରେ ୧୬୨/୨୫ ଅନୁସାରେ ମଧ୍ୟ ଏକ ମାମଲା ରୁଜ୍ଜୁ ହୋଇଥିଲା। ଥାନାଧିକାରୀ ପ୍ରଭୁକଲ୍ୟାଣ ଆଚାର୍ଯ୍ୟ ୧୨ ରୁ ୧୫ ଦିନ ଭିତରେ ଫେସବୁକ କମ୍ପାନୀରୁ ରିପୋର୍ଟ ଆସିବ ବୋଲି କହିଥିବା ବେଳେ ଦୋଷୀକୁ ନିଶ୍ଚିତ ଧରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ତେବେ ଝାରପୋଖରୀଆ ଥାନାରୁ ସନ୍ତୋଷ ଜନକ କାର୍ଯ୍ୟାନୁଷ୍ଠାନ ନ ପାଇ ସାମ୍ବାଦିକଙ୍କ ପତ୍ନୀ ଓ ସାମ୍ବାଦିକ ଡିଆଇଜି ଅଫିସ ର ଦ୍ୱାରସ୍ତ ହୋଇଥିଲେ। ପୁଣି ଜୁଲାଇ ମାସ ୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ଅଭିଯୋଗଟିକୁ ଖୋଦ ମୁଖ୍ୟମନ୍ତ୍ରୀଙ୍କୁ ଶୁଣାଇଥିଲେ । ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ମଧ୍ୟ ସିଧାସଳଖ ଏସପିଙ୍କ ସହିତ କଥା ହୋଇଥିଲେ।
ସେହିଦିନ ମଧ୍ୟ୍ୟ ସାମ୍ବାଦିକ ଙ୍କ ପତ୍ନୀ ଘଟଣା ସମ୍ପର୍କ ରେ ମହିଳା କମିଶନ ପାଖରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। ଇତି ମଧ୍ୟରେ ୧ ମାସ ବିତିଯାଇଥିବା ପରେ ମଧ୍ୟ ଅଭିଯୁକ୍ତ ଧରା ନପଡିବା ପରେ ସାମ୍ବାଦିକଙ୍କ ପରିବାର ନିରୁପାୟ ହୋଇ ଚଳିତ ମାସ ୨୧ ତାରିଖ ଦିନ ଥାନାରେ ପହଞ୍ଚି ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ନହେଲେ ଆଇଜି ଅଫିସ ବାଲେଶ୍ୱରଙ୍କ ସମ୍ମୁଖରେ ଧାରଣରେ ବସିବେ ବୋଲି ସୂଚାଇ ଥିଲେ। ପୁଣି ୨୩ ତାରିଖ ସାମ୍ବାଦିକ ଓ ମହିଳା ଜଣଙ୍କ ବାରିପଦା ଠାରେ ଡିଆଇଜିଙ୍କୁ ଭେଟିବା ପରେ ଡିଆଇଜି ଡ଼ ସତ୍ୟଜିତ ନାୟକ ଘଟଣାର ତଦନ୍ତ କରି ନିଶ୍ଚିତ ଦୋଷୀକୁ ବାହାର କରାଯିବ କହି ବୁଝାଇବା ପରେ ମହିଳା ଜଣଙ୍କ ୨୩ ତାରିଖ ଧାରଣାରେ ନବସି ପୋଲିସ ବିଭାଗକୁ ଆଉ କିଛି ଦିନ ସମୟ ଦେବେ ବୋଲି ସୂଚନା ଦେଇଛନ୍ତି । ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ଘଟଣା ପରେ ପୋଲିସ ପ୍ରତ୍ୟେକ ଘଟଣାକୁ ତତ୍ପରତାର ସହ ଗ୍ରହଣ କରୁଥିବା ବେଳେ ସାମ୍ବାଦିକ ଓ ତାଙ୍କ ପରିବାର ପ୍ରତି ସାମାଜିକ ଗଣମାଧ୍ୟମରେ ହୋଇଥିବା ଷଡଯନ୍ତ୍ରକୁ ପୋଲିସ ଓ ସାଇବର ବିଭାଗ ୩୦ ଦିନ ମଧ୍ୟରେ ବାହାର କରି ନ ପାରିବା ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ ସାମ୍ବାଦିକଙ୍କୁ ଆକ୍ରୋଶ ରଖି ପରିବାର ପ୍ରତି ଦୁର୍ବ୍ୟବହାର କରିବା ସମାଜରେ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅନ୍ୟପକ୍ଷରେ ପୂର୍ବରୁ ସିଧା ସଳଖ ଓ ସୋସିଆଲ ମିଡ଼ିଆରେ ଧମକ ଦେଇଥିବା କିଛି ବାଲି ମାଫିଆ ଘଟଣା ପଛରେ ରହିଥିବା ସାମ୍ବାଦିକ ମଳୟ ନାୟକ ପ୍ରକାଶ କରିଛନ୍ତି। ଏଥି ସହିତ ରାଜନୈତିକ ଚାପ ପାଇଁ ଝାରପୋଖରୀଆ ପୋଲିସ ର କାର୍ଯ୍ୟାନୁଷ୍ଠାନ ନେବା ଉପରେ ମନ୍ଥର ହେଉଥିବା ଅଭିଯୋଗ ଆଣିଛନ୍ତି ସାମ୍ବାଦିକ ଙ୍କ ପରିବାର।
ତେବେ ଏହାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ଅଭିଯୋଗ ପ୍ରକୋଷ୍ଠ , ଭୁବନେଶ୍ୱର ସମ୍ମୁଖରେ ସାମ୍ବାଦିକ ଏବଂ ତାଙ୍କ ପରିବାର ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ମହିଳା ଜଣକ ସୂଚନା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।

0
0
0
s2sdefault