ହେଡଲାଇନସ୍:

ସରିଲା ପ୍ରଥମ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପାଇକମାଲରୁ ଅଶ୍ୱିନୀ ପାଣିଗ୍ରାହୀ :- ଦୀର୍ଘ 1 ସପ୍ତାହ ଧରି ଚାଲିଥିବା ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମର ପ୍ରଥମ ପର୍ଯାୟ ଆଜି ଶେଷ ହେଇଯାଇଛି। ପାଇକମାଲ ବ୍ଲକ ର 22 ଟି ପଞ୍ଚାୟତ ରେ ପର୍ଯାୟ କ୍ରମେ ଏହି କାର୍ଯ୍ୟକ୍ରମ ସଫଳତାର ସହିତ   ଆୟୋଜନ କରାଯାଇଥିଲା। ପାଇକମାଲ ବିଡ଼ିଓ  ଶ୍ରୀ ସଦାଶିବ ନାୟକ ଙ୍କର ତତ୍ୱବାଧାନରେ ସମସ୍ତ କାର୍ଯକ୍ରମ ସୁରୁଖୁରୁରେ ପରିଚାଳିତ ହେଇଥିଲା । ଏହି କାର୍ଯ୍ୟକ୍ରମରେ ନୂତନ ଭାବରେ  ସମୁଦାୟ 77 ଜଣଙ୍କୁ କଳାକାର ଭତ୍ତା , 626 ଜଣ ହିତାଧିକାରୀ ଙ୍କୁ ମଧୁବାବୁ ଭତ୍ତା , 553 ପରିବାର କୁ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଥିଲା । ପିଠା କାର୍ଯକ୍ରମ କୁ ନେଇ ଗାଁ ଗହଳି ର ଜନସାଧାରଣ ଙ୍କର ମନରେ ଉତ୍ସାହ ଦେଖିବାକୁ ମିଳିଥିଲା । 

          ଗତ 1 ସପ୍ତାହ ବ୍ୟାପୀ ଚାଲିଥିବା ଏହି କାର୍ଯକ୍ରମରେ ରାଜ୍ୟ ସରକାର ଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଜନସାଧାରଣ ଙ୍କର ସହିତ ପ୍ରଶାସନିକ ଅଧିକାରୀମାନେ କହିଲା ଖୋଲି ଭାବରେ ଆଲୋଚନା କରିବା ସହିତ ଅଭିଯୋଗ ମଧ୍ୟ ଶୁଣିଥିଲେ । ବିଡ଼ିଓ  ଶ୍ରୀ ସଦାଶିବ ନାୟକ , ପାଇକମାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ , ଏବିଡିଓ  ପ୍ରଦୀପ ଭୋଇ , ଏଇଓ ରମେଶ ଚନ୍ଦ୍ର ସେଠି , ଜିପିଓ  ଶ୍ରୀ ଭୀଷ୍ମଦେଵ ମାଝୀ ,ଏଇଇ  ଶ୍ରୀ ସୁବ୍ରତ ନାରାୟଣ କଶ୍ୟପ , ଏଓ  ଶ୍ରୀ ରାଜ କିଶୋର କୁଲୁ ଓ ବ୍ଲକ ର ସମସ୍ତ ଅଧିକାରୀ ତଥା ସମସ୍ତ ପଞ୍ଚାୟତ ର ସରପଞ୍ଚ ,ସମିତିସଭ୍ୟ ,ଓ ସ୍ଥାନୀୟ ଜନପ୍ରତିନିଧି ମନେ ଏହିକାର୍ଯ୍ୟକ୍ରମକୁ ସଫଳତାର ସହିତ ପରିଚାଳନା କରିଥିଲେ ।

0
0
0
s2sdefault