ବଡ଼ଚଣାରୁ ଜୟଶଙ୍କର ଦାସଙ୍କ ସହ ପ୍ରଫୁଲ୍ଲ କୁମାର ସାହୁ
ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରିଚାଲିଛନ୍ତି । କିନ୍ତୁ ବାସ୍ତବ ପକ୍ଷେ ସେ ଯୋଜନା ଯେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁନାହିଁ । ତାହା ସିହା ପଞ୍ଚାୟତରୁ ବୁଝା ପଡ଼ୁଛି । ଉକ୍ତ ପଞ୍ଚାୟତରେ ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମ୍ୟରାସ୍ତାର ଗମନାଗମନ ସମ୍ପୂର୍ଣ୍ଣ ବିପର୍ଯ୍ୟୟ ବୋଲି ସାଧାରଣରେ ଆଲୋଚନା ହେଉଅଛି । ପ୍ରଥମେ ଆମେ ଗମନାଗମନ ଉପରେ ଦୃଷ୍ଟି ଦେବା ଦର୍ପଣୀ ଗ୍ରା.ପ ଠାରୁ ସିହା ର୍ଗ୍ରାପ ଦେଇ ସମିଆ ପର୍ଯ୍ୟନ୍ତ ଯାଉଥିବା ରାସ୍ତା ଉକ୍ତ ରାସ୍ତାକୁ ୫ବର୍ଷ ଭିତରେ ତିନିରୁ ଚାରି ପର୍ଯ୍ୟାୟରେ ରାସ୍ତା କାମ ପାଇଁ ବିଲ୍ ହୋଇଛି । ବିଶେଷ କରି ରାସ୍ତାରେ ଥିବା ଖାଲ ଖୋମା ଯେମିତିକି ସେମିତି କେଉଁଠି କଙ୍କ୍ରିଟ ଫାଠି ଅାଁ କରିଛି ତ କେଉଁଠି ବଡ଼ ବଡ଼ ଖାଲ ହେଇଛି । ବିଶେଷ କରି ଖରମଙ୍ଗି ଗ୍ରାମ ଆରମ୍ଭରୁ ରାସ୍ତାର ଅବସ୍ତା କହିଲେ ନସରେ । ଏଥିରୁ ବୁଝା ପଡ଼ୁଛି ଯେ ଉକ୍ତ ବିଭାଗ ଦ୍ୱାରା ହେଉଥିବା କାମ କେତେ ସ୍ୱଚ୍ଛ । ବୈଦେହିପୁର ଠାରୁ ଅମିୟଝରି ପର୍ଯ୍ୟନ୍ତ ଚାଲିଛି ରାସ୍ତା କାମ । ରାସ୍ତାର ଉଭୟ ପାଶ୍ୱରୁ ମହରମ ଉଠାଯାଇ ବିରାଟ ବିରାଟ ଖାଲ ରାସ୍ତାର ଉଭୟ ପାଶ୍ୱରେ ସୃଷ୍ଟି ହୋଉଛି । ବିନା ଫଳକରେ ଲକ୍ଷ ଲକ୍ଷ ଟଙ୍କାର କାମ ସଂପୃକ୍ତ ବିଭାଗ ଠିକାଦାରମାନଙ୍କୁ ଟେକିଦେଉଛି । ବିଭିନ୍ନ ଗଣ ମାଧ୍ୟମରେ ଏ ବାବଦରେ ବାହାରୁଥିବା ଖବରକୁ ସଂପୃକ୍ତ ବିଭାଗ ଅଣଦେଖା କଲାପରି ମନେ ହେଉଛି । ଉକ୍ତ ରାସ୍ତା କାମ ଉପରେ ୫ବର୍ଷ ଧରି କେତେ ଖର୍ଚ୍ଚ ହୋଇଛି ଓ ସଠିକ କାମ ହୋଇଛି କି? ତଦନ୍ତ କଲେ ସବୁ ଗୁମର ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି । ସ୍ୱାସ୍ଥସେବା ଉକ୍ତ ପଞ୍ଚାୟତରେ ସଂପୃର୍ଣ୍ଣ ବିପର୍ଯ୍ୟୟ ପରି ମନେ ହେଉଛି । ଏଠାରେ ଦିନରେ ଦୁଇ ତିନିଘଣ୍ଟା ଖୋଲା ହେବାର ଦେଖିବାକୁ ମିଳୁଛି । ଏଠାରେ ମେଡ଼ିକାଲ୍ ଷ୍ଟାଫଙ୍କ ରହିବା ପାଇଁ ବ୍ୟବସ୍ଥା ନାହିଁ । ମେଡ଼ିକାଲର ଆନୁଷଙ୍ଗିକ ଯନ୍ତ୍ରପାତିର ଅଭାବ ପରିଲକ୍ଷିତ ହେଉଛି । ଯେଉଁଟି ପାଇଁ ସାଧାରଣ ରୋଗୀ ହନ୍ତସନ୍ତ ହେଉଛନ୍ତି । ଶିକ୍ଷାର ଅବସ୍ଥା ନକହିବା ଭଲ । କେଉଁଠି ସ୍କୁଲରେ ଶିକ୍ଷକ ନାହାନ୍ତି ତ କେଉଁଠାରେ ସ୍କୁଲ୍ ଛାତରୁ ପାଣି ପଡ଼ୁଛି, କେଉଁଠାରେ ସ୍କୁଲ ଗୃହ ଭାଙ୍ଗି ପଡ଼ିଛିତ ନିର୍ମଣା ନା’ ନାହିଁ । ସବୁଠାରେ ରାଜନିତିର ଗନ୍ଧ ବାରିହୋଇପଡ଼ୁଛି । ବହୁଯାଗାରେ ଗ୍ରାମ୍ୟ ରାସ୍ତାକାମ ବିଲ୍ ହୋଇପାରୁନାହିଁତ କେଉଠାରେ ଡେ଼ଭେଲୋପ୍ କାମରେ ରାଜନୈତିକ ବିରୋଧ ଦେଖିବାକୁ ମିଳୁଛି । ଉକ୍ତ ପଞ୍ଚାୟତରେ ରାସନ, ବାର୍ଦ୍ଧକ୍ୟ ଭତ୍ତା, ଇନ୍ଦିରାଆବାସ ଠାରୁ ଆରମ୍ଭ କରି ବିଭିନ୍ନ ଜନକଲ୍ୟାଣ ଯୋଜନା କେବଳ ରାଜନୈତିକ ଲୋକଙ୍କ ବାହୁଛାୟାତଳେ ଲୋକଙ୍କୁ ମିଳେ । ଏ ପଞ୍ଚାୟତରେ ବହୁ ବୃଦ୍ଧା ବୃଦ୍ଧି ପରିଣତ ବୟସରେ ଯୋଜନାରେ ସାମିଲ୍ ହେବା ଦେଖିବାକୁ ମିଳୁଛି । ବହୁ ସରକାରୀ ଜମିକୁ ଉକ୍ତ ପଞ୍ଚାୟତରେ ରାଜନୈତିକ ବାହୁର ଛାୟା ତଳେ ରହୁଥିବା ପ୍ରଭାବଶାଳୀ ଲୋକମାନେ ଅକ୍ତିଆର କରିବାକୁ ପଛାନଥିବା ଦେଖିବାକୁ ମିଳୁଛି । ଅନାବାଦୀ ଗୋଚର, ଫରେଷ୍ଟଲ୍ୟାଣ୍ଡକୁ ବହୁ ପ୍ରଭାବଶାଳୀ ଲୋକ ଚାଷ ଜମୀରେ ପରିଣତ କରିସାରିଲେଣି । ଏମିତିକି ଗ୍ରାମ୍ୟ ରାସ୍ତାକୁ ମାଡ଼ିବସିବାକୁ ପଛାଉନାହାନ୍ତି । ଏବାବଦରେ ସଠିକ୍ ଭାବରେ ତଦନ୍ତ ହେଲେ ଏହାର ଚେର କେଉଁ ଯାଙ୍କେ ଅଛି ତାହା ଜଣା ପଡ଼ିବ ବୋଲି ବୁଦ୍ଧିଜୀବିଙ୍କ ମଧ୍ୟରେ ଆଲୋଚନା ହେଉଛି ।