ହେଡଲାଇନସ୍:

ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା : ସରିଲା ସେମିଫାଇନାଲ, ୨୨ ଜୁଲାଇରେ ଗ୍ରାଣ୍ଡ ଫାଇନାଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗ୍ରାଣ୍ଡ ଫାଇନାଲରେ ପହଞ୍ଚିଲେ ଦଶଟି ଦଳ

ଭୁବନେଶ୍ୱର, ତା ୨୧/୦୭/୨୦୨୫ରିଖ: ବହୁ ପ୍ରତୀକ୍ଷିତ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ସେମିଫାଇନାଲ ଜୁଲାଇ ୨୦ରେ ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ ଅଫ ହୋଟେଲମ୍ୟାନେଜମେଣ୍ଟ (ଆଇଏଚଏମ)ରେ ସଫଳ ଭାବେ ଅନୁଷ୍ଠିତ ହୋଇଯାଇଛି । ମିଶନଶକ୍ତି ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରତିଟି ଜିଲ୍ଲାରୁ ୩୦ଟି ଏସଏଚଜି ଦଳ ପାରମ୍ପରିକ ଖାଦ୍ଯ ପ୍ରସ୍ତୁତି କୌଶଳ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ।
ହୋଟେଲ ମେ ଫେୟାରର ସେଫ ସୂରଜ କୁମାର ସାହୁ, ଆଇଏଚଏମର ବିଭାଗୀୟ ମୁଖ୍ୟ ସେଫ ସଂବିତ ସୁମନ ଏବଂ ଲାଇଫ ହୋଟେଲର ଶୈଳେଶ ଶେଖର ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଯୋଗଦେଇ ଖାଦ୍ଯ ପ୍ରସ୍ତୁତି ପ୍ରକ୍ରିୟା, ସ୍ଵାଦ ଓ ପରିବେଷଣକୁ ଦୃଷ୍ଟିରେ ରଖି ୧୦ଟି ଏସଏଚଜି ଦଳକୁ ଚୟନ କରିଛନ୍ତି । କାର୍ଯ୍ୟକ୍ରମ ଶେଷରେ ସମସ୍ତ ସେମିଫାଇନାଲିଷ୍ଟଙ୍କୁ ସାର୍ଟିଫିକେଟ ଓ ସମ୍ମାନ ପତ୍ର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ କଟକ, ମୟୁରଭଞ୍ଜ, ଢେଙ୍କାନାଳ, କୋରାପୁଟ, ନୂଆପଡ଼ା, ରାୟଗଡ଼ା, ମାଲକାନଗିରି, ବୌଦ୍ଧ, ନବରଙ୍ଗପୁର ଏବଂ ଜଗତସିଂହପୁର ଜିଲ୍ଲାରୁ ଆସିଥିବା ୧୦ଟି ଏସଏଚଜି ଦଳମାନେ ସେମିଫାଇନାଲରେ ଉତ୍କୃଷ୍ଟ ପ୍ରଦର୍ଶନ କରି ବିଜୟୀ ହୋଇଛନ୍ତି ଏବଂ ଜୁଲାଇ ୨୨ରେ ହେବାକୁ ଥିବା ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ ପାଇଁ ମନୋନୀତ ହୋଇଛନ୍ତି ।
ସୂଚନା ଯୋଗ୍ୟ ଯେ ବ୍ଲକ ଓ ଜିଲ୍ଲା ସ୍ତରରେ ଆୟୋଜିତ ହୋଇସାରିଥିବା ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ଯ ପ୍ରତିଯୋଗିତା ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ପ୍ରତ୍ଯେକ ଦଳରେ ଜଣେ ଜଣେ ମୁଖ୍ୟ ପାଚିକା, ସହାୟକ ପାଚିକା ଏବଂ ରୋଷେଇ ସହାୟିକା ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଅଂଶଗ୍ରହଣକାରୀମାନେ ଜୁଲାଇ ୧୪ରୁ ୧୯ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ମେ ଫେୟାରର ସେଫ ସୂରଜ କୁମାର ସାହୁ ଏବଂ ମାଷ୍ଟର ସେଫ ଇଣ୍ଡିଆ ସୀଜନ-୬ର ବିଜେତା ଅବିନାଶ ନାୟକଙ୍କ ଦ୍ଵାରା ଭୁବନେଶ୍ବରସ୍ଥିତ ଆଇଏଚଏମରେ ପ୍ରଶିକ୍ଷଣ ନେଇଥିଲେ ।
ଓଡ଼ିଶା ସରକାରଙ୍କ ମିଶନଶକ୍ତି ବିଭାଗ ଓ ଓଡ଼ିଶା ଜୀବିକା ମିଶନ ଅଧୀନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ଯକ୍ରମ ପାରମ୍ପରିକ ବିସ୍ମୃତ ଖାଦ୍ଯ ପ୍ରସ୍ତୁତିର ପୁନରୁଦ୍ଧାର ଓ ଏସଏଚଜି ସଦସ୍ୟାମାନଙ୍କର ଖାଦ୍ଯ ପ୍ରକ୍ରିୟାକରଣ କ୍ଷେତ୍ରରେ ଉଦ୍ଯୋଗୀ ହେବା ସ୍ଵପ୍ନକୁ ପୂରଣ କରିବା ଦିଗରେ ଏକ ଅଭିନବ ପଦକ୍ଷେପ ।

0
0
0
s2sdefault