ହେଡଲାଇନସ୍:

ମହିଳାଙ୍କୁ ଉଠାଇନେବାକୁ ଉଦ୍ୟମ କରି କାର ଚାଳକ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁସୁମ ବାଙ୍କତରା ଛକରେ ଜଣେ ମହିଳାଙ୍କୁ ଉଠାଇନେବାକୁ ଉଦ୍ୟମ କରୁଥିବା ଅଭିଯୋଗରେ କାରଚାଳକ କୁରୁମବାଙ୍କତରା ଗାଁର ପ୍ରଫୁଲ୍ଲ କୁମାର ବାରିକ (୩୨)କୁ ଓଡ଼ଗାଁ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଜାମିନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ମହିଳା ଜଣକ ଗତ ୧୮ ତାରିଖ ରାତିରେ ନିଜ ସ୍କୁଟିରେ ଘରକୁ ଫେରୁଥିବା ବେଳେ ୮ ସମୟରେ କୁରୁମବାଙ୍କତରା ଛକରେ କାରଚାଳକ ଜଣକ ତାକୁ ଅଟକାଇ ଥିଲେ । ଏବଂ ଅନ୍ୟ ୩ ଜଣ କାରମଧ୍ୟରୁ ବାହାରି ପ୍ରଥମେ ସ୍କୁଟି ଚାବି ନେଇଯିବା ସହିତ ମହିଳା ଜଣଙ୍କୁ କାର୍ଯ୍ୟକୁ ଉଠାଇ ନେଉଥିବା ସମୟରେ ଜଣେ ଭଦ୍ରଲୋକ ଆସି ଘଟଣା ସ୍ଥଳରେ ପହଞ୍ଚି ଯିବାରୁ ସେମାନେ ମହିଳାଙ୍କୁ ଛାଡ଼ିଦେଇ ଚାଲିଯାଇଥିଲେ । ଏନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଥିଲା । ଓଡ଼ଗାଁ ପୋଲିସ ୨୦୯/୨୦୨୫ ରେ ମାମଲା ରୁଜୁ କରି କାର ଚାଳକକୁ ଗିରଫ କରିଥିଲେ । ସୂଚନା ଥାଉକି ଅଭିଯୋଗ କାରି ଓ ଅଭିଯୁକ୍ତ ଗୋଟିଏ ଗାଁର । ଉଭୟ ଉଭୟଙ୍କୁ ଜାଣନ୍ତି । ରାତି ୮ ସମୟରେ ଛକରେ ଦେଖାହେବା ଯୋଗୁଁ ଗିରଫ କାରଚାଳକ ଭଲମନ୍ଦ ପଚାରିବାକୁ ମହିଳାଙ୍କ ନିକଟକୁ ଯାଇଥିଲେ ବୋଲି ତଦନ୍ତ ବେଳେ ପୋଲିସକୁ ନିଜର ବୟାନ ଦେଇଥିଲେ ।

0
0
0
s2sdefault