ହେଡଲାଇନସ୍:

କୋମଣ୍ଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭିଜିଲାନ୍ସ ଚଢାଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୋମଣ୍ଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର ଅପରାହ୍ନରେ ଏକ ୭ ଜଣିଆ ଭିଜିଲାନ୍ସ ଦଳ ଦ୍ବାରା ଚଢାଉ ହୋଇଥିବା ଜଣାପଡିଛି । ରବିବାର ଅପରାହ୍ନ ୩.୩୦ ରୁ ୫.୧୦ ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଥିଲା । ସେଠାରେ ଜଣେ ମାତ୍ର ଉପସ୍ଥିତ ମହିଳା କର୍ମଚାରୀ ସୁଇପର ଓ୍ବାଡ ଆଟେଣ୍ଡାଟ କୁମାରୀ ଆଚାରିଙ୍କୁ ପଚରାଉଚରା ପରେ ଭିଜିଲାନ୍ସ ଦଳ ସେଠାକୁ ଫେରିଯାଇଥିଲେ । ପରବର୍ତ୍ତୀ ସମୟରେ କୋମଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ନରେଶ ନାୟକଙ୍କ ଓଡ଼ଗାଁ ଶ୍ଳିପି ନଗର ସାହି ସ୍ଥିତ ଭଡ଼ା ଘରେ ଖବର ଲେଖାଯିବା ପର୍ଯ୍ୟନ୍ତ ଅର୍ଥାତ୍ ରାତି ୯ ସମୟ ପର୍ଯ୍ୟନ୍ତ ଭିଜିଲାନ୍ସ ଦଳର ପଚରାଉଚରା ଯାରିରହିଛି । ଅନ୍ୟପକ୍ଷରେ କେଉଁଝର କେନ୍ଦୁପତ୍ର ଡିଭିଜନ ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟର ୭ ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରୀ ରହିଥିବା ବେଳେ ତଦନୁସାରେ କୋମଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଡ଼ାକ୍ତରଙ୍କ ଭଡ଼ାଘରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ସୂଚନା ଥାଉକି କୋମଣ୍ଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ନରେଶ ନାୟକ ସ୍ବାସ୍ଥ୍ୟ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି ।

0
0
0
s2sdefault