ହେଡଲାଇନସ୍:

ଦୁର୍ଘଟଣାରେ ମୃତ୍ୟୁକୁ ନେଇ ସନ୍ଦେହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡଗାଁ,୨୩।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପାଣ୍ଡେରିଡା ପଞ୍ଚାୟତ ପବିତ୍ର ସାହୁ (୫୦)ଙ୍କର ଦୁର୍ଘଟଣା ଜନିତ କାରଣରୁ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଅପରପକ୍ଷରେ ସ୍ଥାନୀୟ ଲୋକେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି । ପବିତ୍ର ସାହୁ ଭୁବନେଶ୍ବରେ ରହି ରଙ୍ଗ ମିସ୍ତ୍ରୀ ଭାବେ କାମ କରନ୍ତି । ନିକଟରେ ଗାଁକୁ ଆସିଥିବା ବେଳେ ପ୍ରାୟତଃ ୪/୫ ଦିନ ତଳେ ଝିଅର ବାହାଘର କରିଥିଲେ । କଇଠପଲ୍ଲୀ ମଦନପୁର ରାସ୍ତାର ଡହଙ୍ଗୀ ମୋଡରେ ସୋମବାର ଅପରାହ୍ନରେ ଗାଡ଼ି ସହିତ ପବିତ୍ର ନିଶ୍ଚେତ ଅବସ୍ଥାରେ ପଡିଥିବାର ଜାଣିବାକୁ ମିଳିଥିଲା । ଖବର ଜଣାପଡ଼ିବା ପରେ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ପବିତ୍ର ସାହୁଙ୍କ ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ। ତେବେ ତାଙ୍କ ଶରୀରରେ ସାମାନ୍ୟ ରାଞ୍ଚୁଡା ଦାଗ ଦେଖିବାକୁ ମିଳିଥିଲା । ମାତ୍ର ଶରୀରର ମୁଖ୍ୟ ଅଙ୍ଗ ଗୁଡ଼ିକରେ କୌଣସି କ୍ଷତ ନଥିଲା । ପରିବାର ଲୋକେ ସନ୍ଧ୍ୟାରେ ମୃତଶରୀରକୁ ଓଡ଼ଗାଁ ଡାକ୍ତରଖାନାକୁ ଆଣିଥିଲେ । ସମୟ ଅତିକ୍ରାନ୍ତ କରିଥିବାରୁ ଶବ ବ୍ୟବଚ୍ଛେଦ ହୋଇନଥିଲା ।

0
0
0
s2sdefault