ହେଡଲାଇନସ୍:

ମନ୍ତ୍ରୀ ନେତାଙ୍କ ଛତ୍ର ଛାୟାରେ ଖୋଲାମେଲା ବୁଲୁଛନ୍ତି ସମାଜସେବୀ ରୋଜାଲିନ ସାହୁ ହତ୍ୟା ଅଭିଯୁକ୍ତ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୃତ ରୋଜାଲିନଙ୍କ ମାଙ୍କର କ୍ଷୋଭ


"ରାଷ୍ଟ୍ରପତିଙ୍କଠୁ ମନ୍ତ୍ରୀନେତାଙ୍କ ସହ ଉଠାଉଛି ଫୋଟୋ , ପୋଲିସ ମୋ ଝିଅର ହତ୍ୟାକାରିକୁ ଘଣ୍ଟ ଘୋଡାଉଛି "


କେନ୍ଦୁଝର,ଦିଲ୍ଲୀପ ସାହୁ-ତା୨୪/୪- କେନ୍ଦୁଝର ସହର ପୁରୁଣା ବଜାର ବଡଦାଣ୍ଡର ଝିଅ ଥିଲା ସମାଜସେବୀ ରୋଜାଲିନ ସାହୁ। ଛୋଟ ବେଳୁ ସମାଜସେବା ଲାଗି ରାଜ୍ୟରେ ଖୁବ୍ ନାଁ କରିଥିଲା। କୋଭିଡ୍ କଟକଣା ବେଳେ ଅନେକ ରୋଗୀଙ୍କ କଥା ବୁଝୁଥିଲା। ଦିନଦୁଃଖୀ ପଶୁପକ୍ଷୀ ସମସ୍ତଙ୍କୁ ଭଲ ପାଉଥିଲା ସେବା କରି ଚାଲିଥିଲା। ହେଲେ କିଛି ଅସାମାଜିକ ସୁଯୋଗ ଦେଖି ଆନନ୍ଦପୁର ସମାଜସେବୀ ବୈଠକକୁ ଡାକି ନେଇ ବାଟରେ ମଦ ପିଇ ମାତ୍ର ୨୦ ବର୍ଷ ବର୍ଷୀୟା ରୋଜାଲିନକୁ ନିର୍ମମ ଭାବେ ହତ୍ୟା ଲାଗି ଉଦ୍ୟମ କଲେ। ସେ ଜୀବନ ସହ ସଂଘର୍ଷ କରି କରି କଟକ ବଡ଼ ଡ଼ାକ୍ତରଖାନାରେ ୨୦୨୨ ଡିସେମ୍ବର ୨୯ ତାରିଖରେ ଜୀବନ ହାରି ଦେଇଥିଲା। ତେଣୁ ରାଜ୍ୟବ୍ୟାପୀ ଶୋକସଭା ଶୋଭାଯାତ୍ରା ହେଲା ପୁରୁଣା ବଜାର ବଡ଼ଦାଣ୍ଡ ରୋଜାଲିନର ଶବଯାତ୍ରା ଦିନ ଲୋକାରଣ୍ୟ ହୋଇଯାଇଥିଲା। ପ୍ରଥମେ ରୋଜାଲିନଙ୍କ ମାଆ ରେବତୀ ସାହୁ ଏହାକୁ ଦୁର୍ଘଟଣା ଭାବି ଘଟଗାଁ ଥାନାରେ ଏତଲା ଦେବାକୁ ଯାଇଥିଲେ ହେଲେ ସେଠାରେ ଅପରାଧୀ ପୋଲିସ ସହ ମିଶି ତାଙ୍କ ଏତଲା ଚିରି ନିଜେ ଗୋଟେ ଏତଲା ଲେଖି ଦେଇଥିଲେ କି ଝିଅ ବାଇକ୍ ଉପରୁ ପଡ଼ି ମରିଗଲା। ତେଣୁ ସେହି ଦିନୁ ରୋଜାଲିନ ମାଆ ରେବତୀ ସାହୁ ଅପରାଧୀ ଗ୍ୟାଙ୍ଗ ସହ ପୋଲିସକୁ ଦଣ୍ଡିତ କରିବାକୁ ଅଭିଯାନ ଚଳାଇଛନ୍ତି ଯେ ପୋଲିସ ହତାଶ ହୋଇ ଏଯାଏ ଚାର୍ଜସିଟ୍ ଦେଇ ପାରୁନି କୋର୍ଟ ଭର୍ତ୍ସନା ଶୁଣି ନୀରବ ଅଛି। ଏହି ମାମଲାରେ ରେବତୀ ସାହୁ ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ଉପସଭାପତି ପ୍ରକାଶ ମଲ୍ଲିକକୁ ଦାୟୀ କରିଛନ୍ତି କି ସେ ଝିଅକୁ ଘରୁ ନିଜ ସ୍କର୍ପିଓରେ ଡାକି ନେଇ ସଂଘବଦ୍ଧ ଭାବେ ହତ୍ୟା କରିଛି। ତେଣୁ ପୋଲିସ ବାଧ୍ୟ ହୋଇ ପୁଣି ୩୦୨/୩୪ ସଂଘବଦ୍ଧ ଭାବେ ନରହତ୍ୟା ଦଫା ପକେଇ ତଦନ୍ତ ବାହାନା କରିଚାଲିଛି। ନରହତ୍ୟା ନାରୀ ହତ୍ୟା ମାମଲାରୁ ମୁକୁଳିବା ଲାଗି ପ୍ରକାଶ ମଲ୍ଲିକ ରାଷ୍ଟ୍ରପତି,ମୁଖ୍ୟମନ୍ତ୍ରୀ , ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ବିଜେପି ନେତା ଓ ମନ୍ତ୍ରୀଙ୍କ ସହ ଫଟୋ ଉଠା ଅଭିଯାନ ଚଳେଇଛି ବୋଲି ଦେଖାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ କି ବିଜେପି ମାଆକୁ ସମ୍ମାନ ଦିଏ ପ୍ରଚାର କରେ ତେଣୁ ରୋଜାଲିନ ସାହୁ ହତ୍ୟା ଆରୋପି ପ୍ରକାଶ ମଲ୍ଲିକ ଯାହାର ସ୍କର୍ପିଓ ପୋଲିସ ଜବତ କରିଛି ବୋଲି ଲେଖି ଦେଇଛି ସେ କିପରି ପ୍ରଭାବଶାଳୀ ଲୋକଙ୍କ ସହ ଫଟୋ ଉଠାଉଛି ବୋଲି ରେବତୀ ସାହୁ ଅଭିଯୋଗ କରିଛନ୍ତି। ପୋଲିସର ବେପରୁଆ ତଦନ୍ତ ଲାଗି ସେ ଏଯାଏ ଜେଲ୍ ଯିବାରୁ ବଞ୍ଚି ଯାଇଥିବା ବେଳେ ତଳ କୋର୍ଟ ହାଇକୋର୍ଟରେ ହତ୍ୟା ମାମଲା ଚାଲିଛି ଏହି କ୍ଷେତ୍ରରେ ବିଜେପି ନେତା ମନ୍ତ୍ରୀ ମାନେ ହତ୍ୟା ଆରୋପି ସହ ଫଟୋ ଉଠାଇଲେ ପୋଲିସ ଭୟଭୀତ ହେଉଛନ୍ତି ବୋଲି ସେ କହିଛନ୍ତି। ମାଆକୁ ସମ୍ମାନ ଦେଉଥିବା ଦଳ ହତ୍ୟାକାରୀକୁ ଦୂରରେ ରଖୁ ବୋଲି ସେ ଚେତାବନୀ ଦେଇଛନ୍ତି। ଆଜି ପଞ୍ଚାୟତରାଜ ଦିବସରେ ହତ୍ୟାକାରୀ କିପରି ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କ ସହ ଅତିଥି ସୋଫାରେ ବସିଛି ସେ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ସେହିପରି ଜିଲ୍ଲା ବିଜେପିର ଆମ୍ବେଦକରଙ୍କ ଉପରେ ଚଳିତ ମାସ ୨୧ ତାରିଖରେ ଟାଉନ୍ ହଲ୍ ମଧ୍ୟରେ ମିଟିଂରେ ଏହି ହତ୍ୟା ଆରୋପି ପ୍ରକାଶ ମଲ୍ଲିକ ମୁଖ୍ୟ ଅତିଥି ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଫୁଲମାଳ ଦେଉଥିବା ଦେଖା ଯାଇଥିଲା ଯାହା ଘୋର ନିନ୍ଦନୀୟ। ଜିଲ୍ଲା ବିଜେପି ସଭାପତି ଶ୍ରୀ ଶୁକଦେବ ମହାନ୍ତ ଦଳରେ ଥିବା ଏହି ହତ୍ୟା ଆରୋପି ପ୍ରକାଶ ମଲ୍ଲିକର ସ୍ଥିତି ନେଇ ବିବୃତି ଦେବାକୁ ରେବତୀ ସାହୁ ଦାବି କରିଛନ୍ତି।

0
0
0
s2sdefault