ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଢା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ହାଟପଦା ସାହିରେ ଗୁଣି ଗାରେଡି ସନ୍ଦେହରେ ସଂଘବଦ୍ଧ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।ରାୟଗଡା଼ ଜିଲ୍ଲା ପଦ୍ମପୁର ବ୍ଳକ ସଦର ମହକୁମା ହାଟ ପଦାରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା ।
ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ସାହିର କିଛି ଲୋକ ଭୈରବ ସାହୁଙ୍କୁ ଘରୁ ବାହାରକୁ ଟାଣି ଆଣି ନିର୍ଧୂମ ପିଟିଥିଲେ । ଆକ୍ରମଣ ଖବର ପାଇ ପଦ୍ମପୁର ଥାନା ଅଧିକାରୀ ଧରଣୀ ଧର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସମୟରେ ଲୋକଙ୍କ ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି । ଏହାପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହରେ ୩୦ରୁ ବେଶୀ ବ୍ୟକ୍ତିଙ୍କୁ ପଦ୍ମପୁର ଥାନାରେ ଅଟକ ରଖି ପଚରା ଉଚରା କରୁଛି । ସୋମବାର ମଧ୍ଯ ରାତିରେ ପଦ୍ମପୁର ସଦର ମହାକୂମା ହାଟପଦା ସାହିର ଭୈରବ ସାହୁଙ୍କୁ ସଂଘବଧ ଭାବେ ସାହିରେ ଗୋଡେଇ ଗୋଡେଇ
ଠେଙ୍ଗାରେ ଆକ୍ରମଣ କରିଥିଲେ କିଛି ଦୂର୍ବୃତ୍ତ । ଖବର ପାଇ ପଦ୍ମପୁର ଥାନା ଅଧିକାରୀ ଧରଣୀଧର ପ୍ରଧାନ ଘଟଣା ସ୍ଥଳକୁ ଯାଇ ଭୈରବଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରୁଥିବାବେଳେ ଆଇ ଆଇସି ଙ୍କୁ ଭି ଲୋକେ ମାଡ ମାରିଥିଲେ । ଗୁଣି କରି ମାରୁଛୁ କାହିଁକି କହି ଜଣକ ପରେ ଜଣେ ପିଟି ଚାଲି ଥିଲେ । ତାଙ୍କ ଉପରେ ରାଗ ଏତେ ମାତ୍ରାରେ ଥି ଲା ଯେ ଉତ୍ୟକ୍ତ ଲୋକ ମାନେ ଭୈରବଙ୍କୁ ଲାତ ଗୋଇଠା ସହ ମାରି ରକ୍ତାକ୍ତ କରିଦେଇଥିଲେ
ପଦ୍ମପୁର ଆଇ ଆଇ ସି ଆହତ ବ୍ୟକ୍ତି କୁ ଉଦ୍ଧାର କରିବାକୁ ଉଦ୍ୟମ କଲାବେଳେ ତାଙ୍କୁ ବି ଆକ୍ରମଣ କରିଥିଲେ ଲୋକେ । ପରେ ଖବର ପାଇ ତିନି ପ୍ଲାଟୁନ ପୁଲିସ ଫୋର୍ସ ସହ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବାବୁଲି ନାୟକ ଘଟଣା ସ୍କୁଳରେ ପହଞ୍ଚୀ ଗୁରୁତର ଅବସ୍ଥାରେ ଭୈରବଙ୍କୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଠୀ ସାସ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ପଦ୍ମପୁର ସହରରେ ଚାପା ଉତ୍ତେଜନା ଲାଗି ରହିଛି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ତିନି ପ୍ଲାଟୁନ ପୁଲିସ ଫୋର୍ସ ଘଟଣା ସ୍ଥଳରେ ନିୟୋଜିତ ଅଛନ୍ତି। ପୁଲିସ କ ର୍ଯ୍ୟନୁଷ୍ଠାନ ଭୟରେ ସାହି ଲୋକଶୂନ୍ଯ ହୋଇଯାଇଛି। ଘଟଣାରେ ସଂପୃକ୍ତ କାହାରିକୁ ଛଡ଼ା ଯିବନି ବୋଲି ରାୟଗଡା ଏସପି ସାତି ଏସ କୁମାର କହିଛନ୍ତି।