ଟ୍ରେନରୁ ଖସି ପଡ଼ି ଯୁବକ ମୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଳି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନରୁ ଖସି ପଡ଼ି ଯୁବକ ଜଣକ ମୃତ୍ୟୁ l ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଝାରଖଣ୍ଡ ରାଜ୍ୟ ବୋକାରୁ ଜିଲ୍ଲା ଜରିଡି ଥାନା ଅରାଜୁ ଗ୍ରାମର ପରାୟଗ ସୁରେନ ବୋଲି ଜଣା ପଡିଛି lଟ୍ରେନ ନମ୍ୱର 18523 ବିଶାଖାପାଟନା ବନାରସ  ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଯୁବକ ଜଣକ ପଡ଼ିଯିବା ଦେଖି ଟ୍ରେନ ଭିତରେ ଥିବା ଜଣେ ଯାତ୍ରୀ ରେଲୱେ ହେଲ୍ପ ଲାଇନ ନମ୍ବରକୁ ଯୋଗାଯୋଗ କରିଥିଲେ l ଜିଆରପି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଖସି ପଡିଥିବା ବ୍ୟକ୍ତିକୁ ଡୁଙ୍ଗୁରିପାଳି ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି l ଡୁଙ୍ଗୁରିପାଲି ଡାକ୍ତରଖାନାରେ ମୃତ ଦେହକୁ ଜିଆରପି ପୋଲିସ ଶବକୁ ଜବତ କରିପରିବାର ଲୋକଙ୍କୁ ଖବର ଦେଇଛି। ପରିବାର ଲୋକେ ଆସିବାପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।ଜିଆରପି ପୋଲିସ ଘଟଣାର ଅଧିକ ତଦନ୍ତ ଜାରୀ କରୁଛି l

0
0
0
s2sdefault