ରାୟପୁର ରେ ବସବାସ କରୁଥିଲେ
ଖପ୍ରାଖୋଲ ତା ୨୪/୪(ହେମସାଗର ସାହୁ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ପଞ୍ଚାୟତ ଲଠୋର ମାଟିର ପୁଅ ଦିନେଶ ଅଗ୍ରୱାଲ(୪୫) ମଙ୍ଗଳବାର କାଶ୍ମୀର ରେ ଆତଙ୍କବାଦି ହାମଲା ରେ ପ୍ରାଣ ହରାଇଛନ୍ତି l ଘଟଣା ଲାଠୋର ରେ ପ୍ରଚାରିତ ହେବା ପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି l ସ୍ବର୍ଗତ ପ୍ରୟାଗଚନ୍ଦ ଅଗ୍ରୱାଲ ଙ୍କ ସାନ ପୁଅ ଦିନେଶ l ସେ ଲାଠୋର ଶ୍ରୀ ଦୂର୍ଗେଶ୍ୱରି ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ପାଠ ପଢିଲା ପରେ ବାପାଙ୍କ ବ୍ୟବସାୟ ସମ୍ଭାଳିଥିଲେ l ପ୍ରାୟ ୧୦ ବର୍ଷ ହେବ ଦିନେଶ ଛତିଶଗଡ ରାଜଧାନୀ ରାୟପୁର କୁ ପରିବାର ବର୍ଗ ସହ ଯାଇ ସେଠାରେ ଷ୍ଟିଲ ବ୍ୟବସାୟ କରୁଥିଲେ l ସେଠାରେ ମଧ୍ୟ ସେ ଜଣେ ଜଣା ଶୁଣା ବ୍ୟବସିୟୀ ରୂପେ ପରିଚିତ ଥିଲେ l ସେ ତାଙ୍କର ୨୦ ତମ ବିବାହ ବାର୍ଷିକ ଉତ୍ସବ ପାଳନ ପାଇଁ ସ୍ତ୍ରୀ ନେହା ଏବଂ ଏକ ଝିଅ ଓ ପୁଅଙ୍କୁ ସାଙ୍ଗରେ ନେଇ କାଶ୍ମୀର ଯାଇଥିଲେ l ସେଠାରେ ସେ ଏକ ଆତାଙ୍କବାଦି ହାମଲା ରେ ପ୍ରାଣ ହରାଇଛନ୍ତି l ଖବର ପ୍ରଚାରିତ ହେବା ପରେ ରାୟପୁର ତଥା ଲାଠୋର ରେ ଶୋକର ଛାୟା ଖେଳି ଯାଇଛି l ଗୁରୁବାର ସକାଳେ ତାଙ୍କ ସମ୍ପର୍କୀୟ ମୃତ ଶରୀର ନେଇ ରାୟପୁର ପହଞ୍ଚିବେ l ଲାଠୋର ରେ ଥିବା ତାଙ୍କ ସମ୍ପର୍କୀୟ ମାନେ ଗୁରୁବାର ରାୟପୁର ପହଞ୍ଚିଲା ପରେ ସେଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ ବୋଲି ସୂଚନା ମିଳିଛି l