କେନ୍ଦୁଝରଗଡ଼ ନଗରପାଳିକା କାଉନସିଲ ବୈଠକ ବର୍ଜନ କଲେ ବିଜେଡି ପାରିଷଦ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ପୁରୁଣା କାଉନସିଲ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇ ନଥିବାରୁ ବିରୋଧ।   

  • ନିଜେ ସହରକୁ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ। 

କେନ୍ଦୁଝର,ଦିଲ୍ଲୀପ ସାହୁ -ତା୨୪/୪- କାଲି କେନ୍ଦୁଝରଗଡ଼ ନଗରପାଳିକାରେ କାଉନସିଲ ବୈଠକ ଥିଲା ଏଥିଲାଗି ସବୁ ଆୟୋଜନ କରାଯାଇଥିଲା ହେଲେ ଅଧିକାଂଶ କାଉନସିଲର ଏହି ବୈଠକକୁ ବର୍ଜନ କରିଥିଲେ। ଉପନଗରପାଳ ବରଦା ପ୍ରସନ୍ନ ଦାସଙ୍କ ନେତୃତ୍ୱରେ ୧୩ ଜଣ କାଉନସିଲର ବୈଠକକୁ ବର୍ଜନ କରି ସଭା ଗୃହ ବାହାରେ ଧାରଣା ଦେଇଥିଲେ। ସେମାନଙ୍କ କହିବା କଥା ୩ମାସ ତଳେ ପୌର ପରିଷଦ ବୈଠକ ହୋଇ ଅନେକ ନିଷ୍ପତ୍ତି ନିଆଯାଇଥିଲା ହେଲେ ଆଜିଯାଏ ଅନେକ କଥା କାର୍ଯ୍ୟକାରୀ ହୋଇ ପାରିନି। ସଫେଇ ରାସ୍ତାଘାଟ ଡ୍ରେନ ନିର୍ମାଣ ସହ ଅନେକ ଉନ୍ନତିମୂଳକ ପ୍ରକଳ୍ପ ଲାଗି ନିଷ୍ପତ୍ତି ହୋଇଥିଲା ହେଲେ କିଛି  ଆରମ୍ଭ ହୋଇ ନଥିବାରୁ ଆଜି ଏହି ପରିସ୍ଥିତି ସୃଷ୍ଟି ହେଲା ବୋଲି ଉପନଗରପାଳ ଶ୍ରୀ ଦାସ ଅଭିଯୋଗ କରିଛନ୍ତି। କେନ୍ଦୁଝର ସହର ଜନତା ପ୍ରତ୍ୟେକ ଦିନ ଅନେକ କାର୍ଯ୍ୟ ନେଇ କାଉନସିଲର ଓ ଉପନଗରପାଳଙ୍କୁ ଭେଟୁ ଥିବା ବେଳେ ବିଭିନ୍ନ ସମସ୍ୟା କଥା କୁହନ୍ତି। ତେଣୁ ଲୋକଙ୍କୁ କାମ ନହେଲେ କାଉନସିଲର ମାନେ ନୈତିକ ଦାୟିତ୍ବ ନେଉଛନ୍ତି। ପୌର ଆଇନ୍ ଅନୁଯାୟୀ ପୂର୍ବ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଦାୟିତ୍ଵ ପୌର ନିର୍ବାହୀ ଅଧିକାରୀ ଲଳିତ କୁମାର ନାୟକଙ୍କ ଥିଲା ବେଳେ ସେ ସମ୍ଭବ ହେଲେ ପରେ ଦେଖିବା କହି ଆଜି ମିଟିଂ ଡାକିଥିଲେ। ତେଣୁ ବିଜେଡି କାଉନସିଲର ମାନେ ଉପନଗରପାଳ ବରଦା ପ୍ରସନ୍ନ ଦାସଙ୍କ ନେତୃତ୍ୱରେ ବୈଠକ ବର୍ଜନ କରିଥିଲେ। ବାହାରେ ସେମାନେ ଧାରଣା ଦେଇଥିଲେ ମଧ୍ୟ ସେମାନଙ୍କ ପାଖକୁ ପୌର ନିର୍ବାହୀ ଅଧିକାରୀ ଓ ନଗରପାଳ ନିକୁ ସାହୁ ଆସି ଆଲୋଚନା କରିନଥିଲେ ଯାହା ସେମାନଙ୍କୁ ଦୁଃଖ ଦେଇଥିଲା। ଅପରପକ୍ଷେ ମାତ୍ର ୭ ବିଜେପି କାଉନସିଲରଙ୍କ ସହ ପୌର ଅଧ୍ୟକ୍ଷା ଓ ପୌର ନିର୍ବାହୀ ଅଧିକାରୀ କାଉନସିଲ ସଭା ଗୃହରେ ବୈଠକ ଚଳାଇଥିଲେ। ଏହି ଘଟଣା ନେଇ ସାଧାରଣ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଖରା ଦିନେ ଅନେକ ନଗର ସମସ୍ୟା ରହିଛି ପାଣି ଲାଗି ହାହାକାର ପଡ଼ିଛି। ମୁନିସିପାଲିଟି ଗାନ୍ଧୀ ମାର୍କେଟ ଓ କିମିରିଡୋଲି ମାଛ ମାଂସ ମାର୍କେଟ ଅବସ୍ଥା ଅତି ଶୋଚନୀୟ ରହିଛି ଲୋକେ ହୋଲ୍ଫିଂ ଟିକସ ବାବଦରେ ପୁଣି ରିଭ୍ୟୁ ଚାହିଁଛନ୍ତି ଏହି ସମୟରେ ଗୁରୁତ୍ବପୂର୍ଣ୍ଣ ପୌର ପରିଷଦ ବୈଠକରେ ବିଭ୍ରାଟ ଲୋକଙ୍କୁ ବ୍ୟଥିତ କରିଛି। କାଉନସିଲର ମାନେ ଜରୁରୀ ସେବା ଯୋଗାଇ ଦେବାକୁ ଦାବି କରି ପୂର୍ବ ନିଷ୍ପତ୍ତି ପାଳନ ଲାଗି ସରକାରଙ୍କୁ ଜଣାଇବେ କହିଛନ୍ତି। ଉପନଗରପାଳ ଶ୍ରୀ ଦାସ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି କିପରି କେନ୍ଦୁଝରଗଡ଼ ପୌର ପରିଷଦର କାର୍ଯ୍ୟ ଚାଲିଛି ଆଇନ ଅନୁଯାୟୀ ଠିକ୍ କରିବାକୁ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ସେ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ସମାଧାନ କରିବାକୁ କହିଛନ୍ତି। ତେବେ ଆଜି ଘଟଣା ବାବଦରେ  ପୌର ଅଧ୍ୟକ୍ଷା ଓ ପୌର ନିର୍ବାହୀ ଅଧିକାରୀ କିଛି ମନ୍ତବ୍ୟ ଦେଇ ନାହାନ୍ତି କିନ୍ତୁ ଏପରି ଟଣାଓଟରା ଚାଲିଲେ ସହର ଅବସ୍ଥା ଶୋଚନୀୟ ହେବ ବୋଲି ସମସ୍ତେ ଆଲୋଚନା କରିଛନ୍ତି। ଆଜି ଏହି ପ୍ରତିବାଦ ଧାରଣା କାର୍ଯ୍ୟକ୍ରମରେ ୧ନଂ ୱାର୍ଡ଼ର ଶରତ କୁମାର ସାହୁ,୭ନଂ ୱାର୍ଡ଼ର ଅବିନାଶ ମିଶ୍ର,୮ ନଂ ୱାର୍ଡ଼ର ଦୟାନିଧି ପାତ୍ର,୯ନଂ ୱାର୍ଡ଼ର ରୀତା ପ୍ରଧାନ,୧୦ ନଂ ୱାର୍ଡ଼ର ପଦ୍ମିନୀ ପାତ୍ର,୧୨ ନଂ ୱାର୍ଡ଼ର କରୁଣାକର ମାରାଣ୍ଡି,୧୩ ନଂ ୱାର୍ଡ଼ର କେକୀ କାକଳି କୁମୁରା,୧୪ ନଂ ୱାର୍ଡ଼ର ଦମୟନ୍ତୀ ଦାସ,୧୫ ନଂ ୱାର୍ଡ଼ର ଭଗବାନ ନାୟକ,୧୬ ନଂ ୱାର୍ଡ଼ର ସବିତା ପଟ୍ଟନାୟକ,୧୭ ନଂ ୱାର୍ଡ଼ର ମୋନାଲିସା ଷଡ଼ଙ୍ଗୀ ଓ ୨୧ ନଂ ୱାର୍ଡ଼ର ହେମନ୍ତ କୁମାର ପତି ପରି କାଉନସିଲର ମାନେ ଯୋଗ ଦେଇଥିଲେ।

0
0
0
s2sdefault