ହେଡଲାଇନସ୍:

ବିିଶ୍ୱ ମୁଖ ସ୍ୱାସ୍ଥ୍ୟ ମାସ ପରିପ୍ରେକ୍ଷୀରେ ସୋଆ ଆଇଡିଏସ୍ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ଏପ୍ରିଲ ୨୨ : ବିଶ୍ୱ ମୁଖ ସ୍ୱାସ୍ଥ୍ୟ ମାସ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ର୍ୟଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ (ଆଇଡିଏସ୍) ପକ୍ଷରୁ ପ୍ରାୟ ୧୯ଟି ସ୍କ୍ରିନିଂ ଓ ଚିକିତ୍ସା ଶିବିର ଆୟୋଜନ କରାଯାଇଥିବା ବେଳେ ବିଭିନ୍ନ ଅଂଚଳରୁ ପ୍ରାୟ ୧୧୫୩ ବ୍ୟକ୍ତିବିଶେଷ ଉପକୃତ ହୋଇଥିଲେ ।
ଏକ ମାସ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୨୦ ତାରିଖରେ ଆରମ୍ଭ ହୋଇଥିଲା । ଯେଉଁଥିରେ କି ବିଭିନ୍ନ ସଚେତନମୂଳକ ଏବଂ ଶୈକ୍ଷିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ନ୍ୟାସ୍ନାଲ୍ ଓରାଲ ହେଲ୍ଥ ପ୍ରୋଗ୍ରାମର ଇନ୍ଚାର୍ଜ ଡକ୍ଟର ଜୀବନ୍ତ ଆଚାର୍ଯ୍ୟ ଏବଂ ଆଇଡିଏସ୍ର ଡିନ୍ ପ୍ରଫେସର (ଡକ୍ଟର) ରୁଚି ଭୂୟାଂ ବକ୍ତବ୍ୟ ରଖିଥିଲେ ।
ପ୍ରାୟ ୨୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ, ଫ୍ୟାକଲ୍ଟି ମେମ୍ବର୍ସ, ଇନ୍ଟର୍ଣ୍ଣ ଏବଂ କର୍ମଚାରୀମାନେ ଏପ୍ରିଲ ୬ ତାରିଖ ଦିନ ଭୁବନେଶ୍ୱର ଆନନ୍ଦବନ ପର୍ଯ୍ୟନ୍ତ ଏକ ୱାକାଥନ୍ର ଆୟୋଜନ କରିଥିଲେ । ସେହିପରି ଏପ୍ରିଲ୍ ୧୮ ତାରିଖ ଦିନ ସିଆପିଏଫ୍ କ୍ୟାମ୍ପସ୍ରେ ଏକ ସ୍କିନିଂ ଓ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା ଯେଉଁଠାରେ ୧୨୦ ଜଣ ରୋଗୀ ପରୀକ୍ଷା ଓ ଚିକିତ୍ସା କରାଇଥିଲେ ।
ଆଇଡିଏସ୍ ପକ୍ଷରୁ ୩ଟି କଂଟିନୁଇଙ୍ଗ ଡେଂଟାଲ ଏଜୁକେସନ୍ (ସିଡିଇ) ପ୍ରୋଗ୍ରାମ ଏବଂ ୱେବିନାର ଆୟୋଜନ କରାଯିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୋଷ୍ଟର ପ୍ରସ୍ତୁତି, ବକ୍ତୃତା ଏବଂ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।
ଏପ୍ରିଲ୍ ୧୯ ତାରିଖ ଦିନ ଆୟୋଜିତ ଉଦ୍ୟାପନୀ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଆଡିସ୍ନାଲ୍ ଡାଇରେକ୍ଟର ଅଫ୍ ମେଡିକାଲ୍ ଏଜୁକେସନ୍ ଡକ୍ଟର ବ୍ରଜ କିଶୋର ଦାଶ ଏବଂ ପ୍ରଫେସର (ଡାକ୍ତର) ଭୂୟାଁ ଉପସ୍ଥିତ ଥିଲେ ।

0
0
0
s2sdefault