ହେଡଲାଇନସ୍:

ଆତ୍ମ ସୁରକ୍ଷା ଶିକ୍ଷଣ କର୍ମଶାଳା ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର :- ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଦଶ ଦିବସୀୟ ମହିଳା ଆତ୍ମ ସୁରକ୍ଷା ଶିକ୍ଷଣ କାର୍ମଶାଳା ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରଣୀ ନାଥଙ୍କ ସଭାପତିତ୍ଵରେ ଏପ୍ରିଲ୍ ୦୨ତାରିଖ ରେ ଆନୁଷ୍ଠାନିକ ଭାବରେ ଶିବିରଟି ଉଦ୍ଘାଟିତ ହୋଇଥିଲା । +୩ ପ୍ରଥମ ବର୍ଷର ୧୯୦ଜଣ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଶିକ୍ଷା ବିଭାଗର ଅଧ୍ୟାପିକା ଡ଼. ଚନ୍ଦ୍ରିକା ଭୋଇଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା । ମାଷ୍ଟର ଟ୍ରେନର ସୁଶ୍ରୀ ଦୀପାଞ୍ଜଳି ଦୀପ ଓ ନମ୍ରତା ତାଣ୍ଡି ଏହି କାର୍ଯ୍ୟକ୍ରମକୁ ଆଗକୁ ବଢେଇ ନେଇଥିଲେ । ୧୯୦ ଜଣ ଛାତ୍ରୀଙ୍କୁ ଆଖିଆଗରେ ରଖି ସମସ୍ତ ଛାତ୍ରୀଙ୍କୁ ଚାରି ଭାଗରେ ବିଭକ୍ତ କରା ଯାଇଥିଲା । ପରୀକ୍ଷା ଓ ଛୁଟି ଦିନମାନଙ୍କୁ ବାଦ ଦେଇ ଦୀର୍ଘ ୧୦ ଦିନ ହେଲା ଏହି କାର୍ଯ୍ୟକ୍ରମଟି ଚାଲିଥିଲା । ଉଦଯାପନା ଦିବସରେ ସଭାପତି ଶ୍ରୀମତୀ ନାଥ ନାରୀଶକ୍ତି ସାମର୍ଥ୍ୟ ଓ ଆତ୍ମସୁରକ୍ଷା ବିଷୟରେ ଛାତ୍ରୀମାନଙ୍କୁ ବୁଝାଇଥିଲେ । ଡ଼. ଭୋଇଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ଉଦଯାପିତ ହୋଇଥିଲା ।

0
0
0
s2sdefault