ହେଡଲାଇନସ୍:

ସ୍ୱର୍ଗ ଦ୍ବାର ନା ଯମ ଦ୍ୱାର !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଖର୍ଚ୍ଚ କରାଯାଇ ନୂତନ ଭାବେ ନିର୍ମିତ ହୋଇଥିବା ସ୍ମଶାନ ଘାଟ( ସ୍ୱର୍ଗଦ୍ଵାର) ପ୍ରବେଶ ପଥରେ ଝୁଣ୍ଟି ପଡ଼ିବେ ଲୋକେ l ଯେ କେହି ଦେଖିବ ଏହା ସ୍ଵର୍ଗଦ୍ଵାର କି ଯମ ଦ୍ବାର ପ୍ରଥମେ ଟିକିଏ ଚିନ୍ତା କରିବେ କାରଣ ପ୍ରବେଶ ପଥ ପାହାଚ ନିର୍ମାଣ ହୋଇଥିବା ପାହାଚରେ ଉଚ୍ଚତା ୮ ରୁ ୧୦ ଇଞ୍ଚ ଥିବାରୁ ଶବ ଉତାରି ବାକୁ ଯିବା ସମୟରେ ଲୋକେ  ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ପୁଣି ସେଠାରେ ଲାଗିଥିବା ପ୍ରବେଶ ଦ୍ବାର ଗେଟ ମଧ୍ଯ ସୁଚାରୁରୂପେ ଖୋଲୁ ନଥିବା ଜଣାପଡିଛି l ପାହାଚ ଢ଼ାଲୁଆ ଭାବେ ପାହାଚ ରାସ୍ତା ନିର୍ମାଣ କଲେ , ଶବ ପୋଡିବା ପାଇଁ ଅଣାଯାଉଥିବା କାଠ ଠାରୁ ଆରମ୍ଭକରି ମୃତ ଶବକୁ ନେବା ଆଣିବାରେ ଅସୁବିଧା ସୃଷ୍ଟି ହୁଅନ୍ତା ନାହିଁ । ଏଣୁ ତୁରନ୍ତ ଏଦିଗରେ ସ୍ଥାନୀୟ ବିଜ୍ଞାପିତଅଞ୍ଚଳ ପରିଷଦ ବିଜେପୁରର କାର୍ଯ୍ୟନିର୍ବାହୀ ଅଧିକାରୀ ଦୃଷ୍ଟି ଦେଇ ଗଡାଣିଆ ରାସ୍ତା ନିର୍ମାଣ କରିବାକୁ ଜନସାଧାରଣରେ ଦାବୀ ହେଉଛି l

0
0
0
s2sdefault