ହେଡଲାଇନସ୍:

ଘୁମୁସର ବିଶ୍ବହିନ୍ଦୁ ପରିଷଦ ସଂଗଠନ ଦ୍ଵାରା ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ବିଶ୍ବହିନ୍ଦୁ ପରିଷଦ ଓଡ଼ିଶା ପ୍ରଦେଶ ର ଆହ୍ୱାନକ୍ରମେ ଘୁମୁସର ଜିଲ୍ଲା ଭଞ୍ଜନଗର ବିଶ୍ବହିନ୍ଦୁ ପରିଷଦ ଜିଲ୍ଲା ସଂଗଠନ ତରଫରୁ ଆଜି ଏପ୍ରିଲ୍ ମାସ ୨୨ ତାରିଖ ମଙ୍ଗଳ ବାର ୨୦୨୫ ଦିନ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଦି ମୁର୍ମୁ ଙ୍କ ଉଦେଶ୍ୟ ଏକ ସ୍ମାରକ ପତ୍ର ସ୍ଥାନୀୟ ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଙ୍କୁ ପ୍ରଦାନ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଅନେକ କାର୍ଯ୍ୟକର୍ତ୍ତା ଙ୍କ ମଧ୍ୟରେ ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଓ ସାଧାରଣ ଜନତା ଉପସ୍ଥିତ ଥିଲେ।
ଏହି ସ୍ମାରକପତ୍ର ପ୍ରଦାନ କରିବାର ଉଦେଶ୍ୟ ଥିଲା ଯେ, ଆଜକୁ ଦୀର୍ଘ ଦିନ ହେଲା ୱାକଫ୍ ବିଲ୍ କୁ ନେଇ ମୁସଲମାନ୍ ସମ୍ପ୍ରଦାୟ ପଶ୍ଚିମବଙ୍ଗଳାର ମୁର୍ଶିଦାବାଦ ଜିଲ୍ଲାର ୨୦୦ ଘର ଓ ୫୦୦ ହିନ୍ଦୁ ପରିବାର କୁ ସମ୍ପୁର୍ଣ୍ଣ ରୁପେ ଆତଙ୍କିତ କରି ଜିଲ୍ଲାରୁ ବାହାର କରିବା ସଙ୍ଗେ ସଙ୍ଗେ ବହୁ ହିନ୍ଦୁ ମହିଳା ମାଁ ଭଉଣୀ ଓ ଯୁବତୀ ମାନଙ୍କର ଇଜ୍ଜତ୍ ନେବା ସହିତ ବହୁ ଲୋକଙ୍କୁ ଜିବନରେ ମାରି ଦେଇଛନ୍ତି। ବର୍ତମାନ ପରିସ୍ଥିତିରେ ମଧ୍ୟ ପାଞ୍ଚ ଶହ ପରିବାର ବିସ୍ଥାପିତ ହୋଇ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିବାର ଉଲ୍ଲେଖ ରହିଛି। ଏହା ବିରୁଦ୍ଧରେ ପଶ୍ଚିମବଙ୍ଗ ସରକାରଙ୍କୁ ତୁରନ୍ତ ବରଖାସ୍ତ କରି ସେଠାରେ ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ବିଶ୍ବହିନ୍ଦୁ ପରିଷଦ ଘୁମୁସର ଜିଲ୍ଲା ସାଂଗଠନିକ ତରଫରୁ ଆଜିର ଦାବିପତ୍ର ପ୍ରଦାନ କରାଯାଇଛି। ଏହାଦ୍ଵାରା ମାନ୍ୟବର ସରକାର ତୁରନ୍ତ ଦାବି ପତ୍ର ଗ୍ରହଣକରି ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ପ୍ରେରଣ କରନ୍ତୁ।
ଆଜିର ଏହି କାର୍ଯ୍ୟକ୍ରମରେ ଘୁମୁସର ଜିଲ୍ଲା ସମ୍ପାଦକ ଶ୍ରୀ ବଟକୃଷ୍ଣ ପଣ୍ଡା, ଜିଲ୍ଲା ସଭାପତି ଶ୍ରୀ ସୁଧିର ନାୟକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ବହିନ୍ଦୁ ପରିଷଦର ଶ୍ରୀ ମୁରଲୀଧର ପଣ୍ଡା ଏବଂ ଘୁମୁସର ଜିଲ୍ଲା ସଂଘ ଚାଳକ ଶ୍ରୀ ବନମାଳୀ ଗୈାଡ, ଶ୍ରୀ ପ୍ରଦୀପ କୁମାର ଆଚାର୍ଯ୍ୟ ଙ୍କ ସମେତ ରାମକୃଷ୍ଣ ପଣ୍ଡା, ଚନ୍ଦ୍ରକାନ୍ତ ଷଡ଼ଙ୍ଗୀ, ବାସୁଦେବ ନାୟକ, ଶରତ ସୁଆର, ବୁଲୁ ସାହୁ, ନିଳାଦ୍ରୀ ପ୍ରଧାନ, ଅଜୟ କୁମାର ମହାପାତ୍ର, ମାନସ କୁମାର ଜେନା, ନାରାୟଣ ନାୟକ, ଗୁପ୍ତେଶ୍ୱର ସୁବୁଦ୍ଧି ସମେତ ବହୁବରିଷ୍ଟ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏବଂ ମାନନୀୟ ଉପଜିଲ୍ଲାପାଳ ତୁରନ୍ତ ଏହି ଦିଗରେ ପଦକ୍ଷେପ ଗ୍ରହଣକରି ଶିଘ୍ରାତି ଶିଘ୍ର ରାଷ୍ଟ୍ରପତି ଙ୍କୁ ପ୍ରେରଣ କରିବେ ବୋଲି ଆଶ୍ଵାସନା ଦେଇଛନ୍ତି।

0
0
0
s2sdefault