ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲା ର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ସାମାଜିକ ଅନୁଷ୍ଠାନ ଅନ୍ୱେଷା -ଦ ହେଲପିଙ୍ଗ ହ୍ୟାଣ୍ଡ ତରଫରୁ ୧୧୧ତମ ସାମୁହିକ ଜନ୍ମଉତ୍ସବ ଆୟୋଜିତ ହୋଇଛି |ରାଉରକେଲା ସ୍ଥିତ FE2 ମଲ୍ ଠାରେ ୧୧୧ତମ ସାମୁହିକ ଜନ୍ମଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଓ ଉପ ସଭାପତି ରଶ୍ମିତା ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଗଦା ସ୍ଥିତ ମାନବସେବା ପ୍ରତିଷ୍ଠାନର ଅନ୍ତେବାସୀ ମାନେ ଯୋଗଦେଇଥିଲେ । ଚଳିତ ମାସରେ ଜନ୍ମ ଗ୍ରହଣ କରିଥିବା ପିଲାମାନଙ୍କ ଜନ୍ମଦିନ ଉପଲକ୍ଷେ କେକ୍ କଟାଯାଇ ସେମାନଙ୍କ ସୁଖ ସମୃଦ୍ଧି କାମନା କରାଯାଇଥିଲା । ଏହି ଅବସରରେ ଅନ୍ତେବାସୀ ମାନେ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଏହାପରେ ଅତିଥି ମାନଙ୍କ ସହ ସମସ୍ତଙ୍କ ମଧ୍ୟରେ ପିଜା , ଦୋସା,ମିଷ୍ଟାନ୍ନ ଓ କେକ,ଆଇସକ୍ରିମ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ରିଷି ଆରିଆ, କଲ୍ୟାଣୀ ମିଶ୍ର, ପ୍ରଜ୍ଞା ପାରମିତା ଦାଶ, କୁଞ୍ଜ ବିହାରୀ ରାଉତ, ସ୍ଵାଗତିକା ପଟ୍ଟନାୟକ, ଅର୍ଚନା ସାହୁ, ଅମ୍ବିକା ସାହୂ,ଇନ୍ଦୁମତୀ ବିଶି,ସୁସ୍ମିତା ମୁଣ୍ଡାରୀ ଅଜିତl ପ୍ରଧାନ,ମାନୋସୀ ଘୋଷ , ସୁନ୍ଦର ସାହୁ, ଧନଲକ୍ଷ୍ମୀ ବେହେରା, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପ୍ରତିଷ୍ଠାତା ଶ୍ରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ଅନ୍ଵେଷା ଦ ହେଲପିଙ୍ଗ ହେଣ୍ଡ ର ୧୧୧ତମ ସାମୁହିକ ଜନ୍ମଉତ୍ସବ
- Hits: 26