ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆଦ୍ୟ ଏପ୍ରିଲ୍ ମାସ ୧ ତାରିଖ ୨୦୨୫ ମଙ୍ଗଳ ବାର ଦିନ ଭଞ୍ଜନଗର ସ୍ଥିତ ତନରଡ଼ା ଠାରେ ଥିବା ଅଷ୍ଟମ ସ୍ବତନ୍ତ୍ର ଭାରତ ସଂରକ୍ଷିତ ବାହିନୀ (ଆଇ.ଆର୍.ବି) ତରଫରୁ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି ୯୦ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ସମାରୋହ।
ଏହି ଅବସରରେ ରେ ୧୦୦ ଜଣ ଯବାନ ଅର୍ଥାତ ୪ ଗୋଟି ପ୍ଳାଟୁନ ମିଶ୍ରିତ ଭାବେ ଚିତାକର୍ଷକ ପ୍ୟାରେଡ୍ ପ୍ରଦର୍ଶନ କରିବା ସହ ୯୦ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏଥିରେ ସହକାରୀ ଦୁର୍ଗପତି ସନ୍ତୋଷ ସାହୁ, ଅତିସ୍ କୁମାର ସାହୁ , ନିରିକ୍ଷକ ଅସିତ୍ କୁମାର ଏକ୍କା, ବିଜୟ କହଁର, ଉପନିରିକ୍ଷକ ଗୋପାଳ ଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀକାନ୍ତ ନାୟକ, ଶିବବ୍ରତ ବେହେରା ଓ ଗିରିଶ ଚନ୍ଦ୍ର ମାଝି ସହଯୋଗ କରିଥିଲେ । ଏହି ଆନୁଷ୍ଠାନିକ ପୋଲିସ ପ୍ରତିଷ୍ଠା ଦିବସ ରେ ଅଷ୍ଟମ ସ୍ବତନ୍ତ୍ର ଭାରତ ସଂରକ୍ଷିତ ବାହିନୀର ଦୂର୍ଗପତି ମୂଖ୍ୟ ଅତିଥି ଭାବରେ ମଞ୍ଚାସିନ ହୋଇ ପ୍ୟାରେଡ ପରିଦର୍ଶନ କରିବା ସହ ମାନ୍ୟବର ଓଡ଼ିଶା ର ରାଜ୍ୟପାଳ ଏବଂ ମାନ୍ୟବର ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତା କୁ ଯଥା ଆଖ ପାଖ ଅଞ୍ଚଳରୁ ଆସିଥିବା ନିମନ୍ତ୍ରିତ ଅତିଥି , ସାମ୍ବାଦିକ ବନ୍ଧୁ ଏବଂ ଅନ୍ୟାନ୍ୟ ସମସ୍ତ ଯବାନ ମାନଙ୍କ ଗହଣରେ ପଠନ କରିବା ସହ ପରିଶେଷରେ ମୂଖ୍ୟ ଅତିଥି
ଶ୍ରୀମାନ ଦୂର୍ଗପତି ସୁଧାକର ମିଶ୍ର ଙ୍କ କରକମଳରେ ବାଟାଲିୟନ ର ୨୦୨୪ ଏବଂ ୨୦୨୫ ବର୍ଷ ପାଇଁ ଶ୍ରେଷ୍ଠ ବିବେଚିତ ହୋଇଥିବା ୩ ଜଣ କର୍ମଚାରୀ ଙ୍କୁ ଯଥା , ଉପ ନୀରିକ୍ଷକ
ଲକ୍ଷ୍ମୀ କାନ୍ତ ନାୟକ, ହାବିଲଦାର ପ୍ରମୋଦ କୁମାର ଜେନା, ଯବାନ ୨୧୧ ଅରୁଣ କୁମାର ଡାକୁଆ ଙ୍କୁ ମଞ୍ଚ ଉପରେ ପୁରସ୍କାର ପ୍ରଦାନ କରିଥିଲେ । ବଳିଷ୍ଠ ହାବିଲଦାର ମାନଙ୍କ ମଧ୍ୟରେ ଥିଲେ ରାଧେଶ୍ୟାମ ପାଣିଗ୍ରାହୀ, କିଶୋର କୁମାର ନାଏକ, ପ୍ରହଲ୍ଲାଦ ରାଉତ, ଲିଙ୍ଗରାଜ ପାଢ଼ୀ, ଅନୀଲ କୁମାର ମୋହିନୀ, ସୁଦାମା ବେହେରା, ଦେବବ୍ରତ ନାୟକ, ଜଗନ୍ନାଥ ବିଷୋୟୀ ଓ ପ୍ରଶାନ୍ତ କୁମାର ଗୈାଡ । ଏହି ସମସ୍ତ କାର୍ଯ୍ୟ ର ନେତୃତ୍ବ ନେଇଥିଲେ ଶ୍ରୀମାନ ଉପ ଦୁର୍ଗପତି ଲଳିତ କୁମାର ବାଘ । ଏବଂ ସମଗ୍ର ପ୍ୟାରେଡ ପରିଚାଳନା ସହକାରୀ ଦୁର୍ଗପତି ମନୋରଞ୍ଜନ ତରାଇ କରିଥିଲେ । କନେଷ୍ଟବଳ ବଳରାମ ଜେନା, ବିକାଶ କୁମାର ନାୟକ, ଚନ୍ଦ୍ରକାନ୍ତ ମଲିକ, ସାଗର ସେଠୀ ସହିତ ଦୁର୍ଗର ଅନ୍ୟାନ୍ୟ ସମସ୍ତ କର୍ମଚାରୀ କାର୍ଯ୍ୟକୁ ଯଥା ନିତି ସମ୍ନତ ସହଯୋଗ କରିଥିଲେ।