ହେଡଲାଇନସ୍:

ଜିଲ୍ଲାସ୍ତରୀୟ ୯୦ତମ ଓଡିଶା ଦିବସ ମହାସମାରୋହରେ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ୯୦ତମ ଓଡିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସକାଳ ୬ ଘଟିକା ସମୟରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ମୃତି ସୌଧରେ ପୁଷ୍ପମାଲ୍ୟାର୍ପଣ ପୂର୍ବକ ସହରରେ ଥିବା ସମସ୍ତ ବରପୁତ୍ରମାନକୁ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା।
ପରେ ପରେ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା , ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ , ଶିକ୍ଷକ , ଶିକ୍ଷୟିତ୍ରୀ ଏବଂ ସହରର ଜନସାଧାରଣଙ୍କ ସହ‌ଯୋଗରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ମଧ୍ୟରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଥିଲା। ଶୋଭାଯାତ୍ରାକୁ ଅଧିକ ଆକର୍ଷଣ କରିବା ପାଇଁ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ବିରବାଦ୍ୟ ଓ ପାଇକ ଆଖଡ଼ା କଳା ପ୍ରଦର୍ଶନ ଦେଖାଇ ସହର ପରିକ୍ରମା କରଯାଇଥିଲା।
ଏହି ଶୋଭାଯାତ୍ରା ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ , ଶ୍ରୀଯୁକ୍ତ ଶଙ୍କର କେରକେଟା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ , ଗଜପତି , ଶ୍ରୀମତୀ ନିର୍ମଳା ସେଠୀ , ଅଧ୍ୟକ୍ଷା , ପୌରପରିଷଦ , ପାରଳାଖେମୁଣ୍ଡି , ଶ୍ରୀ ଅନୁପ ପଣ୍ଡା , ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ପରେ ପରେ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପାରଳାଖେମୁଣ୍ଡି ଠାରେ ସ୍ଥାନୀୟ ମହିଳା ମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର ଓଡ଼ିଆ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପରେ ପରେ ଉକ୍ତ ସ୍ଥାନରେ ଏକ ସାଧାରଣ ସଭା ଓ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଡ଼.ମୁକେଶ ମହାଲିଙ୍ଗ , ମାନ୍ୟବର ମନ୍ତ୍ରୀ , ସଂସଦୀୟ ବ୍ୟାପାର , ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ , ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଓଡ଼ିଶା ଯୋଗ ଦେଇ ନିଜ ଅଭିଭାଷଣ ରେ କହିଥିଲେ ଯେ ଓଡ଼ିଶା ପ୍ରଦେଶ ଗଠନ କରିବାରେ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଦୂରଦୃଷ୍ଟି , ଜୀବନବ୍ୟାପୀ , ସଂଘର୍ଷ ଓ ସାଧନା ଗଜପତି ଜିଲ୍ଲାକୁ କେବଳ ଓଡ଼ିଶାରେ ନୁହେଁ ସମଗ୍ର ଦେଶରେ ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଛି।
ସେହିପରି ପାରଳାଖେମୁଣ୍ଡି ରୁ ସୃଷ୍ଠି ସାହିତ୍ୟ , ସଙ୍ଗୀତ , ନାଟକ , ଲୋକକଳା ଓ ପରମ୍ପରା ଓ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଏକ ସ୍ଵତନ୍ତ୍ର ପ୍ରଦେଶ ଗଠନ କରିବାରେ ପ୍ରଥେମେ ପାରଳରୁ ହିଁ ଝଙ୍କୃତ ହୋଇଥିଲା ବୋଲି ଅଭିଭାଷଣ ପ୍ରଦାନ କରିଥିଲେ।
ସେହିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତବାଧୀନ ସରକାର ଏକ ମାତ୍ର ସ୍ବପ୍ନ ସମଗ୍ର ଓଡ଼ିଶାର ବିକାଶ ହୋଇପାରିଛି। ଶିଳ୍ପ , ଶିକ୍ଷା , ସ୍ବାସ୍ଥ୍ୟ , କଳା , ସାହିତ୍ୟ , ପର୍ଯ୍ୟଟନ ଆଦି ପ୍ରତ୍ୟେକ କ୍ଷେତ୍ରରେ ସନ୍ତୁଳିତ ବିକାଶ ହୋଇପାରିଛି। ସୁଭଦ୍ରା ଯୋଜନା , ଧାନର କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି , ଆଜିଠାରୁ ମୋହନ ମାଝୀଙ୍କ ନେତୃତ୍ଵଧି ରେ ବହୁପ୍ରତିକ୍ଷିତ ଆୟୁଷ୍ମାନ ଭାରତ - ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏହାସହ ଆୟୁଷ୍ମାନ ବାୟୋବନ୍ଧାନ ଯୋଜନାର ମଧ୍ଯ ଶୁଭାରମ୍ଭ ହୋଇଛି। ଓଡ଼ିଶାବାସୀଙ୍କ ସହିତ ଗଜପତି ଜିଲ୍ଲାବାସୀ ପାଇବେ ସାର ଭାରତରେ ସର୍ବଶ୍ରେଷ୍ଠ ସ୍ଵାସ୍ଥ୍ୟ ସେବା। ସାରା ଭାରତର ୧୧୨ ଟି ଆକାଂକ୍ଷା ଜିଲ୍ଲା ମଧ୍ୟରୁ ଗଜପତି ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ସମଗ୍ର ଓଡ଼ିଶାରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଗଜପତି ଜିଲ୍ଲା ପ୍ରଥମ ସ୍ଥାନ ହାସଲ କରିବାରେ ଗୌରବ ଅର୍ଜନ କରିଛି। ତେଣୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାବାସୀଙ୍କୁ ସାଧୁବାଦ ଜଣାଇଛନ୍ତି।
ଗଜପତି ଜିଲ୍ଲା ଏକ ଅଧିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ରାଜ୍ୟ ସରକାର ଆଦିବାସୀ ଭାଇଭଉଣୀ ମାନଙ୍କର ଉନ୍ନତୀ ପାଇଁ ସମନ୍ୱୟ ଆଦିବାସୀ ଉନ୍ନୟନ ସଂସ୍ଥାକୁ ଅଧିକ କ୍ରିୟାଶିଳା କରିଛନ୍ତି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ବପ୍ନ ଓ ସଂକଳ୍ପକୁ ସାକାର କରିବାକୁ ଆମ ସମସ୍ତଙ୍କୁ କଠିନ ପରିଶ୍ରମ କରିଥିବା ପଡ଼ିବ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି।
ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ , ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି , ଶ୍ରୀ ଦାଶରଥି ଗମାଙ୍ଗ, ମାନ୍ୟବର ବିଧାୟକ ମୋହନା , ଶ୍ରୀମତୀ ନିର୍ମଳା ସେଠୀ , ଅଧ୍ୟକ୍ଷା ପୌରପରିଷଦ ପାରଳାଖେମୁଣ୍ଡି , ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଅତିରିକ୍ତ ଜିଲ୍ଲାପାଳ ଗଜପତି , ଶ୍ରୀଯତୀନ୍ଦ୍ର କୁମାର ପଣ୍ଡା , ଆରକ୍ଷୀ ଅଧିକ୍ଷକ ଗଜପତି , ଶ୍ରୀ ଶଙ୍କର କେରକେଟା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ପ୍ରମୁଖ ନିଜ ନିଜ ଅଭଭାଷଣରେ କହିଥିଲେ ଯେ ୧୯୩୬ ମସିହା ଅପ୍ରେଲ ୧ ତାରିଖ ଆଜିର ଦିନରେ ସମସ୍ତ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ ଏବଂ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଓଡ଼ିଶା ପ୍ରଦେଶ ଗଠନ କରିବା ମୁଖ୍ୟ ଭୂମିକା ବୋଲି କହିଥିଲେ।
ମୁଖ୍ୟ ବକ୍ତା ଭାବରେ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ସମ୍ପାଦକ , ଉତ୍କଳ ହିତୈଷିଣୀ ସମାଜ , ପାରଳାଖେମୁଣ୍ଡି ଯୋଗ ଦେଇ ଭାଷା ଭିତ୍ତିରେ ଓଡିଶା ପ୍ରଦେଶ ସମଗ୍ର ଦେଶର ପ୍ରଥମ ରାଜ୍ୟ। ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ପ୍ରଚେଷ୍ଟାରେ ଶେଷରେ ସଫଳ ହୋଇଥିଲା ୧୯୩୬ ମସିହା ଅପ୍ରେଲ ୧ ତାରିଖ ଆଜିର ଦିନରେ ସମସ୍ତ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ ବୋଲି ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ମହାପାତ୍ର ବକ୍ତବ୍ୟ ରଖିଥିଲେ।
ସେହିପରି ଓଡ଼ିଶା ପ୍ରଦେଶ ଗଠନ କରିବା ରେ ଗଜପତି ଜିଲ୍ଲା ରାଜ୍ୟ ତଥା ଦେଶରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ସ୍ୱତନ୍ତ୍ର ପ୍ରଦେଶ ଗଠନ ସହ ଓଡ଼ିଆଙ୍କ ସ୍ୱାଭିମାନକୁ ବଜାୟ ରଖିବା ଏହି ଆନ୍ଦୋଳନର ମୂଳ ଲକ୍ଷ ଥିଲା। ଓଡ଼ିଆ ଜାତିକୁ ସର୍ବାଗ୍ରେ ପହଞ୍ଚାଇବା ସହ ଲୋକଙ୍କ ମଧ୍ୟରେ ଜନଜାଗରଣ ସୃଷ୍ଟି କରିବାରେ ଏହି ପାରଳାଖେମୁଣ୍ଡି ସହର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।
ପବିତ୍ର ଓଡିଶା ଦିବସ ଅବସରରେ ଶ୍ରୀଯୁକ୍ତ ଅଲେଖ ରଞ୍ଜନ ମହାକୁଡ଼ ଙ୍କୁ ୨୦୨୨ ବ୍ୟଚର ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଭାବରେ କୃତ କାର୍ଯ୍ୟ ହୋଇଥିବାରୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।
ଓଡିଶା ଦିବସ ଅବସରରେ ପାରଳାଖେମୁଣ୍ଡି ସହରର ଉଚ୍ଚ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତରରେ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଶ୍ରୀ ଅନୁପ ପଣ୍ଡା , ଉପଜିଲ୍ଲାପାଳ ପାରଳାଖେମୁଣ୍ଡି , ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଧାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମଇଙ୍କ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ବରିଷ୍ଠ ନାଗରିକ , ବୁଦ୍ଧିଜୀବି ,ସମସ୍ତ ସାମ୍ବାଦିକ ବନ୍ଧୁଗଣ ଓ ଜନସାଧରଣ ଉପସ୍ଥିତ ଥିଲେ।

0
0
0
s2sdefault