ହେଡଲାଇନସ୍:

ଜଗତସିଂହପୁର ଠାରେ ଉତ୍କଳ ଦିବସ ଓ ଜଗତସିଂହପୁର ଜିଲ୍ଲା ମହୋତ୍ସବ "କଲ୍ଲୋଳ-୨୦୨୫" ର ଉଦ୍‌ଘାଟନୀ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର-ତା ୧.୪.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲା ସଦର ମହକୁମା ଠାରେ ଉତ୍କଳ ଦିବସ ଓ ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ ର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଉତ୍ସବକୁ ଉଦ୍‌ଘାଟନ କରିବା ସହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶାର ମାନ୍ୟବର ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା , ଶ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଲେ ଜଗତସିଂହପୁର ଜିଲ୍ଲା ଏକ ସମୃଦ୍ଧ ଜିଲ୍ଲା । କଳା,ସଂସ୍କୃତି, ଐତିହ୍ୟ ଓ ଶିକ୍ଷା କ୍ଷେତ୍ରରେ ଏ ଜିଲ୍ଲା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି ମାଟିର ସୁଯୋଗ୍ୟ ସନ୍ତାନମାନେ ଉତ୍କଳ ପ୍ରଦେଶ ଗଠନରେ ଅଗ୍ରଣି ଭୂମିକା ଗ୍ରହଣ କରିଥିଲେ । ଦଳମତ ନିର୍ବିଶେଷରେ ସମସ୍ତେ ଜିଲ୍ଲା ତଥା ରାଜ୍ୟର ଉନ୍ନତି ପାଇଁ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଥିଲେ । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଅସ୍ମିତା କୁ ଘରେ ଘରେ ପହଞ୍ଚାଇବା ପାଇଁ ଏପ୍ରିଲ ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ବିଷୟ ରେ ଆଲୋକପାତ କରିଥିଲେ।ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ବିଧାୟକ, ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ କହିଲେ ଜଗତସିଂହପୁର ମାଟି ରେ ସାରସ୍ଵତ ସାଧନା ସର୍ବ ବିଦିତ। ଜିଲ୍ଲା ଗଠନ ହେବା ପରେ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଛି । ଜିଲ୍ଲା ପ୍ରଗତି ପଥରେ ଆଗେଇ ଚାଲିଛି । ଏହି ପ୍ରଗତିରେ ସମସ୍ତେ ସାମିଲ ହେବାକୁ ସେ ଆହ୍ବାନ ଦେଇଥିଲେ । ଏହି ଉତ୍ସବରେ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ବିଧାୟକ,ବାଲିକୁଦା – ଏରସମା ଶ୍ରୀ ସାରଦା ପ୍ରସନ୍ନ ଜେନା କହିଲେ ଓଡିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିବାରେ ଜଗତସିଂହପୁରର ଅବଦାନ ରହିଛି । ଆଦିକବି ସାରଳା ଦାସ,ପ୍ରାଣକୃଷ୍ଣ ପରିଜା,ଶ୍ରୀରାମ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀଙ୍କ ଭଳି ମହାପୁରୁଷ ଜନ୍ମନେଇ ଏ ମାଟିକୁ ଗୌରବାନିତ୍ବ କରିଛନ୍ତି । ଏହି ଉତ୍ସବରେ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ତିର୍ତ୍ତୋଲ ବିଧାୟକ ଡଃ ରମାକାନ୍ତ ଭୋଇ କହିଲେ ଓଡିଶା ସ୍ବତନ୍ତ୍ର ପ୍ରଦେଶ ଗଠନରେ ଜଗତସିଂହପୁର ଜିଲ୍ଲାର ଅବଦାନ ଯଥେଷ୍ଟ ରହିଛି । ଏହି ଉତ୍ସବରେ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦର ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ଭୋଇ ଜଗତସିଂହପୁର ଜିଲ୍ଲାର ଐତିହ୍ୟ ଓ ସଂସ୍କୃତି ସଂପର୍କରେ ବକ୍ତବ୍ୟ ରଖିଥିଲେ ।ଏହି ଉତ୍ସବରେ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଜଗତସିଂହପୁର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ଅର୍ଚ୍ଚନା ସିଂହ ଜିଲ୍ଲାର ଐତିହ୍ୟ, ସଂସ୍କୃତି ସଂପର୍କରେ ଅବଗତ କରାଇଥିଲେ ।ଏହି ଉତ୍ସବରେ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଆରକ୍ଷୀ ଅଧିକ୍ଷକ, ଜଗତସିଂହପୁର ଶ୍ରୀଯୁକ୍ତ ଭବାନୀ ଶଙ୍କର ଉଦ୍ଗାତା କହିଲେ ଜିଲ୍ଲା ର ଉନ୍ନତି ପ୍ରଗତି ଜିଲ୍ଲାବାସୀ ଙ୍କ ର କାମ୍ୟ।ଏହି ଉତ୍ସବରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଅଧ୍ଯକ୍ଷତା କରି କହିଲେ ଆଜି ହେଉଛି ସେହି ଦିବସ ଯେଉଁ ଦିବସରେ ସମଗ୍ର ଭାରତ ବର୍ଷରେ ଏକ ଭାଷାଭିତ୍ତିକ ରାଜ୍ୟ ଗଠନ ହୋଇଥିଲା । ସେହି ରାଜ୍ୟଟି ଆମ ଜନ୍ମଭୂମି ଓଡିଶା । ଉତ୍କଳ ଦିବସ ସହିତ ଜିଲ୍ଲା ଉତ୍ସବ କଲ୍ଲୋଳ ୫ ଦିନ ବ୍ୟାପି ଚାଲିବ । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳନ ଅବସରରେ ଆୟୋଜିତ ବକ୍ତୃତା ଦେଶାତ୍ମବୋଧକ ସଂଗୀତ ଓ ଜଣା ଅଜଣା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ସହକାରୀ ଜିଲ୍ଲାପାଳ ସୁଶ୍ରୀ କଳ୍ପିତା କୁମାରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସକାଳେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ରାମଧୂନ୍ ସହରରେ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରଭାତ ଫେରିରେ ଆସି ଗୋପବନ୍ଧୁ ନଗର ଉଦ୍ୟାନ ଠାରେ ମିଳିତ ହୋଇଥିଲେ । ସେଠାରେ ପୁରୋହିତପୁର ନୋଡାଲ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା । ମାନ୍ୟବର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ପିଲାମାନଙ୍କୁ ଉତ୍କଳ ଦିବସର ତାତ୍ପର୍ଯ୍ୟ ସଂପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ ।ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ପିଲା ମାନଙ୍କୁ ଓଡ଼ିଶାର ଇତିହାସକୁ ଜାଣିବା ପାଇଁ ଉପଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହା ପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପଡ଼ିଆ ଠାରୁ ଏକ ସାଂସ୍କୃତିକ ଶୋଭାଯାତ୍ରାକୁ ବିଧାୟକ ଶ୍ରୀ ଦାସ ଶୁଭ ଉଦ୍‌ଘାଟନ କରିଥିଲେ । ଉତ୍କଳ ଦିବସ ଓ ଜିଲ୍ଲା ଉତ୍ସବର ଉଦ୍‌ଘାଟନୀ ଉତ୍ସବରେ ସହରର ମାନ୍ୟଗଣ୍ୟ ବ୍ୟକ୍ତି, ଜିଲ୍ଲାସ୍ତରୀୟ ଅଧିକାରୀ, ବୁଦ୍ଧିଜିବୀ,ଆଇନଜୀବୀ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ପରିଶେଷରେ ଓଡିଶୀ ନୃତ୍ୟ, ବିବିଧ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଉତ୍ସବ ରେ ଓରମାସ ପକ୍ଷରୁ ଆୟୋଜିତ ଷ୍ଟଲ୍ ରେ ୧୫୦ ଷ୍ଟଲ୍ ରେ ଜିଲ୍ଲା, ତଥା ରାଜ୍ୟ ବାହାରୁ ଆସିଥିବା ଷ୍ଟଲ୍,ବିଭାଗୀୟ ଷ୍ଟଲ୍ ଏବଂ ଖାଦ୍ୟ ଷ୍ଟଲ ଆୟୋଜିତ ହୋଇଛି।

0
0
0
s2sdefault