ଅନ୍ତଦ୍ୟୋୟ ଗୃହ ଯୋଜନାରେ ଶୁଭାରମ୍ଭ ଖଲ୍ଲିକୋଟ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

( ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା) : ଆଜି ସ୍ଥାନୀୟ ଖଲ୍ଲିକୋଟ ବ୍ଳକ୍ ପରିସରରେ ଅନ୍ତଦ୍ୟୋଗ ଗୃହ ଯୋଜନାର ଶୁଭାରମ୍ଭ ହୋଇଯାଇଥିଲା। ଆଜିର ଏକାଯ୍ୟ କ୍ରମରେ ମୁଖ୍ୟ ଅତିଥି ଖଲ୍ଲିକୋଟ ନିର୍ବାଚନମଣ୍ଡଳୀର ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଥିବାବେଳେ ବ୍ଳକ୍ ଅଧ୍ୟକ୍ଷା କୁମାରୀ ଦାସ‌ , ଭାଇସ୍ ଚେୟାର ମେନ୍ ଭାରତୀ ମ‌ହାରଣା, ଆସିକା ଲୋକସଭା ସାଂସଦ ପ୍ରତିନିଧି ଯଜ୍ଞନାରା଼ୟଣ ଦାସ, ଖଲ୍ଲିକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ, ସହକାରୀ ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ସାହୁ , ପ୍ରମୁଖ ବ୍ୟକ୍ତି ବିଶେଷ ମାନେ ମଞ୍ଚାସିନ ଥିବା ବେଳେ , ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ୨୯ ଟି ପଞ୍ଚାଯତ ର ସରପଞ୍ଚ ସମିତି ସଭ୍ୟ, ସଭ୍ୟା , ହିତାଧିକାରୀ ମାନେ ଉପସ୍ଥିତ ଥିଲେ। ଖବର ନେବାରୁ ଜଣାପଡିଛି ପ୍ରାୟ ୨୪୮ ଜଣ ହିତାଧିକାରୀଙ୍କୁ ଗୃହ ଯୋଜନାର କାର୍ଯ୍ୟାଦେଶ ମିଳିଛି।
ଯେଉଁ ମାନେ ସମୟ ନିର୍ଦ୍ଧାରଣ ରେ ଗୃହ ଯୋଜନାର ସମ୍ପୂର୍ଣ୍ଣ କରିବେ, ସେମାନଙ୍କ ପାଇଁ ସରକାର ଙ୍କ ତରଫ ରୁ ପ୍ରୋତ୍ସାହନର ରାଶି ମିଳିବା ର ସରକାର ଙ୍କ ତରଫ ରୁ ଘୋଷଣା କରାଯାଇଛି। ଅନ୍ତଦ୍ୟୋୟ ଗୃହ ଯୋଜନାର ପ୍ରତି ଗୃହ କୁ ଟ ୧ଲକ୍ଷ ୨୦‌ହଜାର ଟଙ୍କା ମଞ୍ଜୁର ହୋଇ ଥିବା ପ୍ରକାଶ ପାଇଛି। ଏ କାର୍ଯ୍ୟ କ୍ରମରେ ଉପକୃତ ହେବେ ବିଧବା,ବିକଳାଙ୍ଗ, ଗୁରୁ ତର ଶାରୀରିକ ଅସୁସ୍ଥ ବ୍ୟକ୍ତି ବିଶେଷ, ସହୀଦ ଯବାନପରିଵାର, ଜାତୀୟ ଅନ୍ତର୍ଜାତୀୟ ସ୍ତରର କ୍ରୀଡା ବିତ୍ , ଓ ଅନ୍ୟାନ୍ୟ ଆବଶ୍ୟକତା‌ ବ୍ୟକ୍ତି ବୋଲି ଗାଇଡଲାଇନ୍ ପତ୍ରାଙ୍କନମ୍ବର ୪୯୦୬/PRDW ତାରିଖ ୨୧-୦୨-୨୦୨୫ ରେ ଜଣାଯାଏ।
କିନ୍ତୁ କ୍ଷୋଭର ବିଷୟ ଵିଡିଓ ମହୋଦୟ କାର୍ଯ୍ୟ କ୍ରମ ରସମୟ ଘ୧୦-୩୦ ମିନିଟ୍ ରେ ହେବ ବୋଲି ସୂଚନା ଦେଇଥିଲେ କୋୖଣସି କାରଣଵଶତ ବହୁ ବିଳମ୍ବରେ ଆରମ୍ଭ ହୋଇଥିଲା। ଯା‌ହାଫଳରେ କି ଉପସ୍ଥିତ ଥିବା ହିତାଧିକାରୀ ତଥା ମିଡ଼ିଆ ବନ୍ଧୁମାନେ ବ୍ୟତୀତ ବ୍ୟସ୍ତ ହେଵାର ପରିଲକ୍ଷିତ ହେଉଥିଲା।

0
0
0
s2sdefault