ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା କ୍ଲଷ୍ଟର ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ର ପରୀକ୍ଷାଫଳ ପ୍ରକାଶ ପାଇଛି l ଛାତ୍ରଛାତ୍ରୀ ଉଚ୍ଚ ବିଦ୍ୟାଳୟ କୁ ଯାଇ ନବମ ଶ୍ରେଣୀ ରେ ପଢିବାକୁ ଥିବାରୁ ସେମାନଙ୍କ ବିଦ୍ୟାଳୟ ପ୍ରତି ଅବଦାନ କୁ ମନେ ପକାଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ଆର୍ତତ୍ରାଣ ପଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାଟକୃଷ୍ଣ ପାଢ଼ୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପରବର୍ତ୍ତୀ ଶ୍ରେଣୀ ରେ ଭଲ ଭାବେ ପାଠ ପଢି ବିଦ୍ୟାଳୟ ର ଟେକ ରଖିବାକୁ ପରାମର୍ଶ ଦେବା ସହ ସଫଳତା ର ମନ୍ତ୍ର ରେ ପ୍ରତିଜ୍ଞାବଦ୍ଧ କରାଇଥିଲେ l ସମ୍ମାନିତ ଅତିଥିଭାବେ ଭାରପ୍ରାପ୍ତ ସରପଞ୍ଚ ସମ୍ପଦ ବାଘ,ସିଆରସିସି ସୌରଭ ସାହୁ, ଶିକ୍ଷୟିତ୍ରୀ ଲକି ସାହୁ ଓ ପୁରାତନ ଛାତ୍ରୀ ତଥା ଶିକ୍ଷୟିତ୍ରୀ ରୀନା ବାଘ ମଂଚାସୀନ ହୋଇ କଠିନ ପରିଶ୍ରମ କରି ସଫଳତା ଲାଭ କରିବାକୁ ପରାମର୍ଶ ଦେଇଥିଲେ l ଶିକ୍ଷକ ସରୋଜକୁମାର ବାଗ ସଭା ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ରଶ୍ମିତା ପଧାନ ଅତିଥିପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଅଷ୍ଟମ ଶ୍ରେଣୀ ର ପ୍ରତ୍ୟେକ ଛାତ୍ରଛାତ୍ରୀ ବିଦ୍ୟାଳୟ ରେ ସେମାନଙ୍କ ଆଠ ବର୍ଷ ର ଅନୁଭୂତି ର ସ୍ମୃତିଚାରଣ କରିଥିଲେ l ସେମାନଙ୍କୁ ବିଦ୍ୟାଳୟ ର ଅନ୍ୟ ଛାତ୍ରଛାତ୍ରୀ ମାନେ ଫୁଲଚନ୍ଦନ ଓ ଉପହାର ପ୍ରଦାନ କରି ଶୁଭବିଦାୟ ଜଣାଇଥିଲେ l ଚଳିତ ବର୍ଷ ଏନଏମଏମଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବୃତ୍ତି ପାଇବାକୁ ଯୋଗ୍ୟ ହୋଇଥିବା ଛାତ୍ରୀ ଆଭା ସାହୁ ଓ ଆକାଶ ସାହୁ ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା l ଶିକ୍ଷକ ଦୀପକ ସାହୁ ବିଦ୍ୟାଳୟ ର ସମସ୍ତ ସଫଳତା ର ଶ୍ରେୟ ଏସଏମସି ସଭ୍ୟସଭ୍ୟା ଓ ଗ୍ରାମବାସୀ ଙ୍କୁ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ସମସ୍ତେ କ୍ଷୀରି ପିଠା ଭୋଜନ କରି ଉତ୍ସାହିତ ହୋଇଥିଲେ l

0
0
0
s2sdefault