ଫାଇଲେରିଆ ମୂଳ ଉତ୍ପାଟନ ପାଇଁ ରାତିରେ ସଂଗ୍ରାମ ଜାରି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଚିକିତ୍ସାଳୟର ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା.ସୁଶାନ୍ତ ମେହେରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବିଜେପୁର ବ୍ଲକ ଅନ୍ତର୍ଗତ ଅର୍ଡା ଗ୍ରାମରେ ପ୍ରାକ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ,ରାତ୍ର ସମୟରେ ରକ୍ତ ନମୁନା ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଫାଇଲେରିଆ ନିରାକରଣ ନିମିତ୍ତ ବହୁବର୍ଷ ହେଲା ସମଗ୍ର ବରଗଡ଼ ଜିଲ୍ଲାରେ ସାମୁହିକ ରକ୍ତ ନମୁନା ସଂଗ୍ରହ ସାଙ୍ଗକୁ ଔଷଧ ସେବନ କାର୍ଯ୍ୟକ୍ରମ ଚାଲି ଆସୁଛି। ଚଳିତ ବର୍ଷ ମଧ୍ୟ ସାମୁହିକ ଔଷଧ ସେବନ ପୂର୍ବରୁ ରାତ୍ର ସମୟରେ ରକ୍ତ ନମୁନା ସଂଗ୍ରହ କରିବାର ରୋଡମେପ ପ୍ରସ୍ତୁତ କରାଯାଇଛି। ଏହି ଆଧାରରେ ବିଜେପୁର ବ୍ଲକରେ ସର୍ବମୋଟ ଚାରୋଟି ସ୍ଥାନ ଯଥାକ୍ରମେ ବିଜେପୁର,ଅର୍ଡା ବାଉଁଶପଲା ଏବଂ ପଡ଼ା ଠାରେ ପର୍ଯ୍ୟାୟ କ୍ରମେ ନାଇଟ ବ୍ଲଡ଼ ସର୍ଭେ କରିବାର ଯୋଜନା ରହିଛି ବୋଲି ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସୁଦାମ ଚରଣ ପାଣିଗ୍ରାହୀ ଆମ ବରଗଡ଼ ପ୍ରତିନିଧିଙ୍କୁ ଜଣାଇଛନ୍ତି।ଯୋଜନା ମୁତାବକ ତା୨୯.୦୩.୨୦୨୫ରିଖ ଅର୍ଡା ଗ୍ରାମରେ ସର୍ବମୋଟ ୩୦୦ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଅଛି। ପରବର୍ତ୍ତୀ ସମୟରେ ଅର୍ଥାତ୍ ତା୩୧.୦୩.୨୦୨୫ରିଖରେ ନିକଟସ୍ଥ ବାଉଁଶପଲା ଗ୍ରାମ ଠାରେ ତା୦୧.୦୪.୨୦୨୫ରିଖ ବିଜେପୁର ସହରରେ,ତା୦୨.୦୪.୨୦୨୫ରିଖ ପଡ଼ା ଗ୍ରାମରେ ଫାଇଲେରିଆ ରୋଗ ନିରାକରଣ ପାଇଁ  ରାତ୍ର ସମୟରେ ରକ୍ତ ନମୁନା ସଂଗ୍ରହ କରାଯିବ ବୋଲି ସି.ଏଚ.ସି ପକ୍ଷରୁ କୁହା ଯାଇଅଛି।ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆହ୍ବାନ କରା ଯାଉଅଛି।ଅର୍ଡା ଗ୍ରାମରେ ଅନୁଷ୍ଠିତ ହୋଇଥିବା ରାତ୍ରୀ ରକ୍ତ ନମୁନା ସଂଗ୍ରହ ପରିପ୍ରେକ୍ଷୀରେ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସୁଦାମ ଚରଣ ପାଣିଗ୍ରାହୀ ଲୋକ ମାନଙ୍କୁ  ସମ୍ପର୍ଣ୍ଣ ସହଯୋଗ ତଥା ସମସ୍ତ ହିତାଧିକାରୀ ମାନଙ୍କ ରକ୍ତ ନମୁନା ସଂଗ୍ରହ କରିବାରେ ଉତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁର ପକ୍ଷରୁ ସୁପରଭାଇଜର ରଞ୍ଜିତ ବେହେରା,ଅମିତ କୁମାର ସାହୁ,କୁମର ସାହୁ,ଲେବରୋଟାରୀ ଟେକନିସିଆନ ପ୍ରଦୀପ ରାଉତ,ସିଏଚଓ ଉମାକାନ୍ତ ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ ସୁବଳୟା ସା, ଆଶାକର୍ମୀ ମିନାକ୍ଷୀ ନନ୍ଦ, ଅଙ୍ଗନବାଡ଼ି କର୍ମୀ ପାର୍ବତୀ କୁମ୍ଭାର,ହେଲପର ବିକାସିନୀ ଅମରୀ ଏବଂ ମୁକ୍ତା ପଟେଲ ଉପସ୍ଥିତ ରହି ସକ୍ରିୟ ଭାବେ ସହଯୋଗ କରିଥିଲେ।ଶେଷରେ ଡ଼ା.ମେହେର କାର୍ଯ୍ୟରତ ସମସ୍ତ କର୍ମୀ ତଥା ଗ୍ରାମବାସୀଙ୍କୁ  ସହଯୋଗ ପାଇଁ  ସାଧୁବାଦ୍ ଜଣାଇଥିଲେ

0
0
0
s2sdefault