ଡୁଙ୍ଗୁରିପାଲି ଆର୍.ଏମ୍.ସି ରେ ଅନ୍ତୋଦୟ ଗୃହ ଯୋଜନା ହିତାଧୁକାରୀଙ୍କୁ କାର୍ଯ୍ୟାଦେଶ ବଂଟନ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର , ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ଆଜି ଡିଜିଟାଲ ମଧ୍ୟ୍ୟ ମରେ ଓଡିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଅନ୍ତୋଦୟ ଗୃହ ଯୋଜନା ଶୁଭାରମ୍ଭ ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ର ରିସିଗାଁ ରୁ ଉଦଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅଜି ପୂର୍ବାହ୍ନ ୧୦ ଟାରେ ଡୁଙ୍ଗୁରିପାଲି ଆର୍.ଏମ୍.ସି ଠାରେ ପଞ୍ଚାୟତ ସମିତି ଡୁଙ୍ଗୁରିପାଲି ଏବଂ ପଞ୍ଚାୟତିରାଜ ପାନୀୟ ଜଳ ଯୋଗାଣ ବିଭାଗ ର ମିଳିତ ଆନୁକୂଲ୍ୟରେ ଓଡିଶା ସରକାର ଙ୍କ ଦ୍ଵାରା ଏଲ.ଏ.ଡି ମାଧ୍ୟମରେ ପ୍ରଧାନ ମନ୍ତ୍ରୀ ମନ୍ କି ବାତ୍ ଅନ୍ତୋଦୟ ଗୃହ ଯୋଜନାର ସିଧା ପ୍ରସାରଣ କରାଯାଇଥିଲା । ଏଥୁରେ ଡୁଙ୍ଗୁରିପାଲି ବି.ଡି.ଓ ଦିଲ୍ଲିପ କୁମାର ବାଡା, ବ୍ଲଢ ଅଧ୍ଯକ୍ଷା ଅହଲ୍ୟା ସାହୁ, ଉପାଧ୍ୟକ୍ଷ ବେଲାର ସାହୁ ଡୁଙ୍ଗୁରିପାଲି ଜିଲ୍ଲା ପରିଷଦ ସଭ୍ୟା ମଞ୍ଜୁଶ୍ରୀ ମାଝୀ, ଥାନା ଅଧିକାରୀ ସତ୍ୟନାରାୟଣ ପଧାନ ଓ ସାଂସଦ ପ୍ରତିନିଧୁ ହେମନ୍ତ ବିଶ୍ଵାଲ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଳକର ପ୍ରତ୍ୟେକ ପଞ୍ଚାୟତର ଯୋଗ୍ୟ ହିତାଧିକାରୀ ମାନଙ୍କୁ ମଂଚକୁ ଡାକି ଅନ୍ତୋଦୟ ଆବାସ ଯୋଜନାର କାର୍ଯ୍ୟାଦେଶ ବଂଟନ କରାଯାଇଥିଲା । ଡୁଙ୍ଗୁରିପାଲି ବ୍ଲକର ୨୬ ଟି ପଂଚାୟତରୁ ୩୭୭ ଜଣ ହିତାଧୁକାରୀଙ୍କୁ କାର୍ଯ୍ୟାଦେଶ ବଂଟନ କରାଯାଇଥିବା ବେଳେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ନିର୍ମାଣାଧୁନ ରହିଥିବା ୨୬୦ ହିତାଧୁକାରୀଙ୍କୁ ଚେକ୍ ପ୍ରଦାନ କରାଯାଇଥିଲା । ପୁନଶ୍ଚ ମନରେଗା ଯୋଜନାରେ ୧୦୦ ଦିନ କାର୍ଯ୍ୟ ଦିବସ ସଂପୂର୍ଣ କରିଥିବା ୭୨ ଜଣ ହିତାଧୁକାରୀଙ୍କୁ ଚେକ୍ ପ୍ରଦାନ କରାଯାଇଥିଲା । ଏହି ହିସାବରେ ସର୍ବମୋଟ ୭୦୯ ହିତାଧୁକାରୀ ଉପକୃତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଡୁଙ୍ଗୁରିପାଲି ବ୍ଲକ ବି.ପି.ସି ଅତୁଲ୍ୟ କୁମାର ସାହୁ ଏବଂ ମୁଖ୍ୟ କିରାଣୀ କରୁଣା ସାଗର ପାତ୍ର ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ପି.ଇ.ଓ. ଓ ମହିଲା ସ୍ବୟଂ ସହାୟକ ଗୋଷ୍ଠୀ ସମେତ ବ୍ଳକର କାର୍ଯ୍ୟରତ ସମସ୍ତ କର୍ମରୀ ଉପସ୍ଥିତ ରହିଥିଲେ ।

0
0
0
s2sdefault