ମୁଖ୍ୟମନ୍ତ୍ରୀଙ୍କ କରକମଳରେ"ଅନ୍ତ୍ୟୋଦୟ ଗୃହ ଯୋଜନା "ର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ନବରଙ୍ଗପୁର ରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ


ନବରଙ୍ଗପୁର ତା ୩୦.୩.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ, ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଦ୍ଵାରା ଆୟୋଜିତ"ଅନ୍ତ୍ୟୋଦୟ ଗୃହ ଯୋଜନା" ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ହିତାଧିକାରୀଂକୁ ଗୃହ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି।କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ" ଅନ୍ତ୍ୟୋ ଦୟ ଗୃହ ଯୋଜନା" ର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସାଇ କଲ୍ୟାଣ ମଣ୍ଡପ ଠାରେ ଏହି ଯୋଜନାର ସିଧା ପ୍ରସାରଣ ଉପସ୍ଥିତ ଜିଲ୍ଲା ର ସମସ୍ତ ଅନ୍ତ୍ୟୋଦୟ ଗୃହ ଯୋଜନା ର ହିତାଧିକାରୀ ଙ୍କ ସହିତ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ମଞ୍ଚରେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ, ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ , ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଯଦୁମଣି ନାୟକ , ନବରଙ୍ଗପୁର ବି ଡି ଓ ସୁନୀଲ ଖରା ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ। ମାନ୍ୟବର ମନ୍ତ୍ରୀ ଏବଂ ବିଧାୟକ ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ଏହି "ଅନ୍ତ୍ୟୋଦୟ ଗୃହ ଯୋଜନା" ନିଶ୍ଚିତ ଭାବେ ଗରିବ ଏବଂ ନିମ୍ନ ଆୟ ବର୍ଗ ଲୋକମାନଙ୍କ ପାଇଁ ମୁଣ୍ଡକୁ ଛାତ ଯୋଗାଇବାର ଏକ ଅଭିନବ ପଦକ୍ଷେପ ଏବଂ ଏଥିପାଇଁ ନବରଙ୍ଗପୁର ଜିଲ୍ଲାର ଆଜି ୨୦୬୨ ଜଣଙ୍କୁ ଗୃହ କାର୍ଯ୍ୟାଦେଶ ପ୍ରଦାନ କରାଯାଉଥିବା ପଦକ୍ଷେପ ପକ୍କା ଘର ଆଶକୁ ପୂର୍ଣ୍ଣ କରିଛି ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଓ ଅନ୍ୟ ଅତିଥି ଗଣ ନବରଙ୍ଗପୁର ବ୍ଲକର ୧୩ ଟି ପଞ୍ଚାୟତର ୧୩୫ ଜଣ ସହ ତେନ୍ତୁଳିଖୁଣ୍ଟି ବ୍ଲକ କୁକୁଡ଼ାବାଇ ପଞ୍ଚାୟତ ର ୧୦ ଜଣ , ନନ୍ଦାହାଣ୍ଡି ବ୍ଲକ ର ପଡ ଲଗୁଡ଼ା ପଞ୍ଚାୟତ ର ୧୦ ଜଣ ଏଭଳି ୧୫୫ ଜଣଙ୍କୁ ଗୃହ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ।
ରାଜ୍ୟ ସରକାରଙ୍କ ୭୫୫୦ କୋଟି ବ୍ୟୟ ବରାଦ ଏହି ଯୋଜନା ମାଧ୍ୟମରେ ତିନି ବର୍ଷ ମଧ୍ୟରେ ୨,୨୫,୦୦୦ ଲୋକଙ୍କୁ ପକ୍କା ଘର ଯୋଗାଇଦେବାର ନିଶ୍ଚୟ କରିଛନ୍ତି।୨୫ ବର୍ଗ ମିଟର ପରିଧିର ପକ୍କା ଘର ନିର୍ମାଣ ପାଇଁ ୧,୨୦,୦୦୦ ଟଙ୍କା ର ଆର୍ଥିକ ସହାୟତା ଦିଆଯିବ।" ପୂରଣ ହେବ ପକ୍କାଘର ଆଶା ବିକଶିତ ହେବ ଆମ ଓଡ଼ିଶା" ଆଭିମୁଖ୍ୟ ରେ ଦୃଢ ପରିକର ରାଜ୍ୟ ସରକାର ଏହି ଯୋଜନାରେ ବାସହୀନ ବ୍ୟକ୍ତି ବା କଚା ଘର ରହୁଥିବା ବ୍ୟକ୍ତି, ଦିବ୍ୟାଙ୍ଗ,ସରକାରୀ ଗ୍ରାମୀଣ ଗୃହ ଯୋଜନା ରେ ବାଦ ପଡିଥିବା ନିମ୍ନ ଆୟ କରୁଥିବା ବ୍ୟକ୍ତି,ଜଙ୍ଗଲ ଅଧିକାର ଆଇନ ୨୦୦୬ ହିତାଧିକାରୀ, ପ୍ରାକୃତିକ ବିପର୍ଯ୍ୟୟ,ସରକାରୀ ପ୍ରକଲ୍ପ , ଅଭୟାରଣ୍ୟ, ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ରେ ରହୁଥିବା ଏବଂ ସ୍ଥାନାନ୍ତରିତ ପ୍ରକ୍ରିୟାରେ ସାମିଲ ବ୍ୟକ୍ତି ,ସହିଦ , କୁଷ୍ଠ ରୋଗରୁ ମୁକ୍ତି ପାଇଥିବା,ଓ ଅନ୍ୟାନ୍ୟ ସରକାରୀ ଧାର୍ଯ୍ୟ ଯୋଗ୍ୟତା ଗାଇଡ ଲାଇନ ଅନୁଯାୟୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ।
ଆଜି ଏହି ଅବସର ରେ ସମସ୍ତ ବ୍ଲକରେ ଏହି ସିଧା ପ୍ରସାରଣ କାର୍ଯ୍ୟକ୍ରମ କରାଯାଇ ହିତାଧିକାରୀଙ୍କୁ ଗୃହ କାର୍ଯ୍ୟାଦେଶ ପ୍ରଦାନ କରଯାଇଥିଲା। ଚନ୍ଦାହାଣ୍ଡି ବ୍ଲକ ରେ ୭୯, ଡ଼ା ବୁ ଗାଁ ବ୍ଲକ ରେ ୬୬ ଜଣ, ଝରିଗାଁ ବ୍ଲକ୍ ରେ ୧୯୨ ଜଣ, କୋଶଗୁମୁଡ଼ା ରେ ୩୮୧ ଜଣ,ନବରଙ୍ଗପୁର ବ୍ଲକରେ ୧୩୫ ଜଣ, ନନ୍ଦାହାଣ୍ଡି ବ୍ଲକରେ ୭୪ ଜଣ, ପାପଡ଼ାହାଣ୍ଡି ବ୍ଲକ ରେ ୪୧୬ ଜଣ, ରାଇଘର ବ୍ଲକ୍ ରେ ୩୨୯ ଜଣ, ତେନ୍ତୁଳିଖୁଣ୍ଟି ବ୍ଲକ ରେ ୧୧୮ ଜଣ, ଉମରକୋଟ ବ୍ଲକ୍ ରେ ୨୭୨ ଜଣ ଏଭଳି ମୋଟ ୨୦୬୨ ଜଣଙ୍କୁ ଗୃହ କାର୍ଯ୍ୟାଦେଶ ପ୍ରଦାନ କରଯାଇଥିଲା।କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ,ପି ଆର୍ ଆଇ ସଭ୍ୟ, ଡି ଏସ ଏସ ଓ ସୁଧାଂଶୁ ପାତ୍ର, ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା ଙ୍କ ସହ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଜରୁରୀକାଳୀନ ଶାଖା ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ପଟ୍ଟନାୟକ ସଭା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

0
0
0
s2sdefault