ଛେଲିଆମାଲ ଉ ପ୍ରା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଛେଲିଆମାଳ ଉ ପ୍ରା ବିଦ୍ୟାଳୟରେ ଶୁକ୍ରବାର ଦିନ ବାର୍ଷିକ ଉତ୍ସବ, ଆମ ଖେଳଣା ଆମ ସଂସ୍କୃତି, ବିଜ୍ଞାନ ଓ ଗଣିତ ମେଳା କାର୍ଯ୍ୟକ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରିତା ନାଗ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ରିତା ନାଗ ଙ୍କ ପ୍ରତକ୍ଷ୍ୟ ତତ୍ତ୍ଵାବଧାନରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ଲଷ୍ମୀ ମାଝୀ ଛେଲିଆମାଳ ଗ୍ରାମ ପଞ୍ଚାୟତ, ସମ୍ମାନିତ ଅତିଥି ଭାବେ ସି. ଆର. ସି ପ୍ରଦ୍ୟୁମ୍ନ ହୋତା, କର୍ଲାପଡା ପ୍ରଧାନ ଶିକ୍ଷକ କ୍ଷତ୍ରୀ କୁମାର ରାଉତ ଶୁଣ୍ଡି ମୁଣ୍ଡା ପ୍ରଧାନ ଶିକ୍ଷକ ସୁକୃ ଯାନୀ ,ଭୁବନା ନନ୍ଦ ନାଏକ, ସତ୍ୟ ବତୀ ମାଝୀ,କୁମାରୀ ବିଶେଶ୍ୱରୀ ଦାସ ଅତିରିକ୍ତ, ସଂଘ୍ ସମ୍ପାଦକ ,ସାମ୍ବାଦିକ ସ୍ଵୟଂ ସହାୟକ ଗୋଷ୍ଠୀ ସଭାପତି , ସମ୍ପାଦିକା , ୱାର୍ଡ ସଭ୍ୟ ପ୍ରମୁଖ ମଞ୍ଚିସିନ ଥିଲେ। ଛାତ୍ର ଛାତ୍ରୀ ଙ୍କୁ ପୁରୁଣା ସଂସ୍କୃତି ସହ ପରିଚିତ ହେବା ସହ ତମାମ ପ୍ରତିଭା ମାନଙ୍କୁ ଅଭିନନ୍ଦନ ସହ ବିଦ୍ୟାଳୟ ର ଉତ୍ତରୋତ୍ତର କାମନା କରିଥିଲେ।
କାର୍ଯ୍ୟକ୍ରମରେ ଗ୍ରାମ ର ବିଦ୍ୟାଳୟ ପରିଚାଳନା କମିଟି, ଗ୍ରାମ ବାସୀ, ଅଭିଭାବକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ପାଞ୍ଚଟି ସାଂସ୍କୃତିକ ନୃତ୍ୟ ଦଳ ଦ୍ବାରା ନୃତ୍ୟ ପରିବେଷଣ ହୋଇଥିଲା। ଉକ୍ତ ସଭା କୁ କୁମାରୀ ବିଶେଶ୍ୱରୀ ଦାସ ପରିଚାଳନା କରିଥିବା ବେଳେ ଭୁବନା ନନ୍ଦ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault