ଭଞ୍ଜନଗର ରେ ବ୍ଲକସ୍ତରୀୟ ଆମ କୁନି ପିଲା ତାଲିମ ଶିବିର ଉଦଯାପିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ବ୍ଲକ ସମନ୍ବିତ ଶିଶୁ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ କଲ୍ୟାଣମଣ୍ଡପ ଠାରେ ବ୍ଲକର ଅଙ୍ଗନବାଡି କର୍ମୀ ମାନଙ୍କୁ ନେଇ ଚାଲିଥିବା ତିନିଦିନିଆ ଆମ କୁନି ପିଲା ତାଲିମ କାର୍ଯ୍ୟକ୍ରମ ଆଜି ଶନିବାର ମାର୍ଚ୍ଚ ମାସ ୨୯ ତାରିଖ ୨୦୨୫ ଦିନ ଉଦଯାପିତ ହୋଇଯାଇଛି। ତିନିଦିନିଆ ଏହି ତାଲିମ ଶିବିର ରେ ଛୋଟ ଛୋଟ ଶିଶୁ ବିଶେଷକରି ନବଜାତକ ରୁ ତିନି ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ମାନସିକ ଓ ବୌଦ୍ଧିକ ବିକାଶ ଦିଗରେ କିଭଳି କାର୍ଯ୍ୟ କରାଯିବ ଓ ଅଙ୍ଗନବାଡି କର୍ମୀ ମାନଙ୍କ କଣ ଭୁମିକା ରହିବ ସେନେଇ ଉପସ୍ଥିତ ଅଙ୍ଗନବାଡି କର୍ମୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ଶନିବାର ଅନ୍ତିମ ଦିବସରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଶ୍ରୀମାନ ଉମାଶଙ୍କର ବେହେରା ଯୋଗଦେଇ ତାଲିମ ର ବୈଶିଷ୍ଟ୍ୟ ଏବଂ ଅଙ୍ଗନବାଡି କର୍ମୀ ମାନଙ୍କର କର୍ତ୍ତବ୍ୟ ବାବଦରେ ନିଜର ବକ୍ତବ୍ୟ ରଖିଥିଲେ।ଏହା ସହ କୋମଳମତି ଶିଶୁ ମାନଙ୍କର ଲାଳନପାଳନ ସହ ସ୍ବାସ୍ଥ୍ୟଗତ ଏବଂ ମାନସିକ ବିକାଶ ପାଇଁ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ଉପଜିଲ୍ଲାପାଳ ଶ୍ରୀ ବେହେରା ଉପସ୍ଥିତ ଅଙ୍ଗନବାଡି କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସିଡିପିଓ ମିଲିମା କୁମାରୀ ପଣ୍ଡା,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର ଅଙ୍ଗନବାଡି କର୍ମୀ ଙ୍କ କର୍ତ୍ତବ୍ୟ ବାବଦରେ କହିଥିଲେ। ଏହା ପୁର୍ବରୁ ଶୁକ୍ରବାର ଦିନ ବ୍ରହ୍ମପୁର ଓ୍ବାନଷ୍ଟପ୍ ସେଣ୍ଟର ଓ ଶକ୍ତି ସଦନ କେନ୍ଦ୍ରର ମହେଶ୍ବେତା ପାଢ଼ୀ,ସୌଦାମିନୀ ସାହୁ, ୟୈଶର୍ଯ୍ୟା ସାବତ,ଲିପ୍ସା ରାଣି ଦାସ,ଆଶକିଲା ରାଇକା ପ୍ରମୁଖ ଯୋଗଦେଇ ଉପସ୍ଥିତ ଅଙ୍ଗନବାଡି କର୍ମୀ ଙ୍କୁ ଏ ବାବଦରେ ତାଲିମ ଦେଇଥିଲେ।ଏହା ସହ ବଳାତ୍କାର,ଅପହରଣ,ପାରିବାରିକ ହିଂସା,ଏସିଡ୍ ଆକ୍ରମଣ, ଯୌନ ଉତ୍ପୀଡନ,ମହିଳା ଚାଲାଣ, ଶିଶୁ ଯୌନ ଉତ୍ପୀଡନ,ବାଲ୍ୟ ବିବାହ,ସାଇବର କ୍ରାଇମ,ଯୌତୁକ ନିର୍ଯାତନା ଓ ମୃତ୍ୟୁ ସମେତ ଅନ୍ୟାନ୍ୟ ହିଂସା ର ମନସ୍ତାତ୍ତ୍ବିକ ଓ ସାମାଜିକ ପରାମର୍ଶ ଏବଂ ଡାକ୍ତରୀ,ପୋଲିସ ଓ ଆଇନଗତ ଭଳି ଅନ୍ୟ ଯେକୌଣସି ସହାୟତା ବାବଦରେ ପରାମର୍ଶ ଦେଇଥିଲେ।ତିନିଦିନିଆ ଏହି ତାଲିମ ଶିବିରରେ ବ୍ଲକର ସମସ୍ତ ସେକ୍ଟର ସୁପରଭାଇଜର ଉପସ୍ଥିତ ରହି ତାଲିମ ଶିବିର ପରିଚାଳନା ରେ ସହଯୋଗ କରିଥିଲା ବେଳେ ଅନ୍ତିମ ଦିବସର ଶେଷରେ ସୁପରଭାଇଜର ଭାଗ୍ୟଲତା ବେହେରା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault