ହେଡଲାଇନସ୍:

ଟିପିଡବ୍ଲୁଓଡିଏଲ୍ ଦ୍ୱାରା ଖରିଆରଠାରେ ନୂତନ ସବ୍-ଷ୍ଟୋର୍ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୁର୍ଲା/ନୂଆପଡା, ୨୧-୦୩-୨୦୨୫:ଟିପିଡବ୍ଲୁଓଡିଏଲ୍ ଦ୍ୱାରା ନୂଆପଡା ଜିଲ୍ଲା ଅନ୍ତର୍ଗତ ଖରିଆରଠାରେ ଏକ ନୂତନ ସବ୍-ଷ୍ଟୋରର ଉଦଘାଟନ୍ କରାଯାଇଅଛି । ଏହି ସବ୍-ଷ୍ଟୋର୍ ପ୍ରତିଷ୍ଠା ନୂଆପଡ଼ା ଜିଲ୍ଲାରେ ବିଦ୍ୟୁତ୍ ଭିତ୍ତିଭୂମିର ସୃଦୃଢିକରଣ ତଥା ଯଥାଶୀଘ୍ର ବିଦ୍ୟୁତ୍ ସେବାର ପୁନଃରୁଦ୍ଧାର ଦିଗରେ ଟିପିଡବ୍ଲ୍ୟୁଓଡିଏଲର ପ୍ରତିବଦ୍ଧତାରଏକ ଅଂଶବିଶେଷ ।

ଖରିଆର୍ ଠାରେ ପ୍ରତିଷ୍ଠା ହୋଇଥିବା ଏହି ସବ୍-ଷ୍ଟୋରଟି ପ୍ରାୟ 100 କିଲୋମିଟର ଦୂର ବଲାଙ୍ଗିର କିମ୍ବା କେସିଙ୍ଗାଠାରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରିବାର ଆବଶ୍ୟକତାକୁ ଦୂର କରିବ ।ଯାହା ବିଦ୍ୟୁତ୍ ସେବା ବ୍ୟାହତ ଅବଧିକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିବ । ଏହି ନୂତନ ସବ୍-ଷ୍ଟୋରଟି ନୂଆପଡ଼ା ଜିଲ୍ଲାରେ ବିଦ୍ୟୁତ୍ ଯୋଗାଣର ନିର୍ଭରଯୋଗ୍ୟତା ବୃଦ୍ଧି କରିବା ଦିଗରେ ଟିପିଡବ୍ଲ୍ୟୁଓଡିଏଲର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଗତକାଲି (ତା: 20.03.2025 ରିଖ) ଦିନ ଏହି ସବ୍-ଷ୍ଟୋରର ଉଦଘାଟନ କରିବା ଅବସରରେ ଟିପିଡବ୍ଲୁଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ପ୍ରକାଶ କରିଛନ୍ତି ଯେ, ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବାର ଗୁରୁତ୍ୱ ଆମେ ବୁଝିଥାଉ । ଏହି ସବ-ଷ୍ଟୋରର ପ୍ରତିଷ୍ଠା ଆମର ଗ୍ରାହକମାନଙ୍କ ଆବଶ୍ୟକତା ପ୍ରତି ଏକ ସିଧାସଳଖ ପ୍ରତିକ୍ରିୟା। ଖରିଆରକୁ ଅତ୍ୟାବଶ୍ୟକ ସାମଗ୍ରୀ ଆଣି, ଆମେ କେବଳ ସୁବିଧାରେ ଉନ୍ନତି ଆଣୁନାହୁଁ ବରଂ ସବୁଠାରୁ ଅଧିକ ଆବଶ୍ୟକ ହେଲେ ବିଦ୍ୟୁତ୍ ଶକ୍ତିର ଦ୍ରୁତ ପୁନଃସ୍ଥାପନ ମଧ୍ୟ ସୁନିଶ୍ଚିତ କରୁଛୁ ।

0
0
0
s2sdefault