ହେଡଲାଇନସ୍:

ରାଜ୍ୟରେ ଜୁନ୍ ୨୦୨୪ ରୁ ଫେବ୍ରୁଆରୀ ୨୦୨୫ ମଧ୍ୟରେ ନୂତନ କରି ୮୦୪ ଜଣ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ପାଇଁ ଆବେଦନ କରିଛନ୍ତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଧାନସଭାରେ ଉଠିଲା ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ପ୍ରସଙ୍ଗ: ଉପାସନାଙ୍କ ପ୍ରଶ୍ନର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମା ପ୍ରସଙ୍ଗକୁ ବିଧାନସଭାରେ ଉଠାଇଛନ୍ତି ବ୍ରହ୍ମଗିରି ବିଧାୟକ ଶ୍ରୀମତୀ ଉପାସନା ମହାପାତ୍ର । ରାଜ୍ୟରେ ଜୁନ୍ ୨୦୨୪ ରୁ ଫେବ୍ରୁଆରୀ ୨୦୨୫ ମଧ୍ୟରେ କେତେଜଣ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ପାଇଁ ଆବେଦନ କରିଛନ୍ତି, କେତେ ଆବେଦନ ଅନୁମୋଦନ ହୋଇଛି ଏବଂ କେତେଜଣ ସ୍ୱାସ୍ଥ୍ୟକାର୍ଡ ପାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କଠାରୁ ତାହାର ତାଲିକା ମାଗିଥିଲେ । କେତେ ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଛି କିମ୍ବା ଅଟକାଇ ଦିଆଯାଇଛି ତାହାର କାରଣ ମଧ୍ୟ ଜାଣିବାକୁ ଚାହିଁଥିଲେ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉତ୍ତରରେ କହିଛନ୍ତି ଯେ ରାଜ୍ୟରେ ଜୁନ୍ ୨୦୨୪ ରୁ ଫେବ୍ରୁଆରୀ ୨୦୨୫ ମଧ୍ୟରେ ନୂତନ କରି ୮୦୪ ଜଣ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ପାଇଁ ଆବେଦନ କରିଛନ୍ତି । ସେମାନଙ୍କ ଦରଖାସ୍ତ ଗୁଡ଼ିକ ପ୍ରକ୍ରିୟାକରଣ କରାଯାଉଛି । ଏକକ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟରେ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାର ତଥ୍ୟ ସହ ମେଳ କରାଯାଇ ଏ ସଂକ୍ରାନ୍ତରେ ପଦକ୍ଷେପ ନିଆଯାଉଥିବାରୁ ନୂତନ କରି ଆବେଦନ କରିଥିବା ସାମ୍ବାଦିକଙ୍କୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇନାହିଁ ।

0
0
0
s2sdefault