ବାସୁଦେବପୁର ବ୍ଲକ ଅନ୍ତର୍ଗତ ୟୁଥ୍ କ୍ଳବ୍ କିଆପଡା ଚମ୍ପିୟାନ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ବିନାୟକପୁର ପଞ୍ଚାୟତର ମା ଅଙ୍କୁଡେଶ୍ବରୀ ପ୍ରଥମ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି ଏହି ଖେଳରେ କିଆପଡାର ୟୁଥ କ୍ଲବ , ଖାନ ସ୍ପୋର୍ଟିଙ୍ଗ ସାବରପୁର କୁ ହରାଇ ଚମ୍ପିୟାନ ହୋଇଛି। ଫାଇନାଲ ଖେଳ ରେ ତିନୋଟି ମ୍ୟାଚ୍ ଆୟୋଜନ ହେବାକୁ ଥିବା ବେଳେ ଦୁଇଟି ଲଗାତାର ମ୍ୟାଚ୍ ରେ ବିଜୟ ଲାଭ କରି ଚମ୍ପିୟାନ ହୋଇପାରିଥିଲା କିଆପଡା ଟିମ୍।ମ୍ୟାନ ଅଫ ଦ ମ୍ୟାଚ ହୋଇ ଥିଲେ ସତ୍ୟ ରଞ୍ଜନ ମଲ୍ଲିକ ଓ ମ୍ୟାନ ଅଫ ଦ ସିରିଜ ହୋଇ ଥିଲେ ସୁଲେମନ | ଖେଳ ପରିଚାଳନା କରି ଥିଲେ ଆମ୍ପୟାର ରଞ୍ଜନ ପଲେଈ ଓ ଚନ୍ଦନ ବିନ୍ଧାଣି | ଏହି ଖେଳରେ ମୁଖ୍ୟ ଅଥିତି ଭାବେ ଯୋଗ ଦେଇ ଥିଲେ ବାସୁଦେବପୁର ର ବ୍ଲକ ଅଧକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ | ସେ ଉଭୟ ଦଳକୁ ଟ୍ରଫି ଓ ଆର୍ଥିକ ରାଶି ପୁରସ୍କାର ବିତରଣ କରି ଥିଲେ |ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ ରମାକାନ୍ତ ଦାସ, ରାଜେନ୍ଦ୍ର ବାରିକ୍, ଖଗେନ୍ଦ୍ର ମଲିକ,। ଧାରା ବିବରଣୀ ପ୍ରଦାନ କରିଥିଲେ ରାକେଶ ବେହେରା। ଖେଳ ଟିକୁ କ୍ଳବ୍ ର ସଦସ୍ୟ ମାନେ ଉପସ୍ଥିତ ରହି ସଫଳ କରାଇ ଥିଲେ।