ହେଡଲାଇନସ୍:

ବିଶ୍ବହିନ୍ଦୁ ପରିଷଦର ସଂଭାଗ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 


ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରେ ବିଶ୍ବହିନ୍ଦୁ ପରିଷଦର ସଂଭାଗ ସ୍ତରୀୟ ବୈଠକ ରେ ଉକ୍ତ ସଂଗଠନର ଆଦରଣୀୟ ସମସ୍ତ ଦେବଦୁର୍ଲ୍ଲଭ କାର୍ଯ୍ୟକର୍ତ୍ତା ବନ୍ଧୁ ମାନେ ଯୋଗଦାନ କରିଥିବାର ଦେଖାଦେଇଛି। ଆଜି ଅର୍ଥାତ୍ ମାର୍ଚ୍ଚ ମାସ ୧୯ ତାରିଖ ବୁଧବାର ୨୦୨୫ ଦିନ ଘୁମୁସର ଜିଲ୍ଲା ଅନ୍ତର୍ଗତ ଭଞ୍ଜନଗର ବ୍ଳକ୍ ରୋଡ଼ ଠାରେ ଥିବା ଗୋଷ୍ଟି ଉନ୍ନୟନ କେନ୍ଦ୍ର (କଲ୍ୟାଣ ମଣ୍ଡପ) ଠାରେ ବିଶ୍ବହିନ୍ଦୁ ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ନେଇ ବିଶ୍ବହିନ୍ଦୁ ପରିଷଦର ସଭାଂଗ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଆଜିର ଏହି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ, ଆନନ୍ଦ ଗୋଶାଳା ଟ୍ରଷ୍ଟୀ ତଥା ବ୍ୟାଘ୍ରାମ୍ବର ମଠର ମଠାଧୀଶ (କରଚୁଲି) ଶ୍ରୀ ସତ୍ୟାନନ୍ଦ ଗିରି ମହାରାଜ। ମୁଖ୍ୟବକ୍ତା ରୁପେ ସଂଗଠନ ସମ୍ପାଦକ ଓଡ଼ିଶା ପୂର୍ବ ପ୍ରାନ୍ତ ର ଶ୍ରୀ ଶରତ ପ୍ରଧାନ ଯୋଗଦାନ କରିଥିଲେ। ପରେ ପରେ ହନୁମାନ ଚାଳିଶା, ଶ୍ରୀରାମ ସ୍ରୋତ ପାଠ ପରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ସମସ୍ତ ମଞ୍ଚାସିନ ଅତିଥି ମାନଙ୍କୁ ଉପଢ଼ୌକନ ଦେଇ ସ୍ଵାଗତ କରାଯାଇଥିଲା। ଆଜିର ବୈଠକରେ ସଭାପତିତ୍ବ କରିଥିଲେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମୁରଲୀଧର ପଣ୍ଡା। ଏହା ସହିତ ସମସ୍ତ ବରିଷ୍ଠ ସଦସ୍ୟ ଙ୍କ ପରିଚୟ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଶ୍ରୀ ଶାନ୍ତନୁ କୁମାର ସ୍ଵାଇଁ,ସହ ସମ୍ପାଦକ ଓଡ଼ିଶା ପୂର୍ବ ପ୍ରାନ୍ତ, ଶ୍ରୀ ଅରୁଣ କୁମାର ପାଢ଼ୀ ସହ ସମ୍ପାଦକ ଓଡ଼ିଶା ପୂର୍ବ ପ୍ରାନ୍ତ, ଶ୍ରୀ ଦାସରଥି ତ୍ରିପାଠୀ ମଳାସ ପଦର ଲକ୍ଷ୍ମୀନୃସିଂହ ମଠର ମଠାଧୀଶ, ଶ୍ରୀ କାମଦେବ ପ୍ରଧାନ ଫୁଲବାଣୀ ଘୁମୁସର ବିଭାଗ ସମ୍ପାଦକ, ଶ୍ରୀ ନରେନ୍ଦ୍ର ଜାନି ଗଞ୍ଜାମ ଓ ଗଜପତି ବିଭାଗ ସମ୍ପାଦକ, କାଦଲୁଣ୍ଡି ମଠ ଓ ମହେନ୍ଦ୍ରଗିରି ଆଶ୍ରମରୁ ଦୁଇଜଣ ସନ୍ଥ, ଶ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ ଫୁଲବାଣୀ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ଜିଲ୍ଲା ସଭାପତି, ଶ୍ରୀ ସୁଧିର କୁମାର ନାୟକ ଘୁମୁସର ଜିଲ୍ଲା ସଭାପତି, ଘୁମୁସର ଜିଲ୍ଲା ସମ୍ପାଦକ ଶ୍ରୀ ବଟକୃଷ୍ଣ ପଣ୍ଡା ଓ ଶ୍ରୀ ରାଜିବ ଖାଡଙ୍ଗା ବଜରଙ୍ଗ ଦଳ ପ୍ରାନ୍ତ ସହ ସଂଯୋଜକ ଉପସ୍ଥିତ ଥିଲେ।
ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ କାର୍ଯ୍ୟକ୍ରମ ର ଉଦେଶ୍ୟ ସମ୍ଵନ୍ଧରେ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଘରେ ଘରେ ଜଗନ୍ନାଥ ଓ ଘରେ ଘରେ ଭାଗବତ ର ପ୍ରଚାର ପ୍ରସାର କରିବା ପାଇଁ ଜନଜାଗରଣ ସୃଷ୍ଟି କରିବା ସହିତ ହିନ୍ଦୁ ସଂଗଠନ କାର୍ଯ୍ୟକର୍ତ୍ତା ଙ୍କ କାର୍ଯ୍ୟ ଶୈଳୀରେ ଗତିଶୀଳ ଆଣିବା ଥିଲା ଲକ୍ଷ। ବିଶେଷ ଭାବରେ ଗୋମାତା ର ସୁରକ୍ଷା, ମଠ, ମନ୍ଦିର ଜମିର ସୁରକ୍ଷା ସହିତ ଗୋଚାରଣ ଜମିକୁ ମୁକ୍ତ କରିବା ପାଇଁ ସମସ୍ତ ହିନ୍ଦୁ ସଂଗଠନ ଏକତ୍ରିତ ହୋଇ ଲକ୍ଷ ହାସଲ କରିବେ। ଆସନ୍ତା ୨୧ ତାରିଖ ରେ ଭୁବନେଶ୍ୱର ଲୋଏର୍ ପି ଏମ୍ ଜି ଛକରେ ଲକ୍ଷ ଲକ୍ଷ ହିନ୍ଦୁ ଧାର୍ମିକ ସଂଗଠନ ଏକତ୍ରିତ ହେବେ । କାରଣ ସରକାର ଯେଉଁ ଗୋ ରକ୍ଷା ଆଇନ୍ ଆଣିଛନ୍ତି ତାକୁ ସମର୍ଥନ ଜଣାଇଛନ୍ତି। ବୈଠକ ଓ ସତସଙ୍ଗ ମାଧ୍ୟମରେ ବିଭିନ୍ନ ମାତୃ ସଂଗଠନ, ଦୁର୍ଗା ବାହିନୀ କୁ ମଧ୍ୟ ଜାଗ୍ରତ କରାଯାଇ ପ୍ରତି ଗ୍ରାମରେ ଲକ୍ଷ୍ମଣ ରେଖା ଟଣା ଯିବ। ଯେପରିକି କୈାଣସି ଗ୍ରାମରେ ବାଗ୍ଂଲାଦେଶି ରୋହିଗ୍ୟାଂ ମୁସଲମାନ ଅନୁପ୍ରବେଶକାରୀ ପ୍ରବେଶ ନ କରିପାରିବେ। କାରଣ ସେମାନେ ସେହି ଅନୁପ୍ରବେଶକାରୀ ଆମ ଦେଶର ଶାନ୍ତ ବାତାବରଣକୁ ଅଶାନ୍ତ କରି ପିଠିରେ ଛୁରୀ ଭୁଷି ଥାନ୍ତି। ସେଥିପାଇଁ ସମସ୍ତ ସୁଚିନ୍ତିତ ବିଧିବଦ୍ଧ ଯୋଜନା ଗ୍ରହଣ କରିବା ଏହାର ଉଦେଶ୍ୟ। ଘୁମୁସର ଉପଖଣ୍ଡ ଭଞ୍ଜନଗର ରେ ଦୀନକୁ ଦିନ ବେଆଇନ୍ ଗୋଚାଲାଣ ବଢ଼ି ଯାଇଛି। ଏହାକୁ ଭଞ୍ଜନଗର ଆରଖି ବାହିନୀ ଦ୍ଵାରା ସମୁଳେ ଉତ୍ପାଟନ କରିବା ପାଇଁ ଦଳେ ବଳେ ପ୍ରୟାସ କରାଯାଇ ବହୁତ ଗୋମାତା ଙ୍କୁ ଅକାଳ ମୃତ୍ୟୁ ରୁ ରକ୍ଷା କରାଯାଇଛି। ତେଣୁ ଆଜିର ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଥାନାଧିକାରୀ ଶ୍ରୀମାନ୍ ଜିବନାନନ୍ଦ ଜେନା, ଏ ଏସ୍ ଆଇ ସୁଶାନ୍ତ କୁମାର ପଟ୍ଟନାୟକ, ଏ ଏସ୍ ଆଇ ସତ୍ୟନାରାୟଣ ମଲ୍ଲିକ, ମୁଖ୍ୟ ଗୃହରକ୍ଷୀ ପି.ହେମନ୍ତ କୁମାର ରାଓ ଓ ସାମ୍ବାଦିକ ଭାଇ ଅମରେନ୍ଦ୍ର କୁମାର ପଟ୍ଟନାୟକ ଙ୍କୁ ସମ୍ମାନିତ କରାଯାଇଥିଲା। କାରଣ ରାତ୍ରିର ଘନ ଅନ୍ଧକାର ରେ ଉଜାଗର ରହି ଗୋମାତା ଙ୍କୁ ବଞ୍ଚାଇବା ରେ ଏମାନଙ୍କ ଭୁମିକା ଗ୍ରହଣୀୟ। କାର୍ଯ୍ୟକ୍ରମ ରେ ଚନ୍ଦ୍ରକାନ୍ତ ଭାଇ, ବୁଲୁ ଭାଇ, ଲୁଲୁ ପଣ୍ଡା, ରାମକୃଷ୍ଣ ଦାସ, ସନ୍ତୋଷ ପାଳ, ନିଳାଦ୍ରୀ ଉଦଣ୍ଡ୍ରା, ସିଲୁ , ଅଜୟ ମହାପାତ୍ର, ବିର ଗୈ।ଡ, ସୁର୍ଯ୍ୟ ପାତ୍ର, ଯଦୁ ନାଥ ପଟ୍ଟନାୟକ, ମାହେଶ୍ୱରୀ, ଗଦା ଧର ସାହୁ, ରିନା ରାଣୀ, ବିଷ୍ଣୁ ପ୍ରିୟା, ମହାଦେବ ସେଠୀ , ତତ୍ ସହିତ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରଖଣ୍ଡ କାର୍ଯ୍ୟକର୍ତ୍ତା ଓ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଆଜିର କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।

0
0
0
s2sdefault