ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରୀ କ୍ଲଷ୍ଟର ଅନ୍ତର୍ଗତ ପଥରଖଣ୍ଡି ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ପରିଚାଳନା କମିଟି ଚେୟାରପର୍ସନ ଫଗୁନୁ ନାଏକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମାଜସେବୀ ଘନଶ୍ୟାମ ପଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷା ହିଁ ସମାଜ ର ପ୍ରାଣ ବୋଲି କହିଥିଲେ l ମୁଖ୍ୟବକ୍ତା ଭାବେ ସିଆରସିସି ରମେଶ ଭୋଇ ଯୋଗଦେଇ ଛାତ୍ରଛାତ୍ରୀ ଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଗ୍ରାମ ର ସହଯୋଗ ଜରୁରୀ ବୋଲି ମତପ୍ରକାଶ କରିଥିଲେ l ସାନନୂଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶଶିଭୂଷଣ ପୁରୋହିତ,ଲୁଡୁକିବେଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁରେଶ ପୂଜାରୀ ସମ୍ମାନିତ ଅତିଥିଭାବେ ମଂଚାସୀନ ଥିଲେ l ଉଦଯାପନୀ ଉତ୍ସବରେ ବ୍ଲକ ଶିକ୍ଷାଧିକାରୀ ଗଣେଷ କିଷାନ ମୁଖ୍ୟ ଅତିଥି,ଇଚ୍ଛାପୁର ସିଆରସିସି ସୁଧାଂଶୁଶେଖର ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇ ମନ ଯୋଗୀ ହୋଇ ପାଠ ପଢି ଉଜ୍ଜ୍ୱଳ ଭବିଷ୍ୟତ ଗଢିବାକୁ ପ୍ରେରଣା ଦେବା ସହ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନକରି ଉତ୍ସାହିତ କରିଥିଲେ l ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାଇବା ସହ ଅତିଥିଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ l ପ୍ରଧାନଶିକ୍ଷକ ଜିତେନ୍ଦ୍ରିୟ ସାହୁ ଅତିଥିପରିଚୟ ପ୍ରଦାନ ଓ ବାର୍ଷିକ ବିବରଣୀ ପଠନ କରିଥିଲେ l ଛିଟକେଲବନ୍ଧଲି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ବ୍ୟାସଦେବ ଭୋଇ ସଭାପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ସଂଯୁକ୍ତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l ସମସ୍ତ ଛାତ୍ରଛାତ୍ରୀ,ପୁରାତନ ଛାତ୍ରଛାତ୍ରୀ,ଏସଏମସି ସଭ୍ୟସଭ୍ୟା ଓ ଅବିଭାବକ ସହଯୋଗ କରିଥିଲେ l ଶିକ୍ଷକ ଶିଶିର ପଧାନ,ସୁନୀଲ ଚିନ୍ଦ୍ରା, ବଳରାମ ନାଏକ, ଛବିଳ ଦଣ୍ଡସେନା, ତେଜରାଜ ବାରିକ ଓ ଚିତ୍ରସେନ ସାହୁ ଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଙ୍କ ମନ ମୋହିଥିଲା l
ରାଜ୍ୟ
ପଥରଖଣ୍ଡି ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ
- Hits: 9