ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ଶ୍ରୀ ଯୋଗେନ୍ଦ୍ର ନିହାଲ ପିତା ସ୍ବର୍ଗୀୟ ବଳଦେବ ନିହାଲ ବୟସ ୨୬ ଗ୍ରାମ ପାଶ୍ଟିକୁଡ଼ି। ସେ ଜୁନାଗଡ଼ ରେଲୱେ ଷ୍ଟେସନ ରେ ଆସିଷ୍ଟାଣ୍ଟ କ୍ୟାରେଜ ଓ ୱାଗନ ରୂପେ କାର୍ଯ୍ୟରତ ଥିଲେ। ସବୁଦିନ ଭଳି ଗତ ତା ୦୭. ୦୩. ୨୫ ଦିନ ନିଜର ଦୈନନ୍ଦିନ କାର୍ଯ୍ୟ ସାରି ଜୁନାଗଡ଼ ରୁ ପାଶ୍ଟିକୁଡ଼ି ମଟର ସାଇକେଲ ଯୋଗେ ନିଜ ଗାଁକୁ ଫେରୁଥିଲେ। ପାଶ୍ଟିକୁଡ଼ି ପୂର୍ବରୁ ବେଲାମାଳ ଟର୍ନିଙ୍ଗ ପାଖରେ ଏକ ଅଜଣା ଗାଡ଼ିରେ ଧକ୍କା ହେବାରୁ ଚେତାଶୂନ୍ୟ ହୋଇ ତଲେପଡିଥିଲେ। କିଛି ସୁହୃଦ୍ୟ ବ୍ୟକ୍ତିବିଶେଷ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଡାକି ଅବିଳମ୍ବେ ଡାକ୍ତରଖାନା କୁ ପ୍ରାଥମିକ ଚିକିତ୍ସା ପାଇଁ ପଠାଇଥିଲେ। ଯେହେତୁ ଶ୍ରୀ ନିହାଲଙ୍କ ଅବସ୍ଥା ସଂକଟାପନ୍ନ ଥିବା ହେତୁ ଭବାନୀପାଟଣା ନିକଟସ୍ଥ ମେଡ଼ାକ୍ସ ବେସରକାରୀ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଉକ୍ତ ହସ୍ପିଟାଲ କତୃପକ୍ଷ କୌଣସି ପ୍ରକାର ଉତ୍ତମ ଚିକିତ୍ସା କରିପାରିନଥିବା ବିଶେଷ ସୂତରୁ ଶୁଣିବାକୁ ମିଳୁଛି। ଯଦି ତାଙ୍କୁ ଅନ୍ୟ କୋଉ ହସ୍ପିଟାଲ କୁ ସ୍ଥାନସ୍ତରଣ କରିବାର ଥିଲା, ତାହାହେଲେ ଯଥାଶୀଘ୍ର ନିଅ ବୋଲି କହିଥାନ୍ତେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ପ୍ରକାର ଉନ୍ନତି ପରିଲିକ୍ଷିତ ନ ହେବାରୁ କତୃପକ୍ଷ ଅନ୍ୟତ୍ର ନେବାକୁ ପରାମର୍ଶ ଦେଇଥିଲେ। ଭାଗ୍ୟର ବିଡମ୍ବନା ପରିବାର କହିଲେ ତାଙ୍କର ବିଧବା ମା ଏବଂ ସ୍ତ୍ରୀ ସହିତ ୬ମାସର ଛୁଆ।
ତାଙ୍କ ସ୍ତ୍ରୀ କୌଣସି ମତେ ବେସରକାରୀ ଆମ୍ବୁଲାନ୍ସ ଯୋଗେ ବିଶାଖାପାଟଣା ମେଡିକେୟାର ହସ୍ପିଟାଲ ରେ ଭର୍ତି କରାଇଥିଲେ। ବହୁତ ପ୍ରଚେଷ୍ଟା ସତ୍ବେ ପରିବାର ଲୋକେ ଯୋଗେନ୍ଦ୍ର କୁ ବଞ୍ଚାଇ ପାରିନଥିଲେ।ପରିବାର ରେ ସେ ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ। ଏଭଳି ଦୟନୀୟ ପରିସ୍ଥିତିରେ ସେମାନଙ୍କ ପରିବାର କୁ ଭରଣ ପୋଷଣ କିଏ କରିବ, ସେ ନେଇ ଗ୍ରାମବାସୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଯଥା ଶୀଘ୍ର ଏହି ଅସହାୟ ପରିବାର ପ୍ରତି ଦୟାପୂର୍ବକ କିଛି ବିକଳ୍ପ ପନ୍ଥା ବାହାରକରି ବିଧବା ମା ,ବିଧବା ସ୍ତ୍ରୀ ଓ ବାପ ଛେଉଣ୍ଡ ଛୁଆ ପ୍ରତି ଗ୍ରହଣ କରିବେବୋଲି ସାଧାରଣରେ ଦାବୀ ହେଉଛି।
ରାଜ୍ୟ
ଅଜଣା ଗାଡି ଧକ୍କାରେ କେନ୍ଦ୍ର ରେଳପଥ କର୍ମଚାରୀଙ୍କ ମୃତ
- Hits: 8