ହେଡଲାଇନସ୍:

ବେଲପଡା ବ୍ଲକରେ ପ୍ରଶାସନର ଅଜବ ନୀତି ଦେଖି ଭିନ୍ନକ୍ଷମ ବ୍ୟକ୍ତିର ବଢିଛି ଦୁର୍ଗତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର- ଶାସକ ପ୍ରଶାସକ (ଘନଶ୍ୟାମ ନାଗ)ଜଣେ ଭିନ୍ନକ୍ଷମ ବ୍ୟକ୍ତି କୁ ଭତ୍ତା ଟଙ୍କା ଦେଇ ଏବେ ପୁଣି ବାକିତକ ଟଙ୍କା ଫେରାଇଵା କୁ ମାଗୁଥିବା ଘଟଣା ଚର୍ଚ୍ଚାର ବିଷୟ ପାଲିଟିଛି |ଯାହାର ସଙ୍ଗିନୀ ଅଭିଯୋଗ ଆଣିଛନ୍ତି ଜଣେ ଭିନ୍ନକ୍ଷମ ସେ କହିଛନ୍ତି ଯେ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ସଭା କୁ ମତେ ଡାକିଲେ... 35 ଶହ ଟଙ୍କା ଭତ୍ତା ଦେଲେ... ଉପସ୍ଥିତ ଅତିଥି ମାନେ ମୋ ସାଙ୍ଗରେ ଛିଡା ହୋଇ ଫୋଟ ବି ନେଲେ କିନ୍ତୁ ଏବେ କହୁଛନ୍ତି ବାକି ତକ ଟଙ୍କା ସବୁ ଫେରାଅ ଏକଥା ଆମେ କହୁନାହିଁ, ଏମିତି ଗୁରୁତର ଅଭିଯୋଗ ଆଣିଛନ୍ତି ଜଣେ ଦିବ୍ୟାଙ୍ଗ ଭିନକ୍ଷମ |ଯାହାର ଅଭିଯୋଗ ଆଣି ବେଲପଡା ବ୍ଲକ ସଭାଗୃହ ରେ ଅନୁଷ୍ଠିତ ଜନ ଶୁଣାଣି ଶିବିର ରେ ପହଁଚି ଉପସ୍ଥିତ ଜିଲ୍ଲାପାଳ ଏବଂ ଏସପି ଙ୍କ ଠାରେ ନିଜ ଅଭିଯୋଗ ବଖାଣିଛନ୍ତି |ପ୍ରାପ୍ତ ସୂଚନା ମତେ ବଲାଙ୍ଗିର ଜିଲ୍ଲା ବେଲପଡା ସହରର ବଜରଙ୍ଗବଳି ପଡା ରେ ରୁହନ୍ତି ଭିନ୍ନକ୍ଷମ ମହେନ୍ଦ୍ର ମେହେର |ଜନ୍ମ ରୁ ତାଙ୍କ ଗୋଡ଼ ଅକର୍ମଣ୍ୟ ହୋଇଯାଇଥିବା ରୁ ସେ ଠିକ ଭାବେ ଚଲାବୁଲା କରି ପାରନ୍ତିନି |ସେ 80% ଭିନ୍ନକ୍ଷମ ଥିବା ସାଟିଫିକେଟ ରେ ରହିଛି |ପୂର୍ବରୁ ସେ ବିକଳାଙ୍ଗ ଭତ୍ତା 1200 ଟଙ୍କା ପାଉଥିଲେ |ରାଜ୍ୟ ସରକାର ଭତ୍ତା ର ରାଶି ବୃଦ୍ଧି କରିବା ପରେ ଗତ ଜାନୁୟାରୀ ମାସରେ ବେଲପଡା ବ୍ଲକ ଗୃହ ରେ ବିଡ଼ିଓ, ବ୍ଲକ ଚେୟାରମ୍ୟାନ ଙ୍କ ଉପସ୍ଥିତ ରେ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ରେ ଆୟୋଜିତ ଏକ ସଭା ରେ ମହେନ୍ଦ୍ର କୁ ଡାକି 3500 ଟଙ୍କା ଦେଇଥିଲେ |ସାଙ୍ଗରେ ଫୋଟ ବି ହେଲେ ଏଣିକି ପ୍ରତି ମାସରେ 35 ଶହ ଟଙ୍କା ଭତ୍ତାପାଇବା ନେଇ ପ୍ରତିଶୃତି ଦେଲେ ।କିନ୍ତୁ ଏହାର କିଛି ଦିନ ପରେ ପଂଚାୟତ ର କିଛି କର୍ମଚାରୀ ମହେନ୍ଦ୍ର ପାଖକୁ ଆସି ଭୁଲ ରେ ତୁମ କୁ 35 ଶହ ଟଙ୍କା ଦିଆଯାଇଛି |12 ଶହ ଟଙ୍କା ରଖି ବାକିତକ ଫେରାଅ ବୋଲି କହିଥିଲେ |ଏବଂ ପୂର୍ଵ ପରି ମହେନ୍ଦ୍ର ଏବେ ମଧ୍ୟ୍ୟ ସେହି 1200 ଟଙ୍କା ପାଉଛନ୍ତି |ଯାହାକୁ ବିରୋଧ କରି ଜିଲ୍ଲାପାଳ ଙ୍କ ପାଖରେ ଗୁହାରି କରିଛି ମହେନ୍ଦ୍ର |ଜିଲ୍ଲାପାଳ ଏନେଇ ପ୍ରତିଶୃତି ଦେଇଥିବା ମହେନ୍ଦ୍ର କହିଥିବା ବେଳେ ବେଲପଡା BSSO ଅଭିଜିତ ନାୟକ କହିଛନ୍ତି ଯେ ଭୁଲ ରେ ତାଙ୍କ ନା ଖାତାରେ ଥିବା ରୁ ଆମେ ତାଙ୍କୁ ଦେଇ ଦେଲୁ ଆଉ ଆଗକୁ ଏମିତି ହେବ ନାହିଁ |ତେବେ ଏଠାରେ ପ୍ରଶ୍ନ ଉଠିଵା ସ୍ୱାଭାବିକ ଯେ ଜଣେ ଭିନ୍ନକ୍ଷମ କୁ ଡାକି କେମିତି ଭାବ ରେ ଟଙ୍କା ଦେଲେ ଏବଂ ଫଟୋ ଉଠାଇଲେ ଯଦି ସେମାନଙ୍କର ଫଟୋ ହେବାର ଥିଲା ତାହେଲେ ତେବେ ଟଙ୍କା ଦେଇ ମାଗୁଛନ୍ତି କାହିଁକି ନା ଏହାରି ଭିତରେ କିଛି ଅନ୍ୟ ରହସ୍ୟ କି ? ଏ ପ୍ରଶ୍ନ ବୁଦ୍ଧିଜିବୀ ମହଲରେ ଉଙ୍କି ମାରୁଛି। ଜିଲ୍ଲାପାଳ ଏଦିଗରେ ଦୃଷ୍ଟି ଦେବାକୁ ଜନସାଧରଣରେ ଦାବୀ ହେଉଛି |

0
0
0
s2sdefault